ETV Bharat / state

ହାତୀ ଦାନ୍ତ ଜବତ, ଟେମ୍ପୋ ସହ ୫ ଗିରଫ - Elephant tusk seized

ବାରିପଦା ବନଖଣ୍ଡ ବାରିପଦା ରେଞ୍ଜ ଟିଟିଆ ଛକ ନିକଟରେ ହାତୀ ଦାନ୍ତ ସହ ୫ ଜଣଙ୍କୁ ଗିରଫ କରିଛି ବନବିଭାଗ। ଅଧିକ ପଢନ୍ତୁ..

ହାତୀ ଦାନ୍ତ ଜବତ, ଟେମ୍ପୋ ସହ ୫ ଗିରଫ
ହାତୀ ଦାନ୍ତ ଜବତ, ଟେମ୍ପୋ ସହ ୫ ଗିରଫ
author img

By

Published : Feb 14, 2020, 2:07 AM IST

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ରେଞ୍ଜ ଟିଟିଆ ଛକରୁ ଦୁଇଟି ହାତୀ ଦାନ୍ତ ସହ ପାଞ୍ଚ ଜଣକୁ ଗିରଫ କଲା ବନବିଭାଗ।

ହାତୀ ଦାନ୍ତ ଜବତ, ଟେମ୍ପୋ ସହ ୫ ଗିରଫ

ବାରିପଦା ବନଖଣ୍ଡ ବାରିପଦା ରେଞ୍ଜ ଟିଟିଆ ଛକ ନିକଟରେ ହାତୀ ଦାନ୍ତ ସହ ୫ ଜଣଙ୍କୁ ଗିରଫ କରିଛି ବନବିଭାଗ। ବନବିଭାଗ ବିଶେଷ ସୂତ୍ରରୁ ଖବର ପାଇ ଏକ ଟେମ୍ପୋରେ ହାତୀ ଦାନ୍ତ ନେଇ ଯାଉଥିବାବେଳେ ଟିଟିଆ ଛକରେ ହାତୀ ଦୁଇଟି ଦାନ୍ତ ସହ ହାତୀ ଦାନ୍ତ କାରବାରରେ ଲିପ୍ତ ଥିବା ୫ ଜଣଙ୍କୁ ଗିରଫ କରିଛି ।

ତେବେ ଗିରଫ ହୋଇଥିବା ୫ ଜଣ ହେଲେ ଦେବେନ୍ଦ୍ର ନାଥ ମହାଳିକ, ଜଗନ୍ନାଥ ସିଂ, ପଙ୍କଜ କୁମାର ମଝାଳିକ, ସୁଶାନ୍ତ ସିଂ ଓ ବିନୁ ସିଂ। ଏମାନଙ୍କ ଘର ଉଦଳା ଥାନା ଅନ୍ତର୍ଗତ ଉପରତାଳଡ଼ିହା ଠାରେ ବୋଲି ଜଣାପଡିଛି।

ଜବତ ହୋଇଥିବା ହାତୀ ଦାନ୍ତର ଲମ୍ବ ୩୮ ସେଣ୍ଟିମିଟିରେ ୪୫ ସେଣ୍ଟିମିଟର ଏବଂ ଓଜନ ଗୋଟିଏ ୬୦୦ ଓ ଅନ୍ୟଟିର ୭୦୦ ଗ୍ରାମ ବୋଲି ଜଣାପଡ଼ିଛି। ତେବେ ହାତୀ ଦାନ୍ତ ସହ ୫ଜଣଙ୍କୁ ଗିରଫ କରିବା ସହ ଟେମ୍ପୋକୁ ମଧ୍ୟ ଜବତ କରିଛି ବନବିଭାଗ। ତେବେ ଜବତ ହୋଇଥିବା ହାତୀ ଦାନ୍ତ ଗୁଡିକ ୧୦ ରୁ ୧୫ ବର୍ଷ ହାତୀର ବୋଲି ଅନୁମାନ କରାଯାଉଛି । ଏହାର ସୂଚନା ଦେଇଛନ୍ତି ଫରେଷ୍ଟ ରେଞ୍ଜ ଅଫିସର ଲକ୍ଷ୍ମୀଧର ବେହେରା ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.