ETV Bharat / state

ଓଭରବ୍ରିଜ୍ ନିର୍ମାଣ ଦାବିରେ ସ୍ଥାନୀୟ ଲୋକଙ୍କ ରାଜପଥ ଅବରୋଧ

ଗୁରୁବାର ଦାନ୍ତିଆ ମୁହାଁଠାରେ ଓଭରବ୍ରିଜ୍ ନିର୍ମାଣ ଦାବିରେ ସ୍ଥାନୀୟ ଲୋକମାନେ ରାଜପଥ ଅବରୋଧ କରିଛନ୍ତି ।

author img

By

Published : Jun 6, 2019, 10:47 AM IST

ଫଟୋ ସୌଜନ୍ଯ: ସମ୍ବାଦଦାତା, ମୟୂରଭଞ୍ଜ

ମୟୂରଭଞ୍ଜ: ଓଭରବ୍ରିଜ୍ ନିର୍ମାଣ ଦାବିରେ ରାଜପଥ ଅବରୋଧ । ଗୁରୁବାର ସକାଳେ ମୟୂରଭଞ୍ଜ ଜିଲ୍ଲା ଦେଇ ଯାଇଥିବା 18ନମ୍ବର ଜାତୀୟ ରାଜପଥ ଦାନ୍ତିଆ ମୁହାଁଠାରେ ଓଭରବ୍ରିଜ ନିର୍ମାଣ ଦାବି କରି ଦାନ୍ତିଆମୁହାଁ ଓ କୁଣ୍ଢେଇ ଗ୍ରାମବାସୀ କୁଣ୍ଢେଇ ଛକ ଠାରେ ରାଜରାସ୍ତା ଅବୋରଧ କରିଥିଲେ ।

ସୂଚନାଅନୁଯାୟୀ, ଦାନ୍ତିଆମୁହାଁଠାରେ ତିଆରି ହୋଇଥିବା 4 ଲେନ ରାସ୍ତାରେ ପ୍ରତିଦିନ 30 ହଜାରରୁ ଊର୍ଦ୍ଧ୍ବ ଲୋକ ଯାତାୟତ କରିଥାନ୍ତି । କିନ୍ତୁ ରାସ୍ତା ନିର୍ମାଣ ସତ୍ତ୍ବେ ଛକରେ ରାସ୍ତା ପାର ହେବା ବିପଦଜନକ ହେବା ସହ ବହୁ ଦୁର୍ଘଟଣା ଘଟୁଛି ।

ଭିଡିଓ ସୌଜନ୍ଯ: ସମ୍ବାଦଦାତା, ମୟୂରଭଞ୍ଜ

ତେଣୁ ଏନେଇ ସ୍ଥାନୀୟ ଲୋକେ ଦାନ୍ତିଆମୁହାଁଠାରେ ଏକ ଓଭର ବ୍ରିଜ କରାଯିବା ନେଇ ପ୍ରଶାସନକୁ ବାରମ୍ବାର ଦାବି କରିଆସୁଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ପ୍ରଶାସନ କୌଣସି ପଦକ୍ଷେପ ନେଉ ନଥିବା ସାଧାରଣରେ ଅଭିଯୋଗ ହୋଇଛି । ଅନ୍ୟପକ୍ଷରେ ରାଜପଥ ନିର୍ମାଣ କାର୍ଯ୍ୟ ବି ନିମ୍ନମାନର ବୋଲି ଅଭିଯୋଗ କରିଛନ୍ତି ।

ତେଣୁ ଏନେଇ ଗୁରୁବାର ଦାନ୍ତିଆ ମୁହାଁଠାରେ ଓଭରବ୍ରିଜ୍ ନିର୍ମାଣ ଦାବିରେ ସ୍ଥାନୀୟ ଲୋକମାନେ ରାଜପଥ ଅବରୋଧ କରିଛନ୍ତି । ତେବେ ଖବର ପାଇ ଘଟଣାସ୍ଥଳରେ ବେତନଟୀ ପୋଲିସ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା ଜାରି ରଖିଛି । ଏପଟେ ରାଜପଥ ଅବରୋଧ ଦ୍ବାରା ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:Body:

erterte

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.