କୋରାପୁଟ: ଗତ ସୋମବାର ଦିନ ଷଷ୍ଠ ଓ ସପ୍ତମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ବିଦ୍ୟାଳୟ ଖୋଲିଲା । କିନ୍ତୁ ଏପର୍ଯ୍ୟନ୍ତ କୋରାପୁଟ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ କମ ରହିଥିବା ନେଇ ସାଧାରଣରେ ଚିନ୍ତା ପ୍ରକଟ ହୋଇଛି । ତେବେ ଅନେକ ଦିନ ଧରି ବିଦ୍ୟାଳୟ ବନ୍ଦ ଥିବା ଯୋଗୁଁ ଛାତ୍ରଛାତ୍ରୀ ବିଶେଷ କରି ଛାତ୍ରାବାସକୁ ଫେରିନଥିବା ଯୋଗୁଁ ଉପସ୍ଥାନ କେବଳ ଶତକଡା ୬୦ ଭାଗରେ ପହଞ୍ଚିଥିବା ଜିଲ୍ଲା ଶିକ୍ଷା ଅଧିକାରୀ ରାମଚନ୍ଦ୍ର ନାହକ ଜଣାଇଛନ୍ତି ।
କିନ୍ତୁ ଏ ସଂକ୍ରାନ୍ତରେ ଅଭିଭାବକଙ୍କ ସହିତ ଆଲୋଚନା ଚାଲିଛି ଓ ଅତି କମ ଦିନରେ ଉପସ୍ଥାନ ଆଶାନୁରୂପ ଭାବେ ବୃଦ୍ଧି ପାଇବ ବୋଲି ନାହକ ଆଶାପୋଷଣ କରିଛନ୍ତି । ଜିଲ୍ଲାରେ ପାଠ ଛାଡିଥିବା ଡ୍ରପଆଉଟ ପିଲାଙ୍କ ସଂଖ୍ୟାର ଆକଳନ ପାଇଁ କରାଯାଇଥିବା ଏକ ସର୍ଭେରେ ୪୨୦୦ ଜଣ ଅଧାରୁ ବିଦ୍ୟାଳୟ ଛାଡିଥିବା ଜଣାପଡ଼ିଥିବା ବେଳେ ୨୦୮୩ ଜଣ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଧନ୍ଦାମୂଳକ ଶିକ୍ଷା ପାଇବା ପାଇଁ ଆଇଟିଆଇ ଓ ଅନ୍ୟାନ୍ୟ ଧନ୍ଦାମୂଳକ ଶିକ୍ଷା ଅନୁଷ୍ଠାନରେ ଭର୍ତ୍ତି କରାଯାଇଥିବା ସେ ସୂଚନା ଦେଇଛନ୍ତି ।
କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ