ETV Bharat / state

ନବରଙ୍ଗପୁରରେ 24 ଘଣ୍ଟାରେ 386 ନୂଆ ଆକ୍ରାନ୍ତ - Nabarangpur covid situation

ନବରଙ୍ଗପୁର ଜିଲ୍ଲାରେ କ୍ରମାଗତ ଭାବେ ବଢି ଚାଲିଛି କୋରୋନା ସଂକ୍ରମଣ । ଗତ 24 ଘଣ୍ଟାରେ 386 ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ....

ନବରଙ୍ଗପୁରରେ 24 ଘଣ୍ଟାରେ 386 ନୂଆ ଆକ୍ରାନ୍ତ
ନବରଙ୍ଗପୁରରେ 24 ଘଣ୍ଟାରେ 386 ନୂଆ ଆକ୍ରାନ୍ତ
author img

By

Published : May 17, 2021, 5:17 PM IST

ନବରଙ୍ଗପୁର: କୋରୋନା ସଂକ୍ରମଣ ଯୋଗୁ ଜିଲ୍ଲାରେ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କୋରୋନାର ଦ୍ୱିତୀୟ ଲହର ଭୟଙ୍କର ବେଗରେ ବ୍ୟାପିବାରେ ଲାଗିଛି l ଜିଲ୍ଲାରେ ଗତ 24 ଘଣ୍ଟା ମଧ୍ୟରେ 386 ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି l

ନବରଙ୍ଗପୁରରେ 24 ଘଣ୍ଟାରେ 386 ନୂଆ ଆକ୍ରାନ୍ତ
ନବରଙ୍ଗପୁରରେ 24 ଘଣ୍ଟାରେ 386 ନୂଆ ଆକ୍ରାନ୍ତ

ସୋମବାର ଚିହ୍ନଟ 386 ଜଣ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଝରିଗାଁ ବ୍ଲକରୁ 79 ଜଣ, ଉମରକୋଟ ବ୍ଲକରୁ 71 ଜଣ, ଉମରକୋଟ ପୌରାଞ୍ଚଳରୁ 45 ଜଣ, ନବରଙ୍ଗପୁର ପୌରାଞ୍ଚଳରୁ 35 ଜଣ, ଚନ୍ଦାହାଣ୍ଡି ବ୍ଲକରୁ 30 ଜଣ, କୋଷାଗୁମୁଡା ବ୍ଲକରୁ 29 ଜଣ, ରାଇଘର ବ୍ଲକରୁ 27 ଜଣ, ନନ୍ଦାହାଣ୍ଡି ବ୍ଲକରୁ 26 ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ତେନ୍ତୁଳିଖୁଣ୍ଟି ବ୍ଲକରୁ 19 ଜଣ, ଡାବୁଗାଁ ବ୍ଲକରୁ 11 ଜଣ, ନବରଙ୍ଗପୁର ଏବଂ ପାପଡାହାଣ୍ଡି ବ୍ଲକରୁ 7 ଜଣ ଲେଖାଏ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି l

ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା 2 ଲକ୍ଷ 59 ହଜାର 512 ଜଣଙ୍କ ନମୁନା ସଂଗ୍ରହ କରାଯାଇ କରୋନା ପରୀକ୍ଷା କରାଯାଇଥିବା ବେଳେ 15 ହଜାର 712 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି l ସେଥିମଧ୍ୟରୁ 12 ହଜାର 481 ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି l ଜିଲ୍ଲାରେ ଆଜକୁ 3 ହଜାର 117 ଜଣ ସକ୍ରିୟ ଆକ୍ରାନ୍ତଙ୍କ ମଧ୍ୟରୁ 2 ହଜାର 917 ଜଣ ଗୃହ ସଂଗରୋଧରେ ରହି ଚିକିତ୍ସିତ ହେଉଛନ୍ତି । ସେହିପରି ଅନ୍ୟମାନେ ଜିଲ୍ଲା ଓ ଜିଲ୍ଲା ବାହାରେ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି l

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.