ETV Bharat / state

ସିତଲିଖଲିଆ ନାଳ କାଣ୍ଡପଡା ଗାଁରେ ସିନାପାଲି ବିଡିଓ, କଲଭର୍ଟ ନିର୍ମାଣ ପାଇଁ ଦେଲେ ଶୁଭ - ସିତଲିଖଲିଆ ନାଳା କାଣ୍ଡପଡାବାସୀଙ୍କ କଲଭର୍ଟ ନିର୍ମାଣ ପାଇଁ ଶୁଭ ଦେଲେ ବିଡିଓ

ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ସିତଲିଖଲିଆ ନାଳା କାଣ୍ଡପଡାବାସୀଙ୍କ ପାଇଁ 10 ଲକ୍ଷ୍ୟ ଟଙ୍କାରେ କଲଭର୍ଟ ନିର୍ମାଣ ପାଇଁ ଶୁଭ ଦେଲେ ବିଡିଓ । ଅଧିକ ପଢନ୍ତୁ...

ସିତଲିଖଲିଆ ନାଳା କାଣ୍ଡପଡା ଗ୍ରାମକୁ ଗସ୍ତ କଲେ ସିନାପାଲି ବିଡିଓ

author img

By

Published : Sep 4, 2020, 7:59 PM IST

ନୂଆପଡା: ଜିଲ୍ଲା ମଖାପଦର ଗ୍ରାମପଞ୍ଚାୟତ ସ୍ଥିତ ସିତଲିଖଲିଆ କାଣ୍ଡପଡା ନାଳକୁ ଶୁକ୍ରବାର ସିନାପାଲି ବିଡିଓ ଓ ତାଙ୍କ ଟିମ ପରିଦର୍ଶନ କରିଛନ୍ତି । ବିଡିଓ 10 ଲକ୍ଷ ଟଙ୍କା ବ୍ୟୟରେ କଲଭର୍ଟ ନିର୍ମାଣ ପାଇଁ ଶୁଭ ଦେଇଛନ୍ତି ।

ସିତଲିଖଲିଆ ନାଳା କାଣ୍ଡପଡା ଗ୍ରାମକୁ ଗସ୍ତ କଲେ ସିନାପାଲି ବିଡିଓ

ବହୁ ଚର୍ଚ୍ଚିତ ସିତଲିଖଲିଆ ନାଳ କାଣ୍ଡପଡାବାସୀଙ୍କ ପାଇଁ ଦାଉ ସାଜିଥିଲା। ବର୍ଷା ଦିନରେ ଏହି ନାଲ ଉପରେ ପାଣି ପ୍ରବାହିତ କାରଣରୁ ଏଠିକାର ଲୋକଙ୍କ ଜୀବନ ଯାତ୍ରାରେ ବାଧା ଉପଜୁଥିଲା । ଯାତାୟତ ବନ୍ଦ ହେବା ସହ କାଣ୍ଡପଡାର ଲୋକମାନେ ଜଳବନ୍ଦୀ ଜୀବନ ଯାପନ କରିଥାନ୍ତି। ଯାତାୟତ ସ୍ବାଭାବିକ ପାଇଁ କାଣ୍ଡପଡା ନାଲ ଉପରେ ଏକ ଆରସିସି କଲଭଟ ନିର୍ମାଣ ପାଇଁ ଗଣମାଧ୍ୟମରେ ଅନେକ ଥର ଚର୍ଚ୍ଚାକୁ ଆସିଛି। ଏହି ଗ୍ରାମରେ 25 ପରିବାରରୁ 100ରୁ ଉର୍ଦ୍ଧ୍ବ ଲୋକ ବସବାସ କରୁଛନ୍ତି । କୌଣସି ଜରୁରୀ ପରିସ୍ଥିତିରେ ଆମ୍ବୁଲାନ୍ସ ମଧ୍ୟ ପହଞ୍ଚି ପାରୁନାହିଁ ।

ସିନାପାଲି ବିଡିଓ ସଦାଶିବ ନାଏକ ସିତଲିଖଲିଆ କାଣ୍ଡ ପଡା ନାଳ ପରିଦର୍ଶନ କରି 10 ଲକ୍ଷ ବ୍ୟୟ ବରାଦରେ ନାଳ ଉପରେ ଆରସିସି କଲଭଟ ନିର୍ମାଣ କରିବା ପାଇଁ ଶୁଭ ଦେଇଛନ୍ତି। ଯାହାକି ସିତଲିଖଲିଆ କାଣ୍ଡ ପଡା ବାସୀଙ୍କୁ ବେଶ ଖୁସି ଦେଇପାରିଛି। ବିଡିଓ ପରିଦର୍ଶନ ସମୟରେ ମଖାପଦର ସରପଞ୍ଚ ବଳଦେବ ମାଝୀ ,ବ୍ଲକ ଆସିଷ୍ଟାଣ୍ଡ ଇଂଜିନିୟର ମନୋରଂଜର ପରିଡା, ଜେଇ ଉପେନ୍ଦ୍ର ତିହାଡ଼ି,ଗ୍ରାମପଞ୍ଚାୟତ ପିଇଓ ପ୍ରମୁଖ ଉପସ୍ଥିତ ରହିଥିଲେ ।

ନୂଆପଡାରୁ ମୋତିଲାଲ ବାଗ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.