ETV Bharat / state

ରାଧା ବଲ୍ଲଭ ମଠର ଉଛେଦ ପ୍ରକ୍ରିୟା ଆରମ୍ଭ - ରାଧା ବଲ୍ଲଭ ମଠ ଉଛେଦ

ଶ୍ରୀମନ୍ଦିର ଚୌହଦିର ଉଚ୍ଛେଦ ପ୍ରକ୍ରିୟା ଚାଲିଥିବା ବେଳେ ସୋମବାର ସିଂହଦ୍ବାର ସମ୍ମୁଖରେ ଥିବା ରାଧାବଲ୍ଲଭ ମଠର ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ଅଧିକ ପଢନ୍ତୁ...

ରାଧା ବଲ୍ଲଭ ମଠର ଉଛେଦ ପ୍ରକ୍ରିୟା ଆରମ୍ଭ
ରାଧା ବଲ୍ଲଭ ମଠର ଉଛେଦ ପ୍ରକ୍ରିୟା ଆରମ୍ଭ
author img

By

Published : Feb 22, 2021, 5:07 PM IST

ପୁରୀ: ଶ୍ରୀମନ୍ଦିର ଚୌହଦିର ଉଚ୍ଛେଦ ପ୍ରକ୍ରିୟା ଚାଲିଥିବା ବେଳେ ସୋମବାର ସିଂହଦ୍ବାର ସମ୍ମୁଖରେ ଥିବା ରାଧାବଲ୍ଲଭ ମଠର ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରଶାସନ ଚିହ୍ନଟ କରିଥିବା ଗୃହଗୁଡ଼ିକ ଭାଇବ୍ରେଟର ମେସିନ ଲଗାଯାଇ ଉଛେଦ କରାଯାଉଛି।

ରାଧା ବଲ୍ଲଭ ମଠର ଉଛେଦ ପ୍ରକ୍ରିୟା ଆରମ୍ଭ

ଉଚ୍ଛେଦ କାର୍ଯ୍ୟ ସୁରୁଖୁରୁରେ ହେବା ପାଇଁ ସିଂହଦ୍ବାର ଥାନା ଆଇଆଇସି ସମେତ ଏକ ପ୍ଲାଟୁନ୍ ପୋଲିସ ଫୋର୍ସ, ଓବିସିସିର ଯନ୍ତ୍ରୀ ଉପସ୍ଥିତ ରହିଛନ୍ତି। ତେବେ ମଠ ପରିସରରେ ଥିବା ଦୋକାନ ଗୃହ ଉଚ୍ଛେଦ କାର୍ଯ୍ୟ ପର୍ଯ୍ୟାୟ କ୍ରମେ କରାଯିବ।

ପୂର୍ବରୁ ମଠ ଜମି ଅଧିଗ୍ରହଣ ପାଇଁ ମଠ ମହନ୍ତଙ୍କ ସହ ଜିଲ୍ଲା ପ୍ରଶାସନ ଆଲୋଚନା କରିବା ପରେ ସୋମବାର ଏହି ଉଚ୍ଛେଦ ପୁନର୍ବାର ଆରମ୍ଭ ହୋଇଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.