ETV Bharat / state

କମେଣ୍ଟ ମରାକୁ ନେଇ ଗୋଷ୍ଠୀ ସଂଘର୍ଷ, ରଣକ୍ଷେତ୍ର ପାଲଟିଲା ଗତିଶ୍ବର ମହାବିଦ୍ୟାଳୟ

author img

By

Published : Nov 24, 2022, 8:31 PM IST

କମେଣ୍ଟ ମରାକୁ ନେଇ ଗୋଷ୍ଠୀ ସଂଘର୍ଷ । କମେଣ୍ଟ ମରାକୁ କେନ୍ଦ୍ର କରି ନୟାଗଡ଼ର ଗତିଶ୍ବର ମହାବିଦ୍ୟାଳୟରେ ଗୋଷ୍ଠୀ ସଂଘର୍ଷ । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି । ଅଧିକ ପଢ଼ନ୍ତୁ

group clash erupted for passing comment in Gatiswar college in Nayagarh
କମେଣ୍ଟ ମରାକୁ ନେଇ ଗୋଷ୍ଠୀ ସଂଘର୍ଷ, ରଣକ୍ଷେତ୍ର ପାଲଟିଲା ଗତିଶ୍ବର ମହାବିଦ୍ୟାଳୟ

ନୟାଗଡ଼: କମେଣ୍ଟ ମରାକୁ ନେଇ ଗୋଷ୍ଠୀ ସଂଘର୍ଷ । କମେଣ୍ଟ ମରାକୁ କେନ୍ଦ୍ର କରି ନୟାଗଡ଼ର ଗତିଶ୍ବର ମହାବିଦ୍ୟାଳୟରେ ଗୋଷ୍ଠୀ ସଂଘର୍ଷ । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି । ଗୁରୁବାର କିଛି ଅସାମାଜିକ ଯୁବକ ଗତିଶ୍ୱର କଲେଜ ପରିସରରେ ପଶି ଏହି କାଣ୍ଡ ଘଟାଇଥିବା ଜଣାପଡ଼ିଛି ।

ଦୁଇ ଦିନ ପୂର୍ବରୁ ଜଣେ ଛାତ୍ରୀଙ୍କୁ କେହି ଛାତ୍ର କମେଣ୍ଟ ମାରିଥିଲେ । ଏହାକୁ କେନ୍ଦ୍ରକରି ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଏହାକୁ ନେଇ ଉଭୟ ଗୋଷ୍ଠୀ ରାଗ ରଖି ନିଜନିଜ ଗ୍ରାମରୁ ଅସାମାଜିକ ଯୁବଗୋଷ୍ଠୀ ଡକାଇଥିଲେ । ଗୁରୁବାର ପୁନଶ୍ଚ ସମାନ ଘଟଣାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଦେଖୁ ଦେଖୁ ଉଭୟ ଗୋଷ୍ଠୀ ଠେଙ୍ଗା, ବାଡ଼ି ବୁଲାଇବା ଆରମ୍ଭ କରିଥିଲେ ।

ଏହାକୁ ନେଇ ଖବର ମିଳିବା ପରେ ମାଳିସାହି ଫାଣ୍ଡି ପୋଲିସ ପହଞ୍ଚିଥିଲେ । ତେବେ ପୋଲିସକୁ ଦେଖି ଉଭୟ ଗୋଷ୍ଠୀ ଛାତ୍ର ତଥା ଅସାମାଜିକ ଯୁବକ ଛତ୍ରଭଙ୍ଗ ଦେଇଥିଲେ । କଲେଜରେ ଏଭଳି ଘଟଣାକୁ ନେଇ ବର୍ତ୍ତମାନ ଅଭିଭାବକ ମହଲ ଚିନ୍ତାରେ ପଡିଛନ୍ତି । ପିଲାଙ୍କୁ କଲେଜ୍‌ ଛାଡ଼ିବାକୁ ସୁରକ୍ଷିତ ମଣୁ ନାହାନ୍ତି । ଅନେକ ସମୟରେ କଲେଜ ପରିସରରେ ଅଣଛାତ୍ର ପଶି ଆତଙ୍କ ଖେଳାଉଥିବା ଅଭିଯୋଗ ହୋଇଛି ।

ଗୋଷ୍ଠୀ ସଂଘର୍ଷରେ ସମ୍ପୃକ୍ତ ଥିବା ଛାତ୍ର ଅଭିଯୁକ୍ତ ୟୁନିଫର୍ମରୁ ଯୁକ୍ତ ୩ର ଛାତ୍ର ବୋଲି ଜଣା ପଡ଼ିଛି । ଏହାକୁ ନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ତାସହିତ ଅସାମାଜିକ ଯୁବକଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଥାନାଧିକାରୀ ।

ଇଟିଭି ଭାରତ, ନୟାଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.