ETV Bharat / state

ବଢୁଛି ସଂକ୍ରମଣ: ଆଜିଠାରୁ ତିନିଦିନ ନବରଙ୍ଗପୁର ସଟଡାଉନ - ନବରଙ୍ଗପୁର

ନବରଙ୍ଗପୁର ଜିଲ୍ଲାରୁ ପୁଣି 5 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି l ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ସୂଚନା ପାଇବା ପରେ ଏନେଇ ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

ବଢୁଛି ସଂକ୍ରମଣ; ଆଜିଠାରୁ ତିନିଦିନ ନବରଙ୍ଗପୁର ସଟଡାଉନ

author img

By

Published : Aug 8, 2020, 4:43 PM IST

ନବରଙ୍ଗପୁର: ଜିଲ୍ଲାରୁ ପୁଣି 5 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି l ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ସୂଚନା ପାଇବା ପରେ ଏନେଇ ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର ସୂଚନା ଦେଇଛନ୍ତି । ସମସ୍ତ ଆକ୍ରାନ୍ତଙ୍କୁ ନବରଙ୍ଗପୁରସ୍ଥିତ କୋଭିଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ଆଜି ଚିହ୍ନଟ ହୋଇଥିବା ଏହି 5 ଜଣ କୋରୋନା ପଜିଟିଭଙ୍କ ମଧ୍ୟରୁ ନବରଙ୍ଗପୁର ମ୍ୟୁନିସିପାଲିଟିରୁ 5 ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ । ଜିଲ୍ଲାପାଳଙ୍କ ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ 360 ଜଣ କୋରୋନାରେ ସଂକ୍ରମିତ ହୋଇଥିବାବେଳେ ସେଥିମଧ୍ୟରୁ 270 ଜଣ ସୁସ୍ଥ ହୋଇଛନ୍ତି l

ବଢୁଛି ସଂକ୍ରମଣ; ଆଜିଠାରୁ ତିନିଦିନ ନବରଙ୍ଗପୁର ସଟଡାଉନ

ଅନ୍ୟ 89 ଜଣ କୋରୋନା ପଜିଟିଭ ସକ୍ରିୟ ଥିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏହାସହ ନବରଙ୍ଗପୁର ଜିଲ୍ଲାରୁ କୋରୋନା ସଂକ୍ରମଣରେ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଜିଲ୍ଲାପାଳ କହିଛନ୍ତି । ଜିଲ୍ଲାରେ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ନବରଙ୍ଗପୁର ଜିଲ୍ଲାକୁ ଆଜି ଠାରୁ 10 ତାରିଖ ସୋମବାର ମଧ୍ୟରାତ୍ର ପର୍ଯ୍ୟନ୍ତ ତିନିଦିନିଆ ସଟଡାଉନ ଘୋଷଣା କରିଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.