ETV Bharat / state

କ୍ୟାପିଟାଲ ହସ୍ପିଟାଲରେ କାୟାକଳ୍ପ ଟିମ୍, ୱାର୍ଡ ଓ ରନ୍ଧନ କକ୍ଷର କଲେ ଯାଞ୍ଚ - କ୍ୟାପିଟାଲ ହସ୍ପିଟାଲରେ କାୟାକଳ୍ପ ଟିମ୍

କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନ କରି ବ୍ୟବସ୍ଥାର ସମୀକ୍ଷା କରିଛନ୍ତି କାୟାକଳ୍ପ ଟିମ । ଚିକିତ୍ସାଳୟ ପରିସରର ଗୁଣବତ୍ତା ଓ ପରିଚ୍ଛନ୍ନତାକୁ ଅଧିକ ଗୁରୁତ୍ବ ଦେଇଛନ୍ତି। ଅଧିକ ପଢ଼ନ୍ତୁ

Kaya Kalpa team inspected in Capital Hospital

author img

By

Published : Mar 16, 2022, 10:36 AM IST

ଭୁବନେଶ୍ବର: ମଙ୍ଗଳବାର କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନ କରି ବ୍ୟବସ୍ଥାର ସମୀକ୍ଷା କରିଛନ୍ତି କାୟାକଳ୍ପ ଟିମ। ପୂର୍ବାହ୍ନ ୧୦ଟାରୁ ରାତି ୮ ଟା ପର୍ଯ୍ୟନ୍ତ ଚିକିତ୍ସାଳୟ ବିଭିନ୍ନ ୱାର୍ଡ, ବହିର୍ବିଭାଗ, ସ୍ତ୍ରୀ ଓ ପ୍ରସୂତି ବିଭାଗ, ଚିକିତ୍ସାଳୟ ପରିସର ବୁଲି ଦେଖିବା ସହିତ ଗୁଣବତ୍ତା ଆଦିକୁ ତନଖି କରିଥିଲେ। ସେହିପରି ଦଳ ପକ୍ଷରୁ ସମ୍ମିଳନୀ କକ୍ଷରେ ସେବିକା, ଆଟେଣ୍ଡାଣ୍ଟ ଓ ସଫେଇ କର୍ମୀଙ୍କ ସହିତ ଆଲୋଚନା କରିଥିଲେ ।

କର୍ମଚାରୀମାନେ କିଭଳି କାର୍ଯ୍ୟ କରୁଛନ୍ତି ତାହା ବିଷୟରେ ପଚାରି ବୁଝିଥିଲେ। ଡ. ସଂଗ୍ରାମ ମିଶ୍ରଙ୍କ ନେତୃତ୍ବରେ ପ୍ରଥମେ ଏହି ଦଳ ସ୍ବତନ୍ତ୍ର ଯତ୍ନ କୋଠରୀ ପରିଦର୍ଶନ କରି ଏହାର ପରିଚାଳନା ଉପରେ ତଦାରଖ କରିଥିଲେ। ଏହାପରେ ଔଷଧୀୟ ଉଦ୍ୟାନ, ଶଲ୍ୟ ବିଭାଗ, ରନ୍ଧନ କକ୍ଷ, ଶିଶୁବିଭାଗ ସହିତ ଏମ୍‌ଆରଆଇ, ସିଟି ସ୍କାନ, ଅଲଟ୍ରାସାଉଣ୍ଡ କକ୍ଷ ପରିଦର୍ଶନ କରିବା ସହ ୱାର୍ଡ ଏବଂ ଅନ୍ୟାନ୍ୟ ବିବରଣୀକୁ ଯାଞ୍ଚ କରିଥିଲେ।

ଔଷଧ ବଣ୍ଟନ କେନ୍ଦ୍ରକୁ ଯାଇ ସେଠାରେ କିଭଳି ରୋଗୀଙ୍କୁ ଔଷଧ ଦିଆଯାଉଛି ତାହାର ମଧ୍ୟ ତଦାରଖ କରିଥିଲେ। ବିଶେଷ କରି ଏହି ଦଳ ଚିକିତ୍ସାଳୟ ପରିସର ବୁଲିବା ସହିତ ଏହାର ପରିଷ୍କାର ଓ ପରିଚ୍ଛନ୍ନତାକୁ ଅଧିକ ଗୁରୁତ୍ବ ଦେଇଥିଲେ। ତେବେ ଏହି ଦଳ ସମସ୍ତ କାର୍ଯ୍ୟକୁ ଯାଞ୍ଚ କରିବା ପରେ ସେହି ଆଧାରରେ ନମ୍ବର ପ୍ରଦାନ କରି ରାଜ୍ୟ ସରକାରଙ୍କୁ ଚୂଡାନ୍ତ ବିବରଣୀ ପ୍ରଦାନ କରିବେ। ଏହି ବିବରଣୀ ଆଧାରରେ ଚିକିତ୍ସାଳୟକୁ ପୁରସ୍କାର ପ୍ରଦାନ କରାଯିବ ବୋଲି ଚିକିତ୍ସାଳୟ ସୂତ୍ରରୁ ଜଣାପଡିଛି। ପରିଦର୍ଶନ ସମୟରେ ଚିକିତ୍ସାଳୟ ନିର୍ଦ୍ଦେଶକ, ଅଧୀକ୍ଷକ, ଉପ-ଅଧୀକ୍ଷକ, ପରିଚାଳନା, ସୁରକ୍ଷା ସଂସ୍ଥା ମୁଖ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.