ETV Bharat / state

ଦାବି ପୂରଣ ନହେଲେ ସମୂହ ଛୁଟି ନେବେ ରାଜ୍ୟର ସମସ୍ତ ପ୍ରାଣୀ ଚିକିତ୍ସକ - ରାଜ୍ୟର ସମସ୍ତ ପ୍ରାଣୀ ଚିକିତ୍ସକ

ଓଡ଼ିଶା ଭେଟ୍ରିନାରୀ ସରଭିସ ଆସୋସିଏସନର ସାମ୍ବାଦିକ ସମ୍ମିଳନୀ l ରାଜ୍ୟ ସରକାର ପ୍ରାଣୀଚିକିତ୍ସକଙ୍କୁ କନିଷ୍ଠ ପ୍ରଥମ ଶ୍ରେଣୀ ବର୍ଗର ମାନ୍ୟତା ନଦେଲେ ରାଜ୍ୟର ସମସ୍ତ ପ୍ରାଣୀ ଚିକିତ୍ସକମାନେ ଆସନ୍ତା 15 ତାରିଖରୁ ସମୂହ ଛୁଟି ନେବାକୁ ଚେତାବନୀ l ଅଧିକ ପଢନ୍ତୁ ...

ଦାବି ପୂରଣ ନହେଲେ ସମୂହ ଛୁଟି ନେବେ ରାଜ୍ୟର ସମସ୍ତ ପ୍ରାଣୀ ଚିକିତ୍ସକ

author img

By

Published : May 4, 2021, 8:25 PM IST

ନୟାଗଡ଼: ଜିଲ୍ଲାରେ ଓଡ଼ିଶା ଭେଟ୍ରିନାରୀ ସରଭିସ ଆସୋସିଏସନର ସାମ୍ବାଦିକ ସମ୍ମିଳନୀ l ରାଜ୍ୟ ସରକାର ପ୍ରାଣୀଚିକିତ୍ସକଙ୍କୁ କନିଷ୍ଠ ପ୍ରଥମ ଶ୍ରେଣୀ ବର୍ଗର ମାନ୍ୟତା ନଦେଲେ ରାଜ୍ୟର ସମସ୍ତ ପ୍ରାଣୀ ଚିକିତ୍ସକମାନେ ଆସନ୍ତା 15 ତାରିଖରୁ ସମୂହ ଛୁଟି ନେବାକୁ ଚେତାବନୀ l ଗୋ ସମ୍ପଦ ଅଭିବୃଦ୍ଧିରେ ପ୍ରାଣୀଚିକିତ୍ସକଙ୍କ ଅବଦାନ ଅତୁଳନୀୟ l ଦୀର୍ଘ 15 ବର୍ଷ ହେବ ପ୍ରାଣୀ ଚିକିତ୍ସକମାନେ ସାଧାରଣ ଡାକ୍ତରଙ୍କ ପରି କନିଷ୍ଠ ପ୍ରଥମ ଶ୍ରେଣୀ ବର୍ଗରେ ପ୍ରାରମ୍ଭିକ ନିଯୁକ୍ତି ପାଇଁ ବାରମ୍ବାର ଦାବି ଉପସ୍ଥାପନା କରାଯାଇଛି l

ଦାବି ପୂରଣ ନହେଲେ ସମୂହ ଛୁଟି ନେବେ ରାଜ୍ୟର ସମସ୍ତ ପ୍ରାଣୀ ଚିକିତ୍ସକ

ମାତ୍ର ସରକାର ଏଦିଗରେ ଟାଳଟୁଳ ନୀତି ଅବଲମ୍ୱନ କରୁଛନ୍ତି l ସରକାରୀ ଅବହେଳା ପ୍ରତିବାଦରେ ପ୍ରାଣୀ ଚିକିତ୍ସକମାନେ କଳାବ୍ୟାଚ ପରିଧାନ କରି ପ୍ରତିବାଦ କରିଛନ୍ତି l ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀଙ୍କ ସମେତ ୨୭ ଜଣ ପ୍ରାଣୀ ଚିକିତ୍ସକ କଳାବ୍ୟାଚ ପରିଧାନ କରିଛନ୍ତି l ପୂର୍ବରୁ ଡିଜିଟାଲ ସେବା ବର୍ଜନ ଏବଂ ଏହି ମାସ ପହିଲାରୁ କଲମ ଛାଡ଼ ଆନ୍ଦୋଳନ କରିଛନ୍ତି ପ୍ରାଣୀଚିକିତ୍ସକମାନେ l ଏହା ବାଦ ଦାବି ପୂରଣ ନେହେଲେ ରାଜ୍ୟର ସମସ୍ତ ପ୍ରାଣୀ ଚିକିତ୍ସକ ଆସନ୍ତା ୧୫ ତାରିଖରୁ ସମୂହ ଛୁଟି ଏବଂ ମେ ୨୫ ତାରିଖରୁ ସମୂହ ଇସ୍ତଫା ଦେବାକୁ ଚେତାବନୀ ଦେଇଛନ୍ତି ପ୍ରାଣୀ ଚିକିତ୍ସକ l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.