ETV Bharat / state

ମହାମାରୀ ସମୟରେ ଚିନ୍ତା ମୁକ୍ତି ପାଇଁ ଯୋଗଭ୍ୟାସ

author img

By

Published : May 2, 2021, 8:21 PM IST

ମହାମାରୀ ସମୟରେ ଚିନ୍ତା ମୁକ୍ତି ପାଇଁ ଯୋଗଭ୍ୟାସ । ଲୋକେ ଯୋଗ ଭ୍ୟାସ କରିବା ଦ୍ବାରା ମହାମାରୀ ମୁକାବିଲାରେ ମାନସିକ ଶାନ୍ତି ମିଳିବ ବୋଲି ଯୋଗଗୁରୁ କହିଛନ୍ତି । ଅଧିକ ପଢନ୍ତୁ...

yoga for covid19 in nuapada
ନୂଆପଡାରେ ମହାମାରୀ ସମୟରେ ଚିନ୍ତା ମୁକ୍ତି ପାଇଁ ଯୋଗଭ୍ୟାସ

ନୂଆପଡା: ମହାମାରୀ ସମୟରେ ଚିନ୍ତା ମୁକ୍ତି ପାଇଁ ଯୋଗଭ୍ୟାସ । ଲୋକେ ଯୋଗ ଭ୍ୟାସ କରିବା ଦ୍ବାରା ମହାମାରୀ ମୁକାବିଲାରେ ମାନସିକ ଶାନ୍ତି ମିଳିବ ବୋଲି ଯୋଗଗୁରୁ କହିଛନ୍ତି ।

ବିଶ୍ୱବ୍ୟାପି କୋଭିଡ19 ଦ୍ଵିତୀୟ ଲହର ମହାମାରୀ ରୂପ ନେଇ ସାରିଛି। କୋଟି କୋଟି ଜନତା କୋଭିଡ ପୋଜେଟିଭରେ ଆକ୍ରାନ୍ତ ହୋଇ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି। ବିଭିନ୍ନ କୋଭିଡ କେୟାର ହସ୍ପିଟାଲରେ ଅକ୍ସିଜେନ, ଭେଣ୍ଟିଲେଟର ଅଭାବ ତ ଆଉ କେଉଁଠାରେ ବେଡ଼ ଅଭାବ ଦେଖାଦେଇଥିବା ଗଣମାଧ୍ୟମରେ ସୂଚନା ମିଳୁଛି। ଫଳରେ ମାନବ ସମାଜକୁ ଘାରିଛି ଚିନ୍ତା । ଏ ଭଳି ସମୟରେ ନୂଆପଡା ଜିଲ୍ଲା ଖଡ଼ିଆଳ ମନୋହର ଧର୍ମଶାଳା ପ୍ରାଙ୍ଗଣରେ ଅରବିନ୍ଦ ଗୁରୁଜୀଙ୍କ ନିଆରା ପଦକ୍ଷେପ । ମହର୍ଷି ପତଞ୍ଜଳି ଡିଜିଟାଲ ଯୋଗ ପ୍ରଶିକ୍ଷଣ କେନ୍ଦ୍ର ଜରିଆରେ ପ୍ରତିଦିନ ସକାଳ 5.30 ରୁ 7.30 ମିନିଟ ପର୍ଯ୍ୟନ୍ତ ଏବଂ ସଂଧ୍ୟା 5.30 ରୁ ରାତ୍ର 7.30 ପର୍ଯ୍ୟନ୍ତ ଗୁରୁଜୀ ଅରବିନ୍ଦ ଜୀ ଚଳାଇଛନ୍ତି ଯୋଗ ପ୍ରାଣାୟାମ । ଏହି ଯୋଗ ପ୍ରଶିକ୍ଷଣ କେନ୍ଦ୍ରରେ ଖଡ଼ିଆଳ ସହରର ଏକାଧିକ ମାତା, ପିତା, ବାଳକ, ବାଳିକା ଅଂଶ ଗ୍ରହଣ କରି ଯୋଗ ଅଭ୍ୟାସ କରୁଥିବା ଦେଖାଦେଇଛି ।

ଏହି ଯୋଗ ଶିବିରରେ ଦଣ୍ଡ, ବୈଠକ, ଆସନ,ପ୍ରାଣାୟାମ, ଅଷ୍ଟାଙ୍ଗ ଯୋଗ ସମେତ ଆଧୁନିକ ସଭ୍ୟତାରେ ମାନବ ସମାଜ କିପରି ସୁରକ୍ଷିତ ରହିବେ ଏ ସମ୍ପର୍କରେ ଅରବିନ୍ଦ ଗୁରୁଜୀ ଟିପ୍ସ ଦେଉଛନ୍ତି । କୋରୋନାକୁ ଭୟ କରିବା ନାହିଁ ଯୋଗ ଶକ୍ତି ଦ୍ୱାରା କୋରୋନା ଦୁରେଇ ଯିବ ବୋଲି ଗୁରୁଜୀ ପ୍ରକାଶ କରିଛନ୍ତି । ମହାମାରୀ ସମୟରେ ଗୁରୁଜୀଙ୍କ ଏଭଳି ଉଦ୍ୟମକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.