ETV Bharat / state

ମିଳିଲାନି ST ସଂରକ୍ଷଣ ଆସନ, ଭୋଟ ବର୍ଜନ କଲେ ୱାର୍ଡବାସୀ - ନବରଙ୍ଗପୁରରେ ଅନୁସୂଚିତ ଜାତି ସଂରକ୍ଷଣରେ ଅନ୍ତର୍ଭୁକ୍ତ ନ ହେବା ଅଭିଯୋଗ

ନବରଙ୍ଗପୁର କାଙ୍ଗୁମାଝିଗୁଡା ୧ ନମ୍ବର ୱାର୍ଡରେ ST ସଂରକ୍ଷଣରେ କୌଣସି ପ୍ରାର୍ଥୀ ନ ଦିଆଯାଇଥିବାରୁ ଭୋଟ ବର୍ଜନ କଲେ ୱାର୍ଡବାସୀ। ଅଧିକ ପଢନ୍ତୁ

ST ସଂରକ୍ଷଣ ନେଇ ପ୍ରାର୍ଥୀ ଦେଲେନି ସରକାର, ଭୋଟ ବର୍ଜନ କଲେ ୱାର୍ଡବାସୀ

author img

By

Published : Feb 22, 2022, 1:55 PM IST

Updated : Feb 22, 2022, 2:24 PM IST

ନବରଙ୍ଗପୁର: ପାପଡ଼ାହାଣ୍ଡି ବ୍ଲକ ଘାଟଗୁଡ଼ା ଗ୍ରାମପଞ୍ଚାୟତ କାଙ୍ଗୁମାଝିଗୁଡା ୧ ନମ୍ବର ୱାର୍ଡର ପ୍ରାୟ ୨୦୨ ଜଣ ଭୋଟର ଭୋଟ ବର୍ଜନ କରିଛନ୍ତି । ଏହି ୱାର୍ଡଟି SC ସଂରକ୍ଷଣ ପାଇଁ ରହିଥିଲା । ମାତ୍ର ଏଠାରେ କେହି SC ପରିବାର ନଥିବାରୁ ୱାର୍ଡବାସୀ ST ସଂରକ୍ଷଣ ପାଇଁ ଦାବି କରିଥିଲେ । ତେବେ ଏହି ବର୍ଗର କୌଣସି ସଂରକ୍ଷଣ ନ ଦିଆଯିବା ପରେ ଭୋଟ ବର୍ଜନ କରିଛନ୍ତି ୱାର୍ଡବାସୀ ।

ମିଳିଲାନି ST ସଂରକ୍ଷଣ ଆସନ, ଭୋଟ ବର୍ଜନ କଲେ ୱାର୍ଡବାସୀ

ୱାର୍ଡବାସୀଙ୍କ ଅଭିଯୋଗ ଅନୁସାରେ କାଙ୍ଗୁମାଝିଗୁଡାରେ ୩ ଗୋଟି ୱାର୍ଡ ରହିଛି । ତିନୋଟି ୱାର୍ଡକୁ SCଙ୍କ ପାଇଁ ସଂରକ୍ଷଣ ରଖାଯାଇଥିଲା । କିନ୍ତୁ ଏହି ଗ୍ରାମରେ ଗୋଟିଏ ପରିବାର ମଧ୍ୟ SC ଶ୍ରେଣୀରେ ନଥିବା ଯୋଗୁଁ, ସଂରକ୍ଷଣ ପରିବର୍ତ୍ତନ ପାଇଁ ଗ୍ରାମବାସୀ ନିବେଦନ କରିଥିଲେ। ସେମାନେ ST ସଂରକ୍ଷଣ ପାଇଁ ନିବେଦନ କରିଥିଲେ । କିନ୍ତୁ ଦୁଇ ଓ ତିନି ୱାର୍ଡର ସଂରକ୍ଷଣ ପରିବର୍ତ୍ତନ ହୋଇଥିଲେ ମଧ୍ୟ ଏକ ନମ୍ବର ୱାର୍ଡର ଅପରିବର୍ତ୍ତିତ ରହିଛି ।

ସେପଟେ ବିଡ଼ିଓ SC ସଂରକ୍ଷଣ ହୋଇଥିବା ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ କହିଛନ୍ତି । ଭୋଟ ନ ଦେଲେ ସରକାରୀ ସୁବିଧାରୁ ବଞ୍ଚିତ ହେବା ପାଇଁ କହିଥିବା ୱାର୍ଡବାସୀ ଅଭିଯୋଗ କରିଛନ୍ତି । SC ସଂରକ୍ଷଣ ପରିବର୍ତ୍ତନ ପାଇଁ ନିବେଦନ କରି କିଛି ଫଳ ନମିଳିବାରୁ ଏକ ନମ୍ବର ୱାର୍ଡର ୨୦୨ ଜଣ ଭୋଟ ବର୍ଜନ କରିଥିବା କହିଛନ୍ତି ।

ନବରଙ୍ଗପୁର ତପନ କୁମାର ବିଷୋୟୀ, ଇଟିଭି ଭାରତ

Last Updated : Feb 22, 2022, 2:24 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.