ETV Bharat / state

ଦୁର୍ଦ୍ଦଶା ଭିତରେ ଖଡିଆ ସମ୍ପ୍ରଦାୟ, ଦେଖନ୍ତୁ ଇଟିଭି ଭାରତର ସ୍ବତନ୍ତ୍ର ରିପୋର୍ଟ...

ମୁଣ୍ଡ ଉପରେ ଘର ନାହିଁ । ପଲିଥିନ ତଳେ ଶୀତ କାକରେ ବିତୁଛି ଜୀବନ । ଟଙ୍କିକିଆ ଚାଉଳ ଭରଷା । ସାପ, ହାତୀ ପଶି ଆସିବାର ଭୟ । ରୋଜଗାର ନାହିଁ । ଖୋଲା ଆକାଶ ତଳେ ରୋଷେଇ ବାସ । ଦେଖନ୍ତୁ ଇଟିଭି ଭାରତର ସ୍ବତନ୍ତ୍ର ରିପୋର୍ଟ...

author img

By

Published : Nov 16, 2019, 4:23 PM IST

ଡିଜାଇନ ଫଟୋ

ରାଇରଙ୍ଗପୁର: ଆଦିବାସୀଙ୍କ ପାଇଁ ସରକାରଙ୍କ କାହିଁ କେତେ ଯୋଜନା। ବିଜୁ ପକ୍କା ଘରଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଯାଏଁ, ମାତ୍ର ସତରେ କଣ ସେମାନେ ଉପକୃତ ହେଉଛନ୍ତି ? ଏଠାକାର ଛବି ଦେଖିଲେ ଲାଗୁଛି ସରକାରଙ୍କ ସହାୟତା କଥା ଛାଡ ସରକାର କଣ ଜାଣିନଥିବେ । ସେମାନଙ୍କ ଦୁଃଖ ଓ ସମସ୍ୟା ବିଷୟରେ ଜାଣିବାକୁ ଇଟିଭି ଭାରତ ପହଞ୍ଚିଥିଲା ଲୁହାକାନୀ ପଞ୍ଚାୟତର ବାଙ୍କୀ ଗ୍ରାମର ଖଡିଆ ସାହିରେ ।

ଏହି ସାହିରେ ବସବାସ କରୁଥିବା ଖଡିଆ ସମ୍ପ୍ରଦାୟଙ୍କ ସ୍ଥିତି କହିଲେ ନସରେ । ନା ଅଛି ମୁଣ୍ଡ ଉପରେ ଛାତ ନା ଅଛି ସରକାରୀ ସହାୟତା । ପଲିଥିନ ତଳେ ଜୀବନ କାଟୁଛନ୍ତି ଏହି ସମ୍ପ୍ରଦାୟ । କିଛିଦିନ ତଳେ ଏମାନଙ୍କ ଭଙ୍ଗା ଦଦରା ଘର ଦେଖି ପ୍ରଶାସନିକ ଅଧିକାରୀ ପଲିଥିନ ଗୋଟେ ଗୋଟେ ଯୋଗାଇ ଦେଇଥିଲେ ।

ଦୁର୍ଦ୍ଦଶା ଭିତରେ ଖଡିଆ ସମ୍ପ୍ରଦାୟ

ଅନ୍ୟପକ୍ଷେ ଖଡିଆ ସାହିର ଦଶରଥ ଦେହୁରୀ ତାଙ୍କ ଦୃଷ୍ଟିହୀନ ଝିଅ ସହ ପଲିଥିନ ତଳେ ରହି ଜୀବନ ଅତିବାହିତ କରୁଥିବା ବେଳେ ବୁଧୁବାରି ଦେହୁରୀ ବର୍ଷେ ତଳେ ତାଙ୍କ ସ୍ବାମୀଙ୍କୁ ହରାଇ ଦୁଇ ପୁଅ ସହିତ ଜୀବନ କାଟୁଛନ୍ତି । ସେପଟେ ରୋଜଗାରର କୌଣସି ପନ୍ଥା ନଥିବାରୁ ନିଜ ନିଜର ପରିବାର ସହିତ ଦୁଃଖ ଦୁର୍ଦ୍ଦଶାରେ ରହୁଥିବାର ଅଭିଯୋଗ କରିଛନ୍ତି ।

ସରକାର ଖଡିଆ ଜନଜାତିକୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରୁଥିବା ବେଳେ ସ୍ବାଧୀନତାର ଏତେ ବର୍ଷ ପରେ ମଧ୍ୟ ଖଡିଆ ସମ୍ପ୍ରଦାୟର ଲୋକେ ବିଭିନ୍ନ ସୁବିଧା ସୁଯୋଗରୁ ବଞ୍ଚିତ । ବର୍ତ୍ତମାନ ସେମାନଙ୍କ ପାଇଁ ସାହାର କେବଳ ଟଙ୍କିକିଆ ଚାଉଳ । ଖୋଲା ଆକାଶ ତଳେ ରୋଷେଇ ବାସ କରୁଥିବା ବେଳେ ଘର ଭିତରେ ହି ସାପ ଓ ହାତୀ ପଶିଯିବାର ଭୟ ବି ରହିଛି ।

ଏନେଇ ଆମ ପ୍ରତିନିଧି ଲୁହାକାନୀ ଗ୍ରାମପଞ୍ଚାୟତର ସରପଞ୍ଚ ଓ ସ୍ଥାନୀୟ ତହସିଲଦାରଙ୍କୁ ସାକ୍ଷାତ କରିଥିଲେ । ତେବେ ସମସ୍ୟା ବିଷୟରେ ଅବଗତ ହୋଇ ଖୁବ ଶୀଘ୍ର ଏହାର ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି...ଖାଲି ଦେଖିବାକୁ ବାକି ରହିଲା କେବେ ଖଡିଆ ବାସୀଙ୍କ ଦୁଃଖ କମୁଛି....

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

Intro:Slug_ ଦୁଃଖ ଦୁର୍ଦ୍ଦିନରେ ଖଡିଆ ସମ୍ପ୍ରଦାୟର ଲୋକେ, ପଲିଥିନ ତଳେ ବିତୁଛି ଜୀବନ।
Format_SPL PKG(Exclusive)
Reporter_Sanjay Kumar Parida, Rairangpur.
Date_16/11/2019
Anchor _ ରାଇରଙ୍ଗପୁର(ମୟୁରଭଞ୍ଜ): ସରକାର ବାସହରା ମାନଙ୍କ ପାଇଁ ମୁଣ୍ଡ ଉପରେ ଛାଇ ଖଣ୍ଡିଏ ଯୋଗାଇ ଦେବା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା , ବିଜୁ ପକ୍କା ଘର ଯୋଜନା କରୁଥିବାର କହୁଥିବା ବେଳେ ଲୁହାକାନୀ ଗ୍ରାମପଞ୍ଚାୟତ ବାଙ୍କୀ ଗ୍ରାମର ଖଡିଆ ସାହିର ଜନଜାତି ଖଡିଆ ସମ୍ପ୍ରଦାୟର ଲୋକମାନଙ୍କ ମୁଣ୍ଡ ଉପରେ ଛାଇ ନାହିଁ।ଯାହା ଫଳରେ ଖରା ବର୍ଷା ଶୀତ କାକର ରେ ପଲିଥିନ ତଳେ ତାଙ୍କ ଜୀବନ ବିତୁଛି। ସରକାର ଙ୍କ ଜନହିତକର ଯୋଜନା ଉପରେ କହିବାକୁ ଗଲେ ବାଙ୍କୀ ଗାଁର ଖଡିଆ ସାହି କୁ ପହଞ୍ଚି ପାରିନାହିଁ। ଆସନ୍ତୁ ଦେଖିବା ମୟୁରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ ବାଙ୍କି ଗ୍ରାମ ଖଡିଆ ସାହି ରୁ ଇଟିଭି ର ଗ୍ରାଉଣ୍ଡ ଜିରୋ ରିପୋର୍ଟ।
V.O.1_ ମୟୁରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ ଲୁହାକାନୀ ଗ୍ରାମପଞ୍ଚାୟତ ଅଧିନ ବାଙ୍କି ଗ୍ରାମର ଖଡିଆ ସାହିରେ ଦଶରଥ ଦେହୁରୀ ଓ ବୁଧୁବାରୀ ଦେହୁରୀ ପଲିଥିନ ତଳେ ଜୀବନ ଅତିବାହିତ କରୁଥିବା ଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏ ଅଞ୍ଚଳର ବିକାଶ ର ଡିଣ୍ଡିମ ପିଟୁଥିବା ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର କହୁଥିବା ବେଳେ ପ୍ରକୃତରେ ବାଙ୍କୀ ଗ୍ରାମ ଖଡିଆ ସାହିର ଲୋକେ ଘର ଖଣ୍ଡିଏ ପାଇବାରୁ ବଞ୍ଚିତ। ଜିଲ୍ଲା ପ୍ରଶାସନ ର ଖାମଖିଆଲି ମନୋଭାବ ଯୋଗୁଁ ପ୍ରକୃତ ହିତାଧିକାରୀ ମାନେ ସରକାରୀ ଯୋଜନା ରୁ ବଞ୍ଚିତ ହେଉଛନ୍ତି। ଖଡିଆ ସାହିର ଦଶରଥ ଦେହୁରୀ ତାଙ୍କ ଅନ୍ଧୁଣୀ ଝିଅ ସହିତ ରହି ଜୀବନ ଅତିବାହିତ କରୁଥିବା ବେଳେ ବୁଧୁବାରି ଦେହୁରୀ ବର୍ଷେ ତଳେ ତାଙ୍କ ସ୍ବାମୀ କୁ ହରାଇ ଦୁଇ ପୁଅ ସହିତ ଜୀବନ କାଟୁଛନ୍ତି। ସେପଟେ ରୋଜଗାର ର କୌଣସି ପନ୍ଥା ନ ଥିବାରୁ ନିଜ ନିଜର ପରିବାର ସହିତ ଦୁଃଖ ଦୁର୍ଦ୍ଦଶା ରେ ଦିନ କାଟୁଥିବାର ଅଭିଯୋଗ ହୋଇଛି। କିଛି ମାସ ପୁର୍ବରୁ ଭଙ୍ଗା ଦଦରା କୁଡିଆ ଦେଖି ପ୍ରଶାସନିକ ଅଧିକାରୀ ମାନେ ଖଣ୍ଡେ ଖଣ୍ଡେ ପଲିଥିନ ବଣ୍ଟନ କରି ସେମାନଙ୍କର ଦାୟିତ୍ବ ନିର୍ବାହ କରିଥିଲେ କିନ୍ତୁ ସେମାନଙ୍କୁ ଘର ଯୋଗାଇ ଦେବା ଉଚିତ୍ ମନେ କଲେ ନାହିଁ। ଜଙ୍ଗଲ କଡ଼ରେ ଥିବା ଏହି ପରିବାର ପଲିଥିନ ଓ ଝଟା ଦ୍ବାରା ନିର୍ମିତ ଘରେ ବିପଦସଂକୁଳ ଅବସ୍ଥାରେ ଖରା ବର୍ଷା ଓ ଶୀତ କୁ ଖାତିର ନକରି ବସବାସ କରୁଥିବା ବେଳେ ଘରର ଅବସ୍ଥା ଦେଖିଲେ ବିଷାକ୍ତ ସରୀସୃପ ଜାତୀୟ ପ୍ରାଣୀ ଓ ଜଙ୍ଗଲୀ ହାତୀ ହାବୁଡ଼ରେ ପଡି କେତେବେଳେ ଯେ ଜୀବନ ଚାଲିଯିବ ତାହା ମଧ୍ୟ କହି ହେବ ନାହିଁ। ରହିବାକୁ ଘର ନଥିବାରୁ ଡ଼ହଳବିକଳ ହେଉଛନ୍ତି ହିତାଧିକାରୀ। ଖରା ବର୍ଷା ଶୀତ ଦିନରେ ବର୍ଷ ସାରା ସେହି ପଲିଥିନ ତଲେ ବସବାସ କରୁଥିବା ଦଶରଥ ଓ ବୁଧୁବାରି ଗୋଟିଏ ଓଳି ଖାଇଲେ ଓ ଅନ୍ୟ ଗୋଟିଏ ଓଳି ଉପାସରେ ରହୁଥିବା ମଧ୍ୟ ଅଭିଯୋଗ ହୋଇଛି । ସରକାର ଖଡିଆ ଜନଜାତି କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରୁଥିବା ବେଳେ ସ୍ବାଧୀନତା ର ଏତେ ବର୍ଷ ପରେ ମଧ୍ୟ ଖଡିଆ ସମ୍ପ୍ରଦାୟର ଲୋକେ ବିଭିନ୍ନ ସୁବିଧା ସୁଯୋଗ ରୁ ବଞ୍ଚିତ, ଯାହାକି ଏମାନଙ୍କୁ ଦେଖିଲେ ସହଜେ ଅନୁମେୟ। ଦଶରଥ ଓ ବୁଧୁବାରି ପରି ଦୁଖନ ଦେହୁରୀ ଙ୍କ ରମଧ୍ୟ ସମଦଶା । ଦୁଃଖ ଦୁର୍ଦ୍ଦଶା ରେ ଦିନ ବିତୁଥିବା ବେଳେ ସ୍ପଷ୍ଟ କହି ପାରୁନଥିବା ଏହି ଖଡିଆ ଜନଜାତି ର ଲୋକଙ୍କୁ ଘର ଖଣ୍ଡିଏ ଯୋଗାଇ ଦେବାପାଇଁ ଅଭିଯୋଗ ହେଉଛି। ଏପଟେ ଆଗକୁ ଭୀଷଣ ଥଣ୍ଡା ଦିନ ଥିବାରୁ ପଲିଥିନ ତଳେ ଜୀବନ ବିତାଉଥିବା ଲୋକଙ୍କ ଦୁଃଖ ବୁଝିବା ତ ଦୁରର କଥା ପ୍ରଶାସନିକ ଅଧିକାରୀଙ୍କ ଏହି ସାହି ପ୍ରତି ଦୃଷ୍ଟି ମଧ୍ୟ ପଡି ପାରୁନାହିଁ।
ବାଇଟ୧ _ ଦଶରଥ ଦେହୁରୀ, ହିତାଧିକାରୀ, ଖଡିଆ ସାହି । ବାଇଟ୨_ ବୁଧୁବାରି ଦେହୁରୀ, ହିତାଧିକାରୀ, ଖଡିଆ ସାହି ।
V.O.2_ ମୟୁରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ ଲୁହାକାନୀ ଗ୍ରାମପଞ୍ଚାୟତ ବାଙ୍କୀ ଗ୍ରାମର ଖଡିଆ ସାହିରେ ସରକାରଙ୍କ ର ସବୁ ଜନହିତକର ଯୋଜନା ଫେଲ୍ ମାରିଛି। ସରକାର ଙ୍କ ର ବିଭିନ୍ନ ଜନହିତକର ଯୋଜନା ଖଡିଆ ସାହିକୁ ପହଞ୍ଚି ପାରୁନାହିଁ। ସରକାରଙ୍କ ଠାରୁ ପାଉଥିବା ଟଙ୍କା କିଆ କିଲୋ ଚାଉଳ ହିଁ ସାହା ଭରସା। ଖୋଲା ଆକାଶ ତଳେ ରୋଷେଇ ବାଷେଇ କରୁଥିବା ବେଳେ ମୁଣ୍ଡ ଗୁଞ୍ଜିବାକୁ ଛାତ ଖଣ୍ଡିଏ ସାତସପନ ପାଲଟିଛି ଏଭଳି ଲୋକଙ୍କ ପାଇଁ। ତେବେ ଘଟଣା ସମ୍ପର୍କରେ ଆମ ଇଟିଭି ପ୍ରତିନିଧି ଲୁହାକାନୀ ଗ୍ରାମପଞ୍ଚାୟତ ର ସରପଞ୍ଚ ବାଘରାୟ ବେଶ୍ରା ଙ୍କୁ ବୁଝି ପଚାରିବାରୁ ସେ ଖୁବଶୀଘ୍ର ସେମାନଙ୍କ ଥଇଥାନ ପାଇଁ ଚେଷ୍ଟା ଜାରି ରଖିଥିବା ବେଳେ ଅଧିକ ସୂଚନା ପାଇଁ ଆମେ ବିଶୋଇ ସ୍ଥିତ ତହସିଲ କାର୍ଯ୍ୟାଳୟ ଯାଇ ବିଶୋଇ ଅଞ୍ଚଳର ଭାରପ୍ରାପ୍ତ ତହସିଲଦାର ସ୍ମରଣ କୁମାର ପୃଷ୍ଟି ଙ୍କୁ ସାକ୍ଷାତ କରି ବୁଝି ପଚାରିବାରୁ ସେ ଖୁବ ଶୀଘ୍ର ଏହି ସମସ୍ୟା ର ସମାଧାନ କରାଯିବ ନେଇ ପ୍ରତିଶ୍ରୁତି ଦେଇଛନ୍ତି। ତେବେ ଆଗକୁ ଦୁହିଁଙ୍କ ପ୍ରତିଶ୍ରୁତି କେବେ ପୂରଣ ହେଉଛି ତହିଁରେ ସମସ୍ତଙ୍କ ନଜର।
ବାଇଟ୩_ଗଜେନ୍ଦ୍ର ବେହେରା, ମଧୁପୁର ଗ୍ରାମ ବାସିନ୍ଦା। ବାଇଟ୪_ ବାଘରାୟ ବେଶ୍ରା,ସରପଞ୍ଚ, ଲୁହାକାନୀ ଗ୍ରାମପଞ୍ଚାୟତ। ବାଇଟ୫_ ସ୍ମରଣ କୁମାର ପୃଷ୍ଟି, ଭାରପ୍ରାପ୍ତ ତହସିଲଦାର, ବିଶୋଇ।
P2C _ ରାଇରଙ୍ଗପୁର ରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ।

Body:x

Conclusion:x
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.