ETV Bharat / state

କର୍ମଜୀବି ମହିଳାଙ୍କ ସୁରକ୍ଷା ନେଇ ଦିନିକିଆ ପ୍ରଶିକ୍ଷଣ ଶିବିର

ନବରଙ୍ଗପୁର ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ଥିବା ମହିଳା କର୍ମଚାରୀଙ୍କର ସୁରକ୍ଷାକୁ ନେଇ ଦିନିକିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ । ଅଧିକ ପଢନ୍ତୁ

author img

By

Published : May 14, 2022, 11:51 AM IST

କର୍ମଜୀବି ମହିଳାଙ୍କ ସୁରକ୍ଷା ନେଇ ଦିନିକିଆ ପ୍ରଶିକ୍ଷଣ ଶିବିର
କର୍ମଜୀବି ମହିଳାଙ୍କ ସୁରକ୍ଷା ନେଇ ଦିନିକିଆ ପ୍ରଶିକ୍ଷଣ ଶିବିର

ନବରଙ୍ଗପୁର: ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ଥିବା ମହିଳା କର୍ମଚାରୀଙ୍କର(Working Women) ସୁରକ୍ଷାକୁ ନେଇ ଦିନିକିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଛି । ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ କହିଛନ୍ତି ଯେ, "ଜିଲ୍ଲା ପ୍ରଶାସନରେ ମହିଳା ମାନଙ୍କୁ ଯଥେଷ୍ଟ ସମ୍ମାନ ପ୍ରଦାନ କରାଯାଉଛି ।"

"ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ମହିଳାମାନେ ଯଦି ଅନୁଭବ କରନ୍ତି କି ସେ ଯୌନ ନିର୍ଯ୍ୟାତନାର ଶିକାର ହେଉଛନ୍ତି । ତେବେ ସେ ନିର୍ଭୟରେ ଏହା ବିରୋଧରେ ପ୍ରତିବାଦ କରିବା ଦରକାର । ଜିଲ୍ଲାର ସମସ୍ତ କର୍ମଚାରୀ ଆଇନକୁ ଭଲ ଭାବରେ ବୁଝି କର୍ମ କ୍ଷେତ୍ରରେ ସଜାଗ ରହିବା ସହିତ ମହିଳାମାନେ ସାହସର ସହିତ ତାଙ୍କ ଉପରେ ହେଉଥିବା ଅନ୍ୟାୟ କୁ ପ୍ରତିବାଦ କରିବା ଦରକାର ।"

ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସ୍ଵର୍ଣ୍ଣଲତା ବିଶ୍ବାସ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ମହିଳା ମାନଙ୍କ ଉପରେ ଯୌନ ନିର୍ଯ୍ୟାତନାର ନିବାରଣ ,ନିଷେଧ ଓ ନିରାକରଣ ଆଇନ-୨୦୧୩ ଅନୁଯାୟୀ ସ୍ଥାନୀୟ ଅଭିଯୋଗ କମିଟି ଓ ଜିଲ୍ଲା ସ୍ତରରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଗଠନ କରାଯାଇ ଥିବାର ସୂଚନା ପ୍ରଦାନ କରିଥିଲେ ।

ପ୍ରଶିକ୍ଷଣ ଶିବିରରେ ଉପସ୍ଥିତ ଥିବା କର୍ମଚାରୀ ମାନଙ୍କୁ କର୍ମକ୍ଷେତ୍ରରେ ମହିଳା ମାନଙ୍କ ଉପରେ ଯୌନ ନିର୍ଯ୍ୟାତନାର ନିବାରଣ, ନିଷେଧ ଓ ନିରାକରଣ ଆଇନ-୨୦୧୩ ର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା । ଏହାସହ ଯୌନ ନିର୍ଯ୍ୟାତନା କାହାକୁ କୁହାଯାଏ । ନିଯୁକ୍ତିଦାତାଙ୍କ ଦାୟିତ୍ଵ ସମୂହ, ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଓ ଜିଲ୍ଲା ସ୍ତରରେ ସ୍ଥାନୀୟ ଅଭିଯୋଗ କମିଟିର ଗଠନ, ଦାୟିତ୍ଵ, କ୍ଷମତା, ଅଭିଯୋଗ କରିବାର ପ୍ରକ୍ରିୟା ,ତଦନ୍ତ ସମୟର ଅବଧି ଉପରେ ବିଶେଷ ଭାବରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା ।

ଜିଲ୍ଲା ସ୍ତରରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ଅଧ୍ୟକ୍ଷା ମନୋରମା ମାଝି, ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଓକିଲ ମୀନାକ୍ଷୀ ପାଢୀ ଯୋଗ ଦେଇଥଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରକଳ୍ପ ନିର୍ଦ୍ଦେଶକ ରତ୍ନାକର ସାହୁ, ପ୍ରକଳ୍ପ ପ୍ରଶାସକ ସମ୍ମାନୀତ ଆଦିବାସୀ ଉନ୍ନୟନ ସଂସ୍ଥା ଅଭିମନ୍ୟୁ ମାଝି ଓ ବହୁ ମାନ୍ୟଗନ୍ତ ବ୍ୟକ୍ତି ଯୋଗ ଦେଇଥିଲେ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.