ETV Bharat / state

ଥମୁନି ହାତୀମୃତ୍ୟୁ, ମୟୁରଭଞ୍ଜରୁ ପୁଣି ଛୁଆହାତୀର ମୃତଦେହ ଉଦ୍ଧାର - ଛୁଆ ହାତୀର ମୃତ

ବଢି ଚାଲିଛି ହାତୀମୃତ୍ୟୁ । ହରପିସ୍ ଭାଇରସ ଆତଙ୍କରେ ମାସକ ମଧ୍ୟରେ ଗଲାଣି 5 ହାତୀଙ୍କ ଜୀବନ । ଏପଟେ ରାସଗୋବିନ୍ଦପୁର ରେଞ୍ଜର ଭାଲୁଘେରା ଜଙ୍ଗଲରେ ଦେଖିବାକୁ ମିଲିଛି ଏକ ଛୁଆ ହାତୀର ମୃତଦେହ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୁରଭଞ୍ଜ
author img

By

Published : Oct 1, 2019, 5:46 PM IST

ବାରିପଦା: ଜିଲ୍ଲାରେ ଆଉ ଏକ ହାତୀ ଛୁଆର ମୃତ୍ୟୁ । ରାସଗୋବିନ୍ଦପୁର ରେଞ୍ଜର ଭାଲୁଘେରା ଜଙ୍ଗଲରେ ହାତୀ ଛୁଆର ମୃତଦେହ ଠାବ । ଗତ ସେପ୍ଟେମ୍ବର ୨୭ ତାରିଖ ଦିନ ଝାଡ଼ଖଣ୍ଡ ଦଲମା ଜଙ୍ଗଲରୁ ପ୍ରାୟ ୬୦ରୁ ଊର୍ଦ୍ଧ୍ବ ହାତୀ ପଶ୍ଚିମବଙ୍ଗରୁ ଏହି ଜଙ୍ଗଲ ଦେଇ ଆସିଥିବା ବେଳେ ଏବେ ବେତନଟୀ ରେଞ୍ଜ ଅସନବଣୀ ଜଙ୍ଗଲରେ ରହିଛନ୍ତି । ତେବେ ଗତ ୨୭ ତାରିଖ ଦିନରୁ ହାତୀଟିର ମୃତ୍ୟୁ ହୋଇଥିବା ଅନୁମାନ କରାଯାଇଛି ।

ମୟୁରଭଞ୍ଜରୁ ପୁଣି ଜବତ ଛୁଆହାତୀ ଶବ

ମୃତ ହାତୀଟି ଅଣ୍ଡିରା ହାତୀ ବୋଲି ଜଣାପଡ଼ିଥିବା ବେଳେ ବୟସ ପାଖାପାଖି ୪ ରୁ ୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ମଙ୍ଗଳବାର ଭାଲୁଘେରା ଗ୍ରାମର କିଛି ଲୋକ ଜଙ୍ଗଲକୁ ଶାଳପତ୍ର ତୋଳିବାକୁ ଯାଇଥିବାବେଳେ ମୃତ ହାତୀଛୁଆକୁ ଦେଖିଥିଲେ । ଖବର ପାଇବା ପରେ ବାରିପଦା ବନଖଣ୍ଡ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ହାତୀ ମୃତ୍ୟୁର ପ୍ରକୃତ କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ । କିନ୍ତୁ ଏହା ସ୍ବଭାବିକ ମୃତ୍ୟୁ ବୋଲି କହିଛି ବନବିଭାଗ । ବନଖଣ୍ଡ ଅଧିକାରୀଙ୍କ ପ୍ରାଥମିକ ତଦନ୍ତ ରିପୋର୍ଟ କହୁଛି, ଦୁଇ ଦନ୍ତା ହାତୀଙ୍କ ଲଢେଇରେ ଛୁଆ ହାତୀର ମୃତ୍ୟୁ ହୋଇ ଥାଇପାରେ । ଶବ ବ୍ୟବଚ୍ଛେଦ ପରେ ହାତୀ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ଅଧିକାରୀ କହିଛନ୍ତି ।

ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:Body:ମୟୁରଭଞ୍ଜ ଜିଲ୍ଲାରେ ପୁଣି ଏକ ହାତୀ ଛୁଆ ର ମୃତ୍ୟୁ ରାସଗୋବିନ୍ଦପୁର ରେଞ୍ଜ ର ଭାଳୁଘେରା ଜଙ୍ଗଲରେ ହାତୀ ଛୁଆ ର ମୃତ୍ୟୁ - ଗତ ସେପ୍ଟେମ୍ବର ମାସ ୨୭ ତାରିଖ ଦିନ ଝାରଖଣ୍ଡ ଦଲମା ଜଙ୍ଗଲରୁ ପ୍ରାୟ ୬୦ ରୁ ଉର୍ଦ୍ଧ ହାତୀ ପଶ୍ଚିମବଙ୍ଗରୁ ଏହି ଜଙ୍ଗଲ ଦେଇ ଆସିଥିବା ବେଳେ ଏବେ ବେତନଟୀ ରେଞ୍ଜ ଅସନବଣୀ ଜଙ୍ଗଲରେ ଅଛନ୍ତି - ତେବେ ଗତ ୨୭ ତାରିଖ ଦିନରୁ ହାତୀ ଟିର ମୃତ୍ୟୁ ହୋଇଥିବା ଅନୁମାନ କରାଯାଇଛି- ମୃତ ହାତୀ ଟି ଅଣ୍ଡିରା ହାତୀ ବୋଲି ଜଣାପଡ଼ିଥିବା ବେଳେ ବୟସ ପାଖାପାଖି ୪ ରୁ ୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି- ଆଜି ଭାଳୁଘେରା ଗ୍ରାମର କିଛି ଲୋକ ଜଙ୍ଗଲକୁ ଶାଳ ପତ୍ର ତୋଳି ବାକୁ ଯାଇଥିବା ବେଳେ ମୃତ ହାତୀ କୁ ଦେଖିଥିଲେ - ଖବର ପାଇଁ ବାରିପଦା ବନଖଣ୍ଡ ଅଧିକାରୀ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି - ହାତୀ ମୃତ୍ୟୁ ର ପ୍ରକୃତ କାରଣ ଜଣାପଡିନ ଥିବା ବେଳେ ସ୍ବବାଭିକ ମୃତ୍ୟୁ ବୋଲିକହିଛି ବନବିଭାଗ - ବନଖଣ୍ଡ ଅଧିକାରୀ ଙ୍କ ପ୍ରାଥମିକ ତଦନ୍ତ ପରେ ଦୁଇ ଦନ୍ତା ହାତୀ ଙ୍କ ଲଢେଇରେ ଛୁଆ ହାତୀ ର ମୃତ୍ୟୁ ହୋଇଥାଇ ପାରେ ବୋଲି କହିଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ହାତୀ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ

ବାଇଟ- ୧- ଭାରତ ଚନ୍ଦ୍ର ବେହେରା- ସ୍ଥାନୀୟ ବାସିନ୍ଦା
ବାଇଟ-୨- ସୟମ ମଲ୍ଲିକ - ବନଖଣ୍ଡ ଅଧିକାରୀ - ବାରିପଦାConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.