ETV Bharat / state

ମାଲକାନଗିରିରେ ଜିଲ୍ଲାପାଳଙ୍କ କୋରୋନା ମୁକାବିଲା ବୈଠକ - ମାଲକାନଗିରି ଜିଲ୍ଲାପାଳଙ୍କ କୋରୋନା ବୈଠକ

କୋରୋନା ମୁକାବିଲା ପାଇଁ ମାଲକାନଗିରିରେ ଜିଲ୍ଲାପାଳଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ । ଅଧିକ ପଢନ୍ତୁ.....

ମାଲକାନଗିରିରେ ଜିଲ୍ଲାପାଳଙ୍କ କୋରୋନା ମୁକାବିଲା ବୈଠକ

author img

By

Published : Apr 20, 2021, 10:27 PM IST

ମାଲକାନଗିରି: କୋରୋନା ଦ୍ଵିତୀୟ ଲହର ମୁକାବିଲା ପାଇଁ ଆଜି(ମଙ୍ଗଳବାର) ମାଲକାନଗିରି ଜିଲ୍ଲାପାଳ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି । ସରକାରଙ୍କ ନିର୍ଦ୍ଦେଶ କ୍ରମେ ମାଲକାନଗିରି ଜିଲ୍ଲାରେ ପ୍ରତିଦିନ 600 ସାମ୍ପୁଲ କୋଭିଡ ଟେଷ୍ଟ ଆଣ୍ଟିଜେନ ଏବଂ RTPCR କରାଯିବାର ବ୍ୟବସ୍ଥା କରାଯାଇଛି ।

ମାଲକାନଗିରିରେ ଜିଲ୍ଲାପାଳଙ୍କ କୋରୋନା ମୁକାବିଲା ବୈଠକ

ଜିଲ୍ଲାକୁ ଅନ୍ୟ ରାଜ୍ୟରୁ ଆସୁଥିବା ସମସ୍ତ ଜନସାଧାରଣଙ୍କ ଠାରୁ 72 ଘଣ୍ଟା ପୂର୍ବର RTPCR ଟେଷ୍ଟ ରିପୋର୍ଟ ଏବଂ ଦୁଇ ଥର ଭେକ୍ସିନେସନ ରିପୋର୍ଟ ଯାଞ୍ଚ କରାଯିବା ନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଜିଲ୍ଲାପାଳ । ଜିଲ୍ଲାର ବର୍ତ୍ତମାନ ବର୍ଡର ଚେକ ପୋଷ୍ଟ ମୋଟୁ, ପଡିଆ , ଚଲାନଗୁଡା ଏବଂ ଗୋବିନ୍ଦପଲ୍ଲି ରହିଛି । ଜିଲ୍ଲାରେ 8 ଟି RRT ଟିମ ଆକ୍ଟିଭ ସର୍ଭିଲାନ୍ସ ପାଇଁ ନିୟଜିତ କରାଯାଇଛି । ଆଜି ସୁଦ୍ଧା 189742 ସାମ୍ପୁଲ ଟେଷ୍ଟ କରାଯାଇଛି । ସେଥିମଧ୍ୟରୁ 182649 ନେଗେଟିଭ ଏବଂ 5288 ପଜିଟିଭ ଚିହ୍ନଟ ହୋଇଛି । ଏମାନଙ୍କ ମଧ୍ୟରୁ 5233 ଜଣ ସୁସ୍ଥ ହୋଇଛନ୍ତି ।

କୋରୋନା ଦ୍ଵିତୀୟ ଲହରରେ ଜିଲ୍ଲାରେ ଆଜି ସୁଦ୍ଧା 30 ପଜିଟିଭ ଚିହ୍ନଟ ହୋଇଛନ୍ତି । ବାହାର ରାଜ୍ୟରୁ ଆସୁଥିବା ପ୍ରବାସୀଙ୍କୁ ହୋମ ଆଇସଲେସନ , TMC କିମ୍ବା CLTMC ରଖିବାକୁ ବ୍ୟବସ୍ଥା କରାଯାଇଛି । ହୋମ ଆଇସଲେସନ ରୋଗୀଙ୍କ ପାଇଁ ଟୋଲ ଫ୍ରି ନମ୍ବର 7684056213 ରେ କଲ କରିପାରିବେ। ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ମାଲକାନଗିରି ଜିଲ୍ଲାପାଳ ୱାଇ ବିଜୟ ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.