ETV Bharat / state

ନବରଙ୍ଗପୁରରୁ ପୁଣି ସର୍ବାଧିକ 67 ନୂଆ ଆକ୍ରାନ୍ତ ଚିହ୍ନଟ - ନବରଙ୍ଗପୁରରେ ବୃଦ୍ଧି ପାଉଛି କୋରୋନା

ନବରଙ୍ଗପୁରରେ ମାଡିଚାଲିଛି କୋରୋନାର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ । ମଙ୍ଗଳବାର ପୁଣି ଜିଲ୍ଲାରୁ 67 ଜଣ ସର୍ବାଧିକ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

ଜିଲ୍ଲାରୁ ପୁଣି ସର୍ବାଧିକ 67 ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

author img

By

Published : Apr 13, 2021, 5:46 PM IST

ନବରଙ୍ଗପୁର: ଜିଲ୍ଲାରେ ମାଡି ଚାଲିଛି କୋରୋନାର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ । ମଙ୍ଗଳବାର ପୁଣି ଜିଲ୍ଲାରୁ 67 ଜଣ ସର୍ବାଧିକ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତ ତିନି ଦିନ ମଧ୍ୟରେ ଜିଲ୍ଲାରେ ମୋଟ 218 ଜଣ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି (ମଙ୍ଗଳବାର) ଚିହ୍ନଟ ହୋଇଥିବା କୋରୋନା ସଂକ୍ରମିତଙ୍କ ମଧ୍ୟରେ ଝରିଗାଁ ବ୍ଲକରୁ 20 ଜଣ, ରାଇଘର ବ୍ଲକରୁ 8 ଜଣ ନବରଙ୍ଗପୁର ପୌରାଞ୍ଚଳ ଓ ପାପଡାହାଣ୍ଡି ବ୍ଲକରୁ 7 ଜଣ ଲେଖାଏ ସର୍ବାଧିକ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଜିଲ୍ଲାରୁ ପୁଣି ସର୍ବାଧିକ 67 ଜଣ ନୂଆ ଆକ୍ରାନ୍ତ ଚିହ୍ନଟ
ଜିଲ୍ଲାରୁ ପୁଣି ସର୍ବାଧିକ 67 ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ସେହିପରି ନନ୍ଦାହାଣ୍ଡି ବ୍ଲକରୁ 6 ଜଣ, ଡାବୁଗାଁ ଓ କୋଷାଗୁମୁଡା ବ୍ଲକରୁ 4 ଜଣ ଲେଖାଏଁ ଉମରକୋଟ ଓ ଚନ୍ଦାହାଣ୍ଡି ବ୍ଲକରୁ 3 ଜଣ ଲେଖାଏଁ ଉମରକୋଟ ପୌରାଞ୍ଚଳରୁ 2 ଜଣ, ନବରଙ୍ଗପୁର ଓ ତେନ୍ତୁଳିଖୁଣ୍ଟି ବ୍ଲକରୁ ଜଣେ ଲେଖାଏଁ , ନବରଙ୍ଗପୁର ଜିଲ୍ଲାକୁ ଆସିଥିବା ନୂଆପଡା ଜିଲ୍ଲାର ଜଣେ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା 2 ଲକ୍ଷ 22ହଜାର 111ଜଣଙ୍କ କୋରୋନା ଟେଷ୍ଟ ହୋଇଥିବା ବେଳେ 6 ହଜାର 327 ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି । ସେଥିମଧ୍ୟରୁ 5 ହଜାର 859 ଜଣ ସୁସ୍ଥ ହୋଇଥିବା ବେଳେ ଜିଲ୍ଲାରେ 422 ଜଣ ସକ୍ରିୟ ଆକ୍ରାନ୍ତ ରହିଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି l

କୋରୋନା ସଂକ୍ରମଣ ଦିନକୁ ଦିନ ବଡିବାରେ ଲାଗିଥିବାରୁ ଲୋକଙ୍କୁ ସଚେତନ କରିବାକୁ ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ର ଓ ଏସ୍ ପି ପ୍ରହଲ୍ଲାଦ ସାହାଇ ମୀନା ସୋମବାର ନବରଙ୍ଗପୁର ସହରର ବିଭିନ୍ନ ଦୋକାନ ବୁଲି ବୁଲି ସଚେତନତା ବାର୍ତ୍ତା ସହ କୋଭିଡ ନିୟମ ମାନିବାକୁ ଲୋକମାନଙ୍କୁ ପରାମର୍ଶ ଦେଉଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.