ETV Bharat / state

Jawad Effect: କୃଷିମନ୍ତ୍ରୀଙ୍କ ଜିଲ୍ଲାରେ କାନ୍ଦୁଛି ଚାଷୀ, କ୍ଷତିପୂରଣ ଦାବିରେ ତେଜୁଛି ଆନ୍ଦୋଳନ - ନୟାଗଡ଼ ଚାଷୀଙ୍କ ଦୁଃଖ

କୃଷିମନ୍ତ୍ରୀ ଅରୁଣ ସାହୁଙ୍କ (Agriculture Minister Arun Sahu) ଜିଲ୍ଲାରେ ଉଜୁଡି ଯାଇଛି ଧାନ ଫସଲ l ଏନେଇ ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ଦାବିରେ ତେଜୁଛି ଆନ୍ଦୋଳନ l ଅଧିକ ପଢନ୍ତୁ

Jawad Effect: କୃଷିମନ୍ତ୍ରୀଙ୍କ ଜିଲ୍ଲାରେ କାନ୍ଦୁଛି ଚାଷୀ, କ୍ଷତିପୂରଣ ଦାବିରେ ତେଜୁଛି ଆନ୍ଦୋଳନ

author img

By

Published : Dec 12, 2021, 11:11 AM IST

ନୟାଗଡ଼: କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ଜିଲ୍ଲାରେ ଉଜୁଡି ଯାଇଛି ଧାନ ଫସଲ l ଧାର କରଜ କରି ଧାନ ଚାଷ କରିଥିବା ଚାଷୀ ଏବେ କାନ୍ଦୁଛି l ମୁଣ୍ଡ ଝାଳ ତୁଣ୍ଡରେ ମାରି ଚାଷୀ ସୁନାର ଫସଲ ଫଳାଇଥିଲା l କିନ୍ତୁ ସବୁ ଉଜାଡି ଦେଲା ବାତ୍ୟା ଜୱାଦ(Cyclone Jawad) l ଏନେଇ ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ଦେବାକୁ ତେଜୁଛି ଆନ୍ଦୋଳନ l ବିଭିନ୍ନ ସଂଗଠନ ତରଫରୁ ଜିଲ୍ଲାରେ ଆନ୍ଦୋଳନ କରାଯାଉଥିବା ଦେଖିବାକୁ ମିଳିଛି l

Jawad Effect: କୃଷିମନ୍ତ୍ରୀଙ୍କ ଜିଲ୍ଲାରେ କାନ୍ଦୁଛି ଚାଷୀ, କ୍ଷତିପୂରଣ ଦାବିରେ ତେଜୁଛି ଆନ୍ଦୋଳନ

ଏପଟେ କୃଷି ବିଭାଗ ତରଫରୁ କରାଯାଇଥିବା ସର୍ଭେକୁ ଏପର୍ଯ୍ୟନ୍ତ ସାର୍ବଜନୀନ କରାଯାଇନାହିଁ l ତେଣୁ ଏହାକୁ ନେଇ ଚାଷୀ ମନରେ ଅସନ୍ତୋଷ ଦେଖାଦେଇଛି l ନୂଆଗାଁ ବ୍ଲକର ସହିଦ କଷ୍ଟୀ ଡାକୁଆ ସଚେତନ ନାଗରିକ ମଞ୍ଚ, ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ଦାବି କରିଥିବା ବେଳେ ଶତାଧିକ ଚାଷୀ ସାଇକେଲ ରାଲି କରି ନୂଆଗାଁ ତହସିଲଦାର ପ୍ରଳୟ ନନ୍ଦ ଶତପଥିଙ୍କୁ ଭେଟି କ୍ଷତିପୂରଣ ଦାବି କରିଥିଲେ l ସରକାରଙ୍କ ନିକଟରେ ଚାଷୀଙ୍କ ସମସ୍ୟକୁ ଉପସ୍ଥାପନା କରିବା ସହ ସହାୟତା ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ତହସିଲଦାର l

ତେବେ ସମାଜସେବୀ ତଥା ନୂଆଗାଁ ପାଞ୍ଚାୟତର ସମିତି ସଭ୍ୟ ରମେଶ ଚନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ ଚାଷୀ ସଂଗଠିତ ହୋଇ ତହସିଲଦାରଙ୍କୁ ଭେଟିଥିଲେ l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.