ETV Bharat / state

ବାଲୁକାକଳାରେ ଲକ୍‌ଡାଉନ ବାର୍ତ୍ତା - Lockdown message in sand art

କୋରୋନାକୁ ନେଇ ସତର୍କତା ଓ ସଚେତନତା ଜାରି କରିଛନ୍ତି ସରକାର । ସମସ୍ତେ ସରକାରଙ୍କ ନିର୍ଦ୍ଦେଶନାମାକୁ ପାଳନ କରିବାକୁ ବଲୁକା କଳା ମାଧ୍ୟମରେ ଲୋକଙ୍କ ନିକଟକୁ ବାର୍ତ୍ତା ଦେଇଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ବାଲୁକାକଳାରେ ଲକ୍‌ଡାଉନ ବାର୍ତ୍ତା
ବାଲୁକାକଳାରେ ଲକ୍‌ଡାଉନ ବାର୍ତ୍ତା
author img

By

Published : Mar 23, 2020, 8:41 PM IST

ପୁରୀ: କୋରୋନାକୁ ନେଇ ସତର୍କତା ଓ ସଚେତନତା ପାଇଁ ରାଜ୍ୟ ସରକାର ବିଭିନ୍ନ ଜିଲ୍ଲାରେ ଲକ୍‌ଡାଉନ ଘୋଷଣା କରିଛନ୍ତି । ଅତି ଜରୁରୀ ନହେଲେ କୌଣସି ବ୍ୟକ୍ତି ଘରୁ ନବାହାରିବାକୁ ସରକାର ଲୋକଙ୍କୁ ଅନୁରୋଧ କରିଛନ୍ତି । ଏହାକୁ ନମାନିଲେ କୋରୋନା ବ୍ୟାପିବା ସହ ଅନେକ ଲୋକଙ୍କ ଜୀବନ ବିପଦ ସୃଷ୍ଟି ହେବ । ତେବେ ଅନେକ ଲୋକ କିନ୍ତୁ ଏହାକୁ ନମାନି ରାସ୍ତାରେ ଅଯଥାରେ ବୁଲୁଛନ୍ତି । ସମସ୍ତେ ସରକାରଙ୍କ ନିର୍ଦ୍ଦେଶନାମାକୁ ପାଳନ କରିବାକୁ ବାଲୁକା କଳା ମାଧ୍ୟମରେ ଲୋକଙ୍କ ନିକଟକୁ ବାର୍ତ୍ତା ଦେଇଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।

ବାଲୁକାକଳାରେ ଲକ୍‌ଡାଉନ ବାର୍ତ୍ତା

ପୁରୀ ବେଳାଭୂମିରେ ଏହି ପ୍ରସଙ୍ଗକୁ ନେଇ ତିଆରି କରିଛନ୍ତି ବାଲୁକାକଳା । ଯେଉଁଥିରେ ତାଙ୍କର ବାର୍ତା ରହିଛି, ‘ସରକାରଙ୍କୁ ସହଯୋଗ କରନ୍ତୁ, ଘରେ ସୁରକ୍ଷିତ ରୁହନ୍ତୁ’ । ଏଥି ସହିତ ପରିଷ୍କାର ପରିଛନ୍ନ ରହିବା ସହ ବାରମ୍ବାର ହାତ ସାବୁନ ସହ ଧୁଅନ୍ତୁ କିମ୍ବା ସାନିଟାଇଜର ବ୍ୟବହାର କରନ୍ତୁ ବୋଲି ସୁଦର୍ଶନ ପଟ୍ଟନାୟକ ଓଡିଶାବାସୀଙ୍କୁ ବାଲୁକାକଳା ମାଧ୍ୟମରେ ଜନତାଙ୍କୁ ଅପିଲ କରିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.