କୋରାପୁଟ: କୃଷି ସଚିବ ତଥା ଜିଲ୍ଲା ନୋଡାଲ ଅଫିସର ସୌରଭ ଗର୍ଗ କୋରାପୁଟ ଜିଲ୍ଲାରେ ତାଙ୍କର 2ଦିନିଆ ଗସ୍ତ ସାରି ଫେରିଯାଇଛନ୍ତି। ଗତକାଲି ଠାରୁ ସେ କୋରାପୁଟ ଓ ଜୟପୁର ଉପଖଣ୍ଡର ବିଭିନ୍ନ ସ୍ଥାନ ଓ ଅନୁଷ୍ଠାନ ବୁଲି କାର୍ଯ୍ୟ ତଦାରଖ କରିବା ସହ ସେଗୁଡିକର ସେବାର ମାନ କିପରି ବୃଦ୍ଧି ପାଇବ ସେ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ମଙ୍ଗଳବାର ସେ ନନ୍ଦପୁର ବ୍ଲକର ରାଇସିଙ୍ଗ ଠାରେ ଚାଷୀଙ୍କ ସହିତ ଚାଷ ଓ ସେମାନଙ୍କୁ ପ୍ରଭାବିତ କରୁଥିବା ବିଭିନ୍ନ ବିଷୟ ସମ୍ପର୍କରେ ଆଲୋଚନା କରିଥିଲେ। ପରେ କୋରାପୁଟ ଫେରି ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ତାଙ୍କ ଅଭିଜ୍ଞତା ବାଣ୍ଟିଥିଲେ। ଏହା ସହ ସେମାନଙ୍କୁ ସରକାରଙ୍କ ଦ୍ବାରା ଆରମ୍ଭ କରାଯାଇଥିବା ବିଭିନ୍ନ ବିକାଶ ମୂଳକ କାର୍ଯ୍ୟକୁ ସଠିକ ମାର୍ଗରେ ତଥା ଧାର୍ଯ୍ୟ ହୋଇଥିବା ସମୟସୀମା ମଧ୍ୟରେ ପୂରଣ କରିବା ପାଇଁ ପ୍ରେରିତ କରିଥିଲେ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ