ନୟାଗଡ: ଜିଲ୍ଲାରେ ଏଏନଏମ କର୍ମୀଙ୍କୁ ଛଟେଇ ନେଇ ହୋଇଛି ଅଭିଯୋଗ । ତେବେ ଏହାର ପ୍ରତିବାଦରେ ନୟାଗଡ ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣାରେ ବସିଲେ ଏଏନଏମ କର୍ମୀ l
କୋଭିଡି ସମୟରେ ନିଜ ଜୀବନକୁ ପାଣି ଛଡାଇ କାର୍ଯ୍ୟରେ ନିୟୋଜିତ ହୋଇଥିଲେ ଠିକା ଏଏନଏମ କର୍ମୀ କର୍ମୀ l କୋଭିଡ ରୋଗୀଙ୍କ ପରୀକ୍ଷାଠାରୁ ଆରମ୍ଭ କରି ଓ ସେମାନଙ୍କ ସଂସ୍ପର୍ଶରେ ରହି ତାଙ୍କର ବିଭିନ୍ନ ସେବା ଯୋଗାଇ ଦେଇଥିଲେ l କର୍ମୀମାନେ ନିଜ ଘର ଓ ପରିବାରକୁ ଛାଡି ନିରପେକ୍ଷ ଭାବେ ସେବାକାର୍ଯ୍ୟ କରି ଆସୁଥିଲେ l ହେଲେ ଅଚାନକ ଜିଲ୍ଲା ପ୍ରଶାସନର ନିଷ୍ପତି କ୍ରମେ ଏମାନଙ୍କୁ କାର୍ଯ୍ୟରୁ ଛଟେଇ କରିଦିଆଯାଇଛି l
ଘଟଣାର ପ୍ରତିବାଦରେ ଜିଲ୍ଲାର ସମସ୍ତ ଏଏନଏମ କର୍ମୀ ଏକଜୁଟ ହୋଇ ଜ଼ିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣାରେ ବସିଥିଲେ l ଏମାନଙ୍କୁ କିଛି ଥଇଥାନର ବ୍ୟବସ୍ଥା କରିବା ପାଇଁ ଦାବି ଉଠିଛି ।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ