ETV Bharat / state

ପରିତ୍ୟକ୍ତ କୂଅରୁ ପାଞ୍ଚ ମାସର ଶିଶୁପୁତ୍ର ମୃତଦେହ ଉଦ୍ଧାର - a five-month-old baby boy's dead body

ପରିତ୍ୟକ୍ତ କୂଅରୁ ଉଦ୍ଧାର ହେଲା ପାଞ୍ଚ ମାସ ଶିଶୁପୁତ୍ରର ମୃତଦେହ। ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ ପିଠାକୁଟୁଣୀ ଗ୍ରାମରେ। ଅଧିକ ପଢନ୍ତୁ...

ପରିତ୍ୟକ୍ତ କୂଅରୁ ପାଞ୍ଚ ମାସ ଶିଶୁପୁତ୍ରର ମୃତଦେହ ଉଦ୍ଧାର

author img

By

Published : Jun 24, 2021, 12:14 PM IST

ରାଇରଙ୍ଗପୁର: ପରିତ୍ୟକ୍ତ କୂଅରୁ ପାଞ୍ଚ ମାସ ଶିଶୁପୁତ୍ରର ମୃତଦେହ ଉଦ୍ଧାର। ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ ପିଠାକୁଟୁଣୀ ଗ୍ରାମରେ।

ପରିତ୍ୟକ୍ତ କୂଅରୁ ପାଞ୍ଚ ମାସ ଶିଶୁପୁତ୍ରର ମୃତଦେହ ଉଦ୍ଧାର

ସୂଚନା ଅନୁଯାୟୀ, ପିଠାକୁଟୁଣୀ ଗ୍ରାମର ରାଜେନ୍ଦ୍ର କିସ୍କୁଙ୍କ ସ୍ତ୍ରୀ, ତାଙ୍କ ପାଞ୍ଚ ମାସର ଶିଶୁପୁତ୍ର ସହ ରାତିରେ ନିଜ ଘରେ ଶୋଇଥିଲେ। ତେବେ ହଠାତ୍ ରାତି ଦୁଇଟା ପାଖାପାଖି ନିଦ ଭାଙ୍ଗି ଯିବାରୁ ପୁଅକୁ ପାଖରେ ପାଇନଥିଲେ। ପରିବାର ଲୋକେ ଏହା ଜାଣିପାରି ରାତି ସାରା ଖୋଜାଖୋଜି କରି ଶିଶୁଟିକୁ ପାଇ ନଥିଲେ। ତେବେ ଆଜି ସକାଳୁ ତାଙ୍କ ଘର ନିକଟରେ ଥିବା ପରିତ୍ୟକ୍ତ କୂଅରେ ଶିଶୁଟିର ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ ଗାଁ ଲୋକେ। ଏ ନେଇ ଗାଁ ଲୋକେ ପରିବାର ଲୋକଙ୍କୁ ଖବର ଦେବା ସହ ବହଳଦା ଥାନା ପୋଲିସକୁ ମଧ୍ୟ ଖବର ଦେଇଥିଲେ।

ତେବେ ପୂର୍ବ ଶତୃତାକୁ ନେଇ କେହି ଏପରି ଅମାନୁଷିକ କାର୍ଯ୍ୟ କରିଥିବା ଅନୁମାନ କରାଯାଉଛି। ସେପଟେ ବହଳଦା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଛାନଭିନ ଆରମ୍ଭ କରିବା ସହିତ ଅଧିକ ତଦନ୍ତ ପାଇଁ ବାରିପଦାରୁ ସାଇଣ୍ଟିଫିକ ଟିମକୁ ଡକାଇଥିବା ଜଣାପଡ଼ିଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.