ETV Bharat / state

ମାଲକାନଗିରିରେ ବନ୍ୟାସ୍ଥିତି: ତିନୋଟି ବ୍ରିଜ ଉପରେ ୪ ଫୁଟର ପାଣି, ସହରକୁ ଯୋଗାଯୋଗ ବିଚ୍ଛିନ୍ନ

author img

By

Published : Jul 19, 2023, 6:28 PM IST

Updated : Jul 19, 2023, 7:01 PM IST

ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା । ଜିଲ୍ଲାର ୩୨୬ ନମ୍ବର ଜାତୀୟ ରାଜପଥର ୩ଟି ବ୍ରିଜ ଉପରେ ୪ ଫୁଟର ପାଣି । ମାଲକାନଗିରିଠାରୁ ମୋଟୁକୁ ଯୋଗାଯୋଗ ବିଚ୍ଛିନ୍ନ । ଅଧିକ ପଢ଼ନ୍ତୁ

communication hit as rain lashes in malkangiri
ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା
ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା

ମାଲକାନଗିରି: ଜିଲ୍ଲାରେ ବର୍ଷା ବିତ୍ପାତ । ଗତକାଲିଠାରୁ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀଗୁଡିକରେ ଜଳସ୍ତର ବୃଦ୍ଧି ପାଇଛି । ଫଳରେ MV 37 ବ୍ରିଜ ଉପରେ ୪ ଫୁଟର ପାଣି ଚାଲୁଥିବା ଦେଖିବାକୁ ମିଳିଛି । ଏହାର ପ୍ରଭାବରେ ମାଲକାନଗିରି ବାଲିମେଳା ମଧ୍ଯରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ସେହିଭଳି ୩୨୬ ନମ୍ବର ଜାତୟ ରାଜପଥ ଉପରେ ଥିବା ପଟେରୁ, କାକୁରକୁଣ୍ଡା, MV ୯୦ ନମ୍ବର ବ୍ରିଜ ଗୁଡିକ ଉପରେ ମଧ୍ୟ ୩ରୁ ୪ ଫୁଟର ପାଣି ଚାଲୁଛି । ଯାହା ଫଳରେ ମାଲକାନଗିରିଠାରୁ ମୋଟୁକୁ ସମ୍ପୂର୍ଣ୍ଣ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

କାଲିମେଳା କନ୍ଯା ଆଶ୍ରମ ନିକଟରେ ଥିବା ବ୍ରିଜ ଉପରେ ୩ ଫୁଟର ପାଣି ଥିବାରୁ କାଲିମେଳାଠାରୁ ପଡିଆ ବ୍ଲକ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ବର୍ଷା ହେବା ଦ୍ବାରା ଏହି ନାଳଗୁଡିକରେ ପାହାଡିଆ ପାଣି ପ୍ରବଳ ମାତ୍ରାରେ ଆସେ । ଯାହା ଦ୍ବାରା ଏଠାରେ ଥିବା ତଳିଆ ବ୍ରିଜ୍‌ ବୁଡ଼ିଯାଏ । ଫଳରେ ସାଧାରଣ ଲୋକ ଯାତାୟତ ପାଇଁ ବହୁ ଅସୁବିଧାର ସମୁଖିନ ହୋଇଥାନ୍ତି । ଏହି ନାଳ ଉପରେ ଉଚ୍ଚ ବ୍ରିଜ ନିର୍ମାଣ କରାଯାଉଥିଲେ ମଧ୍ଯ ବର୍ତ୍ତମାନ ସୁଦ୍ଧା ଏହାର କାମ ସମ୍ପୂର୍ଣ୍ଣ ହୋଇନାହିଁ । ଏଣୁ ବ୍ରିଜ କାମ ଯଥାଶୀଘ୍ର ସାରିବା ପାଇଁ ସାଧାରଣ ଲୋକ ଦାବି କରିଛନ୍ତି । ଅନ୍ୟପକ୍ଷରେ କୃଷି କାର୍ଯ୍ୟ ପାଇଁ ଏହି ବର୍ଷାର ଆବଶ୍ୟକତା ରହିଛି । ବର୍ତ୍ତମାନ ମାଲକାନଗିରି ଜିଲ୍ଲାରେ କୃଷି କାର୍ଯ୍ୟ ଆରମ୍ଭ ହେବାର ଦେଖାଦେଇଛି ।

ଏହା ମଧ୍ୟ ପଢ଼ନ୍ତୁ: ଲଗାଣ ବର୍ଷାରେ ବେହାଲ ମାଲକାନଗିରି, ଯୋଗାଯୋଗ ବିଚ୍ଛିନ୍ନ

ମାଲକାନଗିରି ଜିଲ୍ଲା ଜରୁରୀକାଳୀନ ଅଧିକାରୀଙ୍କ ସୂଚନା ଅନୁସାରେ, ଗତକାଲି(ମଙ୍ଗଳବାର) ମାଲକାନଗିରି ଜିଲ୍ଲାରେ 943.2 ମିମି ବର୍ଷା ହୋଇଛି । ମାଲକାନଗିରି ବ୍ଲକରେ 183.2 ମିମି, ମାଥିଲି ବ୍ଲକରେ 79.0 ମିମି, ଖଇରପୁଟ ବ୍ଲକରେ 88.0 ମିମି, ଚିତ୍ରକୋଣ୍ଡା ବ୍ଲକରେ ସର୍ବାଧିକ 199.0 ମିମି, କୋରୁକୋଣ୍ଡା ବ୍ଲକରେ 185.0 ମିମି ବର୍ଷା, କାଲିମେଳା ବ୍ଲକରେ 114.0 ମିମି, ପଡ଼ିଆ ବ୍ଲକରେ 95.0 ମିମି ବର୍ଷା ହୋଇ ହୋଇଛି । ଜିଲ୍ଲାରେ ଆଜି ହାରାହାରି 134.74 ବର୍ଷା ହୋଇଥିବା ରେକର୍ଡ କରାଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲା ଜରୁରୀକାଳୀନ ଅଧିକାରୀ । ବର୍ତ୍ତମାନ ଜିଲ୍ଲାରେ ପ୍ରବଳ ବର୍ଷା ଜାରି ରହିଛି । ଯଦି ଏଭଳି ବର୍ଷା ଲାଗି ରୁହେ ତେବେ ପାଙ୍ଗାମ ନଦୀରେ ପାଣି ଆସିଲେ ମାଲକାନଗିରି ଓ ଜୟପୁର ମଧ୍ଯରେ ଯୋଗାଯୋଗ ବିଚ୍ଛିନ୍ନ ହେବା ସମ୍ଭାବନା ରହିଛି । ଅନ୍ୟପଟେ ଘଟଣା ପ୍ରତି ଜିଲ୍ଲା ପ୍ରଶାସନ ନଜର ରଖିଥିବା କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ।

ଇଟିଭି ଭାରତ, ମାଲକାନଗିରି

Last Updated : Jul 19, 2023, 7:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.