ETV Bharat / state

3ଟି ମେଡିକାଲରେ ଅକ୍ସିଜେନ ପ୍ଲାଣ୍ଟ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ଶୁକ୍ରବାର ପୁରୀର ତିନୋଟି ଚିକିତ୍ସାଳୟରେ ଲିକୁଇଡ ଅକ୍ସିଜେନ ଷ୍ଟୋରେଜ ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଅଧିକ ପଢନ୍ତୁ...

author img

By

Published : Jun 18, 2021, 9:26 PM IST

3ଟି ମେଡିକାଲରେ ଲିକୁଇଡ ଅକ୍ସିଜେନ ଷ୍ଟୋରେଜ ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନା କଲେ ମୁଖ୍ୟମନ୍ତ୍ରୀ

ପୁରୀ: ମୁଖ୍ୟମନ୍ତ୍ରୀ ଶୁକ୍ରବାର ପୁରୀର ତିନୋଟି ଚିକିତ୍ସାଳୟରେ ଲିକୁଇଡ ଅକ୍ସିଜେନ ଷ୍ଟୋରେଜ ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆୟୋଜିତ ଏକ ଭର୍ଚୁଆଲ ଉତ୍ସବରେ ଏହି ପ୍ରକଳ୍ପ ଗୁଡିକର ଶିଳାନ୍ୟାସ କରାଯାଇଥିଲା।

3ଟି ମେଡିକାଲରେ ଅକ୍ସିଜେନ ପ୍ଲାଣ୍ଟ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଲିକୁଇଡ ମେଡିକାଲ ଅକ୍ସିଜେନ ଷ୍ଟୋରେଜ ସିଷ୍ଟମର ଶିଳାନ୍ୟାସ କରିଥିବା ବେଳେ ଶ୍ରୀଜଗନ୍ନାଥ ମେଡିକାଲ କଲେଜରେ ଆଉ ଏକ ଲିକୁଇଡ ଅକ୍ସିଜେନ ଷ୍ଟୋରେଜ ସିଷ୍ଟମର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି।

ସେହିପରି ପୁରୀ ସଂକ୍ରାମକ ରୋଗ ଚିକିତ୍ସାଳୟରେ ଅକ୍ସିଜେନ ଜେନେରେସନ ପ୍ଲାଣ୍ଟର ଶିଳାନ୍ୟାସ ମଧ୍ୟ କରାଯାଇଥିଲା।

ଏହି ଅବସରରେ ମନ୍ତ୍ରୀ ସମୀର ରଂଜନ ଦାସ, ତୁଷାରକାନ୍ତି ବେହେରା, ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ, ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟ, ଜିଲ୍ଲାପାଳ ସମର୍ଥ ବର୍ମା, ସିଡିଏମଓ ସୁଜାତା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.