ETV Bharat / state

ରାଇଡାହି ଗ୍ରାମରେ ଅଘଟଣ, କାନ୍ଥ ଭୁଶୁଡ଼ି ୨ ଶିଶୁ ମୃତ

author img

By

Published : Aug 23, 2022, 1:45 PM IST

ମୟୂରଭଞ୍ଜ ଉଦଳା ଥାନା ନିକଟରେ ଅଘଟଣ । କାନ୍ଥ ଭୁଶୁଡି ପଡିବା ଯୋଗୁଁ ୨ ଜଣ ଶିଶୁଙ୍କ ଘଟିଛି ମୃତ୍ୟୁ । ଅଧିକ ପଢନ୍ତୁ

ରାଇଡାହି ଗ୍ରାମରେ ଅଘଟଣ, କାନ୍ଥ ଭୁଶୁଡ଼ି ୨ ଶିଶୁ ମୃତ
ରାଇଡାହି ଗ୍ରାମରେ ଅଘଟଣ, କାନ୍ଥ ଭୁଶୁଡ଼ି ୨ ଶିଶୁ ମୃତ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ରାଇଡାହି ଗ୍ରାମରେ ଅଘଟଣ (Child death in Raidiha village of Mayurbhanj) । ବିଳମ୍ବିତ ରାତିରେ ଘରେ ଶୋଇଥିବା ସମୟରେ କାନ୍ଥ ଭୁଶୁଡ଼ିବା ପରେ ୨ ଶିଶୁଙ୍କର ମୃତ୍ୟୁ ଘଟିଛି । ବର୍ଷା ଯୋଗୁଁ କାନ୍ଥ ଓଦା ହୋଇ ଭୁଶୁଡ଼ି ପଡ଼ିଥିବା ପରିବାର ଲୋକେ ସନ୍ଦେହ କରିଛନ୍ତି ।

ଗତକାଲି ବିଳମ୍ବିତ ରାତିରେ ଘରେ ଶୋଇ ଥିବା ସମୟରେ ଗଣେଶ ସିଂଙ୍କ ପରିବାରର ତାଙ୍କ ସ୍ତ୍ରୀ ତୁଳସୀ ସିଂ, ଦୁଇ ପୁଅ ଓ ଏକ ଝିଅ ଶୋଇଥିବା ବେଳେ କାନ୍ଥ ପଡ଼ିଯିବାରୁ ଦୁଇ ଶିଶୁଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି । ମୃତକ ହେଉଛନ୍ତି ଯଶୋଦା ସିଂ (୧୦) ଓ ଜ୍ୟୋତି ଶଙ୍କର ସିଂ (୬) । ତେବେ ତୁଳସୀ ଓ ତାଙ୍କ ସାନ ପୁଅ ସୌଭାଗ୍ୟ ବଶତଃ ଜୀବନ ରକ୍ଷା ପାଇଛନ୍ତି । ବର୍ଷା ଯୋଗୁଁ ମାଟି କାନ୍ଥ ଓଦା ହୋଇଥିବା ଯୋଗୁଁ ଏହି ଘଟଣା ଘଟିଥିବା ସନ୍ଦେହ କରାଯାଉଛି । ତେବେ ରମେଶ ଭୁବନେଶ୍ବରରେ କାମ କରନ୍ତି । ଏହି ହୃଦୟ ବିଦାରକ ଘଟଣାରେ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

ଏହା ବି ପଢନ୍ତୁ- କାନ୍ଥ ଭୁଷୁଡି ୨ ଭଉଣୀଙ୍କ ମୃତ୍ୟୁ, ମୃତକଙ୍କ ପରିବାରକୁ ୧ଲକ୍ଷ ସହାୟତା ରାଶି

ମୃତ ଶିଶୁଙ୍କ ମାଆ ତୁଳସୀ ସିଂଙ୍କ କହିବାନୁସାରେ, "ରାତିରେ ଖାଇକି ଶୋଇଲୁ । ଆମେ ଜାଣିପାରିଲୁନି କାନ୍ଥ ଭଶୁଡ଼ୁଛି ବୋଲି । ୪ ଜଣ ଶିଶୁ ଶୋଇଥିଲେ । କାନ୍ଥ ଭୁଶୁଡ଼ିବା ପରେ ଚିତ୍କାର କରିବା ପରେ ଗାଁ ଲୋକେ ଆସି ୨ ଜଣଙ୍କୁ ଉଦ୍ଧାର କଲେ । ଆଉ ୨ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି ।"

ତେବେ ସୂଚନା ଥାଉ କି, ରାଜ୍ୟରେ ଗୋଟିଏ ପରେ ଗୋଟିଏ ଲଘୁଚାପ ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବାରିପଦାର ବୁଢ଼ାବଳଙ୍ଗ ନଦୀରେ ବନ୍ୟା ଦ୍ବାରା ପ୍ରଭାବିତ ହେବା ଦ୍ବାରା ସମସ୍ୟା ଉପୁଜିଛି । ଜିଲ୍ଲାରର ଅନେକ ଅଞ୍ଚଳରେ ଲୋକେ ପାଣି ଘେରରେ ରହିଛନ୍ତି । ବନ୍ୟାପାଣିରେ ମାଟି କାନ୍ଥ ଓଦା ହୋଇଯିବା କାରଣରୁ ଏପରି ଅଘଟଣ ଘଟୁଛି । ଗତ ୨୦ ତାରିଖରେ ଜିଲ୍ଲାର ବିଶୋଇ ଥାନା ଅନ୍ତର୍ଗତ ଭୋଳବେଡା ଗ୍ରାମରେ ମଧ୍ୟ କାନ୍ଥ ଭୁଶୁଡ଼ିବା ଯୋଗୁଁ ୨ ଭଉଣୀଙ୍କ ମୃତ୍ୟୁ ଘଟିଛି । ଏହି ଘଟଣାରେ ବିଜେଡିର ମୟୂରଭଞ୍ଜ ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ BJD ପକ୍ଷରୁ ମୃତକଙ୍କ ପରିବାରକୁ ଏକ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିଥିଲେ ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.