ETV Bharat / state

ଦ୍ଵାରଶୁଣି ଘାଟିରେ ସଡ଼କ ଦୁର୍ଘଟଣା: 2 ମୃତ, 8 ଗୁରୁତର - ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ

ବାଙ୍ଗିରିପୋଷି ଥାନା ଦ୍ଵାରଶୁଣି ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଘଟଣାରେ 2 ଜଣଙ୍କର ମୃତ୍ୟୁ ହେବା ସହ 8ଜଣ ଗୁରୁତର ଆହତ ହୋଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ
author img

By

Published : Jul 27, 2019, 10:07 AM IST

Updated : Jul 27, 2019, 12:01 PM IST

ମୟୂରଭଞ୍ଜ: ବାଙ୍ଗିରିପୋଷି ଥାନା ଦ୍ଵାରଶୁଣି ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି 2 ଜଣଙ୍କର ମୃତ୍ୟୁ ହୋଇଛି । ଏହି ଘଟଣାରେ 8 ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କୁ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜରେ ଭର୍ତ୍ତି କରାଯାଇଛି । ଟ୍ରକ ଡ୍ରାଇଭର ମଧ୍ୟ ଗୁରୁତର ହୋଇ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି । ଘଟଣାସ୍ଥଳରେ ବାଙ୍ଗିରିପୋଷି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ସୂଚନାଯୋଗ୍ୟ, ବାଙ୍ଗିରିପୋଷି ବ୍ଲକ ମହୁଲବରେଇ ଓ ହାଣଦା ଗାଁର ଲୋକମାନେ ବୋଲବମ ପାଇଁ ଏକ ତୁଫାନଗାଡିରେ କୋରାପୁଟର ଗୁପ୍ତେଶ୍ଵର ଶୈବପୀଠ ଅଭିମୁଖେ ଗତକାଲି ରାତିରେ ବାହାରିଥିଲେ । ଦ୍ଵାରଶୁଣି ଘାଟିରେ ଯିବା ସମୟରେ ଘାଟି ଉପରୁ ଆସୁଥିବା ଏକ ଟ୍ରକ ତୁଫାନଗାଡିକୁ ଧକ୍କା ଦେଇଥିଲା । ଫଳରେ ଗାଡିଟି ଘାଟି ତଳକୁ ଖସି ପଡିଥିଲା । ଗାଡ଼ି ଭିତରେ ଥିବା 8 ଜଣ ଯାତ୍ରୀଙ୍କ ମଧ୍ୟରୁ 2 ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ମୃତକମାନେ ବାଙ୍ଗିରିପୋଷି ଥାନା ହାଣଦା ଗ୍ରାମର ରଣଜିତ ରାମ ଓ ଶିବୁ ସାହୁ ବୋଲି ଜଣାପଡିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:Body:

TESTING

Conclusion:
Last Updated : Jul 27, 2019, 12:01 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.