ETV Bharat / state

ନୂଆ ପରିଚୟ ପାଇବ କୋରାପୁଟ ଜିଲ୍ଲା, ଆରମ୍ଭ ହେବ ନାଲି ଆଳୁ ଚାଷ - ନାଳି ଆଳୁ ଚାଷ

କୋରାପୁଟ ଜିଲ୍ଲାରେ ଖୁବଶୀଘ୍ର ନାଲି ଆଳୁ ଚାଷ ହେବାକୁ ଯାଉଛି । ଗତ କିଛି ବର୍ଷ ଧରି କୋରାପୁଟ ଜିଲ୍ଲାରେ ଆଳୁର ଉତ୍ପାଦନ ବୃଦ୍ଧି ନିମନ୍ତେ ସରକାରୀ କଳ ଓ ସ୍ବେଚ୍ଛାସେବୀ ସଂଗଠନ ଗିଡିକ ଦ୍ବାରା ବିଭିନ୍ନ ପଦକ୍ଷେପ ନିଆଯାଇଛି । ଅଧିକ ପଢନ୍ତୁ

red potato cultivation
କୋରାପୁଟରେ ଚାଷ ହେବ ନୂତନ କିସମର ଆଳୁ
author img

By

Published : Feb 16, 2023, 5:10 PM IST

କୋରାପୁଟରେ ଚାଷ ହେବ ନୂତନ କିସମର ଆଳୁ

କୋରାପୁଟ: ସାଧାରଣତଃ ଆଳୁ ଆମେ ଦେଖିଛେ । ଆଳୁ ପ୍ରାୟ ସମସ୍ତଙ୍କର ପ୍ରିୟ ହୋଇଥାଏ । କେବେ ନାଲି ଆଳ ବିଷୟରେ ଜାଣିଛନ୍ତି କି । କୋରାପୁଟ ଜିଲ୍ଲାରେ ନାଲି ଆଳୁ ଚାଷ ହେବାକୁ ଯାଉଛି । କଫି, ହଳଦୀ ଓ ମାଣ୍ଡିଆ ପରେ ଏବେ ନାଳି ଆଳୁ ଚାଷ କରି ନୂଆ ରେକର୍ଡ କରିବାକୁ ଯାଉଛି କୋରାପୁଟ । ଜିଲ୍ଲାରେ ନିକଟ ଭବିଷ୍ୟତରେ ଅନେକ ନୂତନ କିସମର ଆଳୁ ଉତ୍ପାଦନ କରାଯିବାର ସମ୍ଭାବନା ଦେଖାଯାଇଛି । ଏହାରି ଭିତରେ ନାଲି ଆଳୁ ଅନ୍ୟତମ ।

ଆଳୁ ଚାଷର ବିକାଶ କ୍ଷେତ୍ରରେ ଚାଷୀଙ୍କ ସହ ନିରନ୍ତର କାର୍ଯ୍ୟ କରୁଥିବା ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ କୋରାପୁଟ ଫାର୍ମର୍ସ ଆସୋସିଏସନ (କେଏଫଏ)ର ସମ୍ପାଦକ ଶରତ ପଟ୍ଟନାୟକ ଜଣାଇଛନ୍ତି । ଗତ କିଛି ବର୍ଷ ଧରି କୋରାପୁଟ ଜିଲ୍ଲାରେ ଆଳୁର ଉତ୍ପାଦନ ବୃଦ୍ଧି ନିମନ୍ତେ ସରକାରୀ କଳ ଓ ସ୍ବେଚ୍ଛାସେବୀ ସଂଗଠନ ଗିଡିକ ଦ୍ବାରା ବିଭିନ୍ନ ପଦକ୍ଷେପ ନିଆଯାଇଛି ।

ଆଦିବାସୀ ଚାଷୀଙ୍କ ପାରମ୍ପରିକ ବିହନ ସହିତ ପଞ୍ଜାବରୁ ଆମଦାନୀ କରାଯାଇ କୁଫରି ଜ୍ୟୋତି ବିହନ ବ୍ୟବହାର କରି ଆଳୁ ଚାଷ କରି ଜିଲ୍ଲାର ଅନେକ ଚାଷୀ ଲାଭବାନ ହୋଇ ପାରିଛନ୍ତି । ଇଣ୍ଟରନ୍ୟାସନାଲ ପୋଟାଟୋ ସେଣ୍ଟର ସହଯୋଗରେ ଜିଲ୍ଲାରେ କିଛି ଗବେଷଣା କରାଯାଇ ତାର ସୁଫଳ ଚାଷୀଙ୍କ ପାଖରେ ପହଞ୍ଚାଇ ଦିଆଯାଇଥିବା କେଏଫଏ ସମ୍ପାଦକ ଶରତ ପଟ୍ଟନାୟକ ସୂଚନା ପ୍ରଦାନ କରିଛନ୍ତି ।

ଏହା ବି ପଢନ୍ତୁ...ଠକଙ୍କ ଟାର୍ଗେଟରେ ବିବାହିତା ମହିଳା: ବ୍ୟାଙ୍କ ମ୍ୟାନେଜର କରି ଲଗାଉଥିଲେ ଚୂନ, ବାନ୍ଧିଲା ପୋଲିସ

କୋରାପୁଟ ଅଞ୍ଚଳର ମାଟି, ପାଣି ଓ ପବନକୁ ଆଧାର କରି କିପରି ଉନ୍ନତମାନର ଆଳୁ ଚାଷ କରି ହେବ ସେ ସମ୍ପର୍କରେ ଅଧିକ ଜାଣିବା ପାଇଁ ଇଣ୍ଟନ୍ୟାସନସଲ ପୋଟାଟୋ ସେଣ୍ଟର ଆନୁକୂଲ୍ୟରେ ଶରତ ପଟ୍ଟନାୟକଙ୍କ ସମେତ ରାଜ୍ୟର ଆଉ କିଛି ସ୍ବେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ହରିୟାଣାର କର୍ଣ୍ଣାଲ ଓ କୁରୁକ୍ଷେତ୍ର ଯାଇ ସେଠାରେ ନିଆଯାଇଥିବା ବିଭିନ୍ନ ଆଧୁନିକ ପ୍ରଣାଳୀ ସମେତ ଚାଷୀ ପ୍ରୟୋଗ କରୁଥିବା ପ୍ରକ୍ରିୟା ଓ ଉନ୍ନତ ମାନର ବିହନ ସମ୍ପର୍କରେ ବିସ୍ତୃତ ତଥ୍ୟ ଜାଣିପାରିଛନ୍ତି ।

ହରିୟାଣାରେ ବ୍ୟବହାର କରାଯାଉଥିବା ପୋଖରାଜ , ହେମାଳିନୀ , 7008 , କୁଫ୍ରି ଉଦୟ ଓ ନାଲି ଆଳୁ ଭଳି ଉନ୍ନତ ମାନର ବିହନ ଆମଦାନୀ କରାଯିବା ସହ ଏହିଠାରେ ବିହନ ପ୍ରସ୍ତୁତି କରିବା ପାଇଁ ଯୋଜନା ରହିଛି । ମାଟିକୁ ସ୍ପର୍ଶ ନ କରି ମୁକ୍ତ ପବନ ଓ ଆଲୋକକୁ ବ୍ୟବହାର କରି ବିହନ ପ୍ରସ୍ତୁତ କରିବାର ପ୍ରକ୍ରିୟା ସମ୍ପର୍କରେ ମଧ୍ୟ ହରିୟାଣାର ଚାଷୀଙ୍କ ଠାରୁ ଶିଖିବାର ସୁଯୋଗ ମିଳିଛି । କୋରାପୁଟରେ ଉନ୍ନତ ମାନର ଆଳୁ ବିହନ ପ୍ରସ୍ତୁତି ଓ ଆଳୁ ଚାଷ କରିବା ସମ୍ଭବ ହେବ ବୋଲି ଜଣାପଡିଛି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.