ETV Bharat / state

ଅବ୍ୟବସ୍ଥା ଘେରରେ ଆଗାମୀ ଭବିଷ୍ୟତ... - ନବରଙ୍ଗପୁର ସ୍କୁଲ ଅବ୍ୟବସ୍ଥା ପ୍ରସଙ୍ଗ

ପ୍ରାଥମିକ ଶିକ୍ଷା ହେଉଛି ସାମାଜିକ ବିକାଶର ହୃତପିଣ୍ଡ । ଏପରି ନାରା ଦେଇ ପିଲାମାନଙ୍କୁ ପ୍ରାଥମିକ ଶିକ୍ଷା ପ୍ରତି ଆକର୍ଷିତ କରିବାକୁ ସରକାର କରୁଛନ୍ତି ଅନେକ ଚେଷ୍ଟା । ତଥାପି ପ୍ରାଥମିକ ଶିକ୍ଷା ତ ଦୂର ବିଦ୍ୟାଳୟର ଅବ୍ୟବସ୍ଥା ଯୋଗୁଁ ବିଦ୍ୟାଳୟ ମାଟି ମାଡିବାକପ ନାଁ ଧରୁ ନାହାନ୍ତି ପିଲାଏ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର
author img

By

Published : Oct 20, 2019, 4:43 AM IST

ନବରଙ୍ଗପୁର: ପ୍ରାଥମିକ ଶିକ୍ଷା ହେଉଛି ସାମାଜିକ ବିକାଶର ହୃତପିଣ୍ଡ । ଏପରି ନାରା ଦେଇ ପିଲାମାନଙ୍କୁ ପ୍ରାଥମିକ ଶିକ୍ଷା ପ୍ରତି ଆକର୍ଷିତ କରିବାକୁ ସରକାର କରୁଛନ୍ତି ଅନେକ ଚେଷ୍ଟା । ତଥାପି ପ୍ରାଥମିକ ଶିକ୍ଷା ତ ଦୂର ବିଦ୍ୟାଳୟର ଅବ୍ୟବସ୍ଥା ଯୋଗୁଁ ବିଦ୍ୟାଳୟ ମାଟି ମାଡିବାକପ ନାଁ ଧରୁ ନାହାନ୍ତି ପିଲାଏ । ଏପରି ସ୍ଥିତିରେ ଅନେକ ପିଲା ଅଧାରୁ ପାଠ ପଢା ଛାଡିବା ପାଇଁ ମଧ୍ୟ ବାଧ୍ୟ ହେଉଛନ୍ତି । ତେବେ ଅବ୍ୟବସ୍ଥା ଓ ଅବହେଳାର ଶିକାର ହେଉଥିବା ଏପରି ଏକ ସ୍କୁଲ ହେଉଛି ଝରିଗାଁ ବ୍ଲକ ଅନ୍ତର୍ଗତ ଭିକ୍ଷା ପଞ୍ଚାୟତର ଡଙ୍ଗରୀ ସାହି ପ୍ରାଥମିକ ବିଦ୍ୟାଳୟ ।

ଏଠାରେ ପ୍ରଥମଠାରୁ ପଞ୍ଚମ ପର୍ଯ୍ୟନ୍ତ ପାଞ୍ଚଟି ଶ୍ରେଣୀରେ ପଢସନ୍ତି ମୋଟ 98ଜଣ ବିଦ୍ୟାର୍ଥୀ । ହେଲେ ବିଡମ୍ବନାର ବିଷୟ କି ସମସ୍ତ ପାଞ୍ଚଟି ଶ୍ରେଣୀ ପାଇଁ ବିଦ୍ୟାଳୟରେ ରହିଛି ମାତ୍ର 2ଟି ଶ୍ରେଣୀଗୃହ । ନା ଅଛି ପିଲାଙ୍କ ପାଇଁ ପର୍ଯ୍ୟାପ୍ତ ଶ୍ରେଣୀ ଗୃହ, ନା ଅଛନ୍ତି ପର୍ଯ୍ୟାପ୍ତ ଶିକ୍ଷକ । ରୋଷେଇଘରଟିଏ ମଧ୍ୟ ନଥିବାରୁ ବର୍ଷା ଦିନେ ଅତି ଅସ୍ବାସ୍ଥ୍ୟକର ପରିବେଶରେ ଖୋଲା ଆକାଶ ତଳେ ପିଲାଙ୍କ ପାଇଁ ପ୍ରସ୍ତୁତ ହୁଏ ମଧ୍ୟାହ୍ନ ଭୋଜନ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ପିଲାମାନେ ମଧ୍ୟ ଖୋଲା ଆକାଶ ତଳେ, ରାସ୍ତା ଉପରେ ବସି ଖାଆନ୍ତି ମଧ୍ୟାହ୍ନ ଭୋଜନ । ଏଥିସହ ବିଦ୍ୟାଳୟରେ ନଳକୂପର ଅଭାବ ଯୋଗୁଁ ନିକଟସ୍ଥ ପୋଖରୀରେ ବିପଜ୍ଜନକ ଅବସ୍ଥାରେ ବାସନ ଧୁଅନ୍ତି ଛାତ୍ରଛାତ୍ରୀ । ନଳକୂପ ପାଇଁ ଗାଁର ଅଧା ବାଟ ଯିବାକୁ ପଡୁଥିବାରୁ ପିଲାଏ ବାଧ୍ୟ ହୋଇ ପୋଖରୀକୁ ଯାଉଥିବା ସ୍ବୀକାର କରିଛନ୍ତି । ଅନ୍ୟପଟେ ଭିକ୍ଷା ପଞ୍ଚାୟତ କାର୍ଯ୍ୟାଳୟଠାରୁ ମାତ୍ର 100 ମିଟର ଦୂରରେ ଅବସ୍ଥିତ ଏହି ସ୍କୁଲ ସମସ୍ତ ସୁବିଧାରୁ ଢେର ଦୂରରେ ବୋଲି କହିଛନ୍ତି ବିଦ୍ୟାଳୟ କମିଟି ସଭାପତି ସମୁଦୁ ଭତ୍ରା ।

ଏନେଇ ସ୍ଥାନୀୟ ସରପଞ୍ଚ ରାକ୍ଷୀରାମଙ୍କ କହିବା ଅନୁଯାୟୀ ଦୀର୍ଘ ବର୍ଷ ପର୍ଯ୍ୟନ୍ତ ସେ ଓ ଗ୍ରାମବାସୀ ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଆସୁଛୁ ତଥାପି ଫଳ ଶୂନ । ତତ୍କାଳୀନ ଜିଲ୍ଲାପାଳ ରଶ୍ମିତା ପଣ୍ଡା ବିଦ୍ୟାଳୟର ଅବସ୍ଥା ନିଜେ ଦେଖି ଏହାର ତୁରନ୍ତ ସମାଧାନ ସ୍ବରୂପ ଏକ ନଳକୂପ ଖନନ ପାଇଁ ପ୍ରତିଶୃତି ଦେଇଥିଲେ ମଧ୍ୟ ପ୍ରତିଶୃତି କେବଳ ପ୍ରତିଶୃତିରେ ହିଁ ଅଟକି ଯାଇଛି । ଫଳରେ ବିଦ୍ୟାର୍ଥୀ ଅସ୍ବାସ୍ଥ୍ୟକର ପରିବେଶରେ ପଢିବାକୁ ବାଧ୍ୟ ହେଉଛନ୍ତି ।

ବିଦ୍ୟାଳୟର ଅବ୍ୟବସ୍ଥା ନେଇ ପ୍ରଧାନଶିକ୍ଷକ ରାଜକିଶୋର ଦାସଙ୍କୁ ଯୋଗାଯୋଗ କରିବାରୁ ବିଦ୍ୟାଳୟର ସମସ୍ୟା ଗୁଡିକ ଅଧିକାରୀଙ୍କୁ ଜଣାଯାଇଛି ବୋଲି ସେ କହିଥିଲେ । ତେବେ ରୋଷେଇ ଘର, ନଳକୂପ, ଶ୍ରେଣୀ ଗୃହ ଓ ପାଚେରୀ ପ୍ରଭୃତି ସମସ୍ୟାର ଶୀଘ୍ର ସମାଧାନ ନେଇ ଜିଲ୍ଲାପାଳ ଦୃଷ୍ଟି ଦେବା ପାଇଁ ଗ୍ରାମବାସୀ ନିବେଦନ କରିଛନ୍ତି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:ରିପୋର୍ଟ-ତପନ କୁମାର ବିଷୟ,ନବରଙ୍ଗପୁର
ଝରିଗାଁ ରେ କୋମଳମତି ଶିକ୍ଷାର୍ଥୀ ଙ୍କ ଭାଗ୍ୟ ଓ ଭବିଷ୍ୟତ ନେଇ ସମସ୍ୟା
ନବରଙ୍ଗପୁର -1 9/1୦/19 ସରକାର କହୁଛନ୍ତି ପ୍ରାଥମିକ ଶିକ୍ଷା ହେଉଛି ସାମାଜିକ ବିକାଶର ହୃତପିଣ୍ଡ । ପ୍ରାଥମିକ ଶିକ୍ଷା ର ବିକାଶ ପାଇଁ ଚାଲିଛି ଅନେକ ଯୋଜନା । ଏପରିକି ଅଧାରୁ ପାଠ ଛାଡୁଥିବା ପିଲାଙ୍କ ସଂଖ୍ୟା ହ୍ରାସ ପାଇଁ ସରକାର ଅନେକ ଯୋଜନା କରୁଛନ୍ତି ଅଥଚ ବିଦ୍ୟାଳୟ କୁ ପାଠ ପଢିବା ପାଇଁ ଆଗ୍ରହ ପ୍ରକାଶ କରି ଆସୁଥିବା ଛାତ୍ର ଛାତ୍ରୀ ବିଦ୍ୟାଳୟ ର ଅବ୍ୟବସ୍ଥା ତଥା ଆନୁଷଙ୍ଗିକ ବ୍ୟବସ୍ଥା ନଥିବା ନେଇ ଅନେକ ହୋଇରାଣ ହଉଥିବା ବେଳେ ବିଦ୍ୟାର୍ଥୀ ବିଦ୍ୟାଳୟ ଯିବାନେଇ ବିମୁଖ ହେଉଥିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ । ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ଭିକ୍ଷା ପଞ୍ଚାୟତ ର ଡଙ୍ଗରି ସାହି ପ୍ରାଥମିକ ବିଦ୍ୟାଳୟ ଠାରେ ।ଏହି ବିଦ୍ୟାଳୟ ୨୦୧୦ ମସିହାରେ ସ୍ଥାପିତ ହୋଇଥିବା ବେଳେ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୯୮ ଜଣ ବିଦ୍ୟାର୍ଥୀ ଙ୍କୁ ନେଇ ୩ ଜଣ ଶିକ୍ଷକ ନିୟୋଜିତ ରହିଥିବା ବେଳେ ପାଠ ପଢିବା ପାଇଁ ମାତ୍ର ୨ ଗୋଟି ଶ୍ରେଣୀ ଗୃହ ରହିଛି । ୨ ଗୋଟି ଶ୍ରେଣୀ ଗୃହ ରେ ୫ ଗୋଟି ଶ୍ରେଣୀ ଚାଲୁଥିବା ବେଳେ ବିଦ୍ୟାର୍ଥୀ ଙ୍କ ମଧ୍ୟାନ ଭୋଜନ ରନ୍ଧା ନେଇ ରୋଷେଇ ଗୃହ ଟି ନଥିବା ବେଳେ ବର୍ଷା ଦିନେ ରୋଷେୟା ଘରେ ରନ୍ଧା କାର୍ଯ୍ୟ ଚାଲୁଥିବା ବେଳେ ଅନ୍ୟ ଦିନ ମାନଙ୍କରେ ଖୋଲା ଆକାଶ ତଳେ ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ମଧ୍ୟାନ ଭୋଜନ ରନ୍ଧା ଯାଉଥିବା ବେଳେ ।ବିଦ୍ୟାଳୟ ର ବିଦ୍ୟାର୍ଥୀ ରାସ୍ତା ଉପରେ ବସି ମଧ୍ୟାନ ଭୋଜନ ଖାଇବାକୁ ବାଧ୍ଯ ହଉଛନ୍ତି । ସବୁଠାରୁ ବଡ଼ ସମସ୍ୟା ହେଲା ପାନୀୟ ଜଳ ବ୍ୟବସ୍ଥା ,ବିଦ୍ୟାଳୟରେ ଏଯାବତ ନଳକୂପ ଟିଏ ଖନନ ହୋଇ ପାରିନଥିବା ବେଳେ ମଧ୍ୟାନ ଭୋଜନ ଖାଇ ସାରିବା ପରେ ବିଦ୍ୟାଳୟ ପାଖରେ ଥିବା ଏକ ପଖରୀ ରେ ବିପଦପୂର୍ଣ ଅବସ୍ଥାରେ ଖାଇବା ବାସନ ଧୋଇଥାନ୍ତି ବିଦ୍ୟାର୍ଥୀ । ବିଦ୍ୟାଳୟ କମିଟି ସଭାପତି ସମୁଦୁ ଭତ୍ରା ଙ୍କ ଅଭିଯୋଗ ଅନୁଯାୟୀ ଆମ ବିଦ୍ୟାଳୟ ଟି ଦୀପ ତଳେ ଅନ୍ଧାର ପାଲଟିଛି ,ଭିକ୍ଷା ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ମାତ୍ର ୧୦୦ମିଟର ଦୂରରେ ଅବସ୍ଥିତ ବିଦ୍ୟାଳୟ କୁ ପ୍ରଶାସନିକ ଅଧିକାରୀ ,ଜିଲ୍ଲାପାଳ ଏବଂ ରାଜନେତା ପ୍ରମୁଖ ପଞ୍ଚାୟତ ଗସ୍ତ ସମୟରେ ଥିବାବେଳେ ବିଦ୍ୟାଳୟ ର ସମସ୍ତ ଅଭାବ ନେଇ ଦୃଷ୍ଟି ଆକର୍ଷଣ କରିଆସୁଛୁ ତଥାପି ଫଳ ଶୁନ ।ଏଯାବତ ବିଦ୍ୟାଳୟରେ ନାଳକୂପ ଟିଏ ଖନନ ହୋଇପାରିଲା ନାହିଁ । ସ୍ଥାନୀୟ ସରପଞ୍ଚ ରାକ୍ଷିରାମ ଙ୍କ କହିବା ଅନୁଯାୟୀ ଦୀର୍ଘ ବର୍ଷ ପର୍ଯ୍ୟନ୍ତ ସେ ଓ ଗ୍ରାମବାସୀ ପ୍ରଶାସନିକ ଅଧିକାରୀ ଙ୍କୁ ବିଦ୍ୟାଳୟ ସମସ୍ୟା ବିଷୟରେ ଦୃଷ୍ଟି ଆକର୍ଷଣ କରିଆସୁଛନ୍ତି ଏପରିକି ତତ୍କାଳୀନ ଜିଲ୍ଲାପାଳ ରଶ୍ମିତା ପଣ୍ଡା ବିଦ୍ୟାଳୟ ର ରୁଗଣ ଚିତ୍ର ନିଜ ଆଖିରେ ଦେଖି ସଙ୍ଗେ ସଙ୍ଗେ ନଳକୂପ ଖନନ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ତେବେ ପ୍ରତିଶ୍ରୁତି ପ୍ରତିଶ୍ରୁତି ମଧ୍ୟରେ ସୀମିତ ରହିଗଲା । ଫଳରେ ବିଦ୍ୟାର୍ଥୀ ଅସ୍ଵାସ୍ଥ୍ୟ କର ପାଣିରେ ହାତ ଓ ମୁହଁ ଧୋଉଥିବା ବେଳେ ସ୍ୱଚ୍ଛ ପାନୀୟ ପାଇଁ ଗାଁ ମଧ୍ୟ କୁ ଅଧା କିଲୋମିଟର ଯିବାକୁ ପଡୁଛି ।ବିଦ୍ୟାଳୟ ର ଅବ୍ୟବସ୍ଥା ନେଇ ପ୍ରଧାନ ଶିକ୍ଷକ ରାଜକିଶୋର ଦାସ ଙ୍କୁ ଯୋଗା ଯୋଗ କରିବାରୁ ବିଦ୍ୟାଳୟ ର ସମସ୍ୟା ଗୁଡିକ ଅଧିକାରୀ ଙ୍କୁ ଜଣାଯାଇଅଛି ।ତେବେ ବିଦ୍ୟାର୍ଥୀ ଙ୍କୁ ବାସନ ଧୋଇବା ପାଇଁ ନଳକୂପ ପଠାଯାଉଥିବା ବେଳେ କିଛି ବିଦ୍ୟାର୍ଥୀ ଦୂରକୁ ଯିବା ପାଇଁ ଅମଙ୍ଗ ହୋଇ ନିକଟସ୍ଥ ପଖରୀ ରେ ବାସନ ଧୋଇବା କଥା ସ୍ୱୀକାର କରିଥିଲେ । ତେବେ ରୋଷେଇ ଘର, ନଳକୂପ, ଶ୍ରେଣୀ ଗୃହ ଓ ପାଚେରୀ ପ୍ରଭୁତି ସମସ୍ୟା ର ଶୀଘ୍ର ସମାଧାନ ନେଇ ଜିଲ୍ଲାପାଳ ଦୃଷ୍ଟି ଦେବାନେଇ ଗ୍ରାମବାସୀ ନିବେଦନ କରିଅଛନ୍ତି ।Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.