ETV Bharat / state

Millet mission: ଆନ୍ତର୍ଜାତିକ ବଜାରରେ ଆଦୃତ ହେବ କୋରାପୁଟର ମାଣ୍ଡିଆ - ଆନ୍ତର୍ଜାତିକ ବଜାରରେ ଆଦୃତ ହେବ କୋରାପୁଟର ମାଣ୍ଡିଆ

କୋରାପୁଟରେ ଜିଲ୍ଲା ସ୍ତରୀୟ କ୍ରେତା ବିକ୍ରେତାଙ୍କ ବୈଠକ ଆୟୋଜିତ । ମାଣ୍ଡିଆ, ସୁଆଁ ଭଳି କ୍ଷୁଦ୍ର ଶସ୍ୟ ଉତ୍ପାଦନ ଓ ବ୍ୟବସାୟ କରୁଥିବା ଚାଷୀ ସମୂହଙ୍କ ଆବଶ୍ୟକତା ସମ୍ପର୍କରେ ଆଲୋଚନା । ଅଧିକ ପଢନ୍ତୁ

ଆନ୍ତର୍ଜାତିକ ବଜାରରେ ଆଦୃତ ହେବ କୋରାପୁଟର ମାଣ୍ଡିଆ

author img

By

Published : Nov 19, 2022, 12:17 PM IST

କୋରାପୁଟ: କୃଷି ଉଦ୍ୟୋଗୀକରଣକୁ ପ୍ରବର୍ତ୍ତାଇବା ନିମନ୍ତେ କୋରାପୁଟରେ ଜିଲ୍ଲା ସ୍ତରୀୟ କ୍ରେତା ବିକ୍ରେତାଙ୍କ ବୈଠକ ଆୟୋଜିତ ହୋଇଯାଇଛି । ଭାରତ ସରକାରଙ୍କ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟର ଆପେଡା, ଓଡ଼ିଶା ରାଜ୍ୟ ମିଲେଟ ମିଶନ ଓ କୋରାପୁଟର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ପ୍ରଗତିର ମିଳିତ ଆନୁକୁଲ୍ୟରେ ଏହି ବୈଠକର ଆୟୋଜନ କରାଯାଇଥିଲା । ବୈଠକରେ ଜିଲ୍ଲାରେ ମାଣ୍ଡିଆ, ସୁଆଁ ଭଳି କ୍ଷୁଦ୍ର ଶସ୍ୟ ଉତ୍ପାଦନ ଓ ବ୍ୟବସାୟ କରୁଥିବା ଚାଷୀ ସମୂହ ଏବଂ ଜିଲ୍ଲା ବାହାରୁ ଆସିଥିବା କିଛି ଶସ୍ୟ ସଂଗ୍ରହକାରୀଙ୍କ ମଧ୍ୟରେ ପରସ୍ପରର ଆବଶ୍ୟକତା ସମ୍ପର୍କରେ ଆଲୋଚନା ହୋଇଥିଲା ।

ଆନ୍ତର୍ଜାତିକ ବଜାରରେ ଆଦୃତ ହେବ କୋରାପୁଟର ମାଣ୍ଡିଆ

ସରକାର ଦେଶକୁ ଉନ୍ନତ ମାନର ଉତ୍ପାଦ ଯୋଗାଇବା ପାଇଁ ପ୍ରତିବଦ୍ଧ ଥିବାବେଳେ ଚାଷୀ ଓ ଚାଷୀ ସମୂହର ଗୋଷ୍ଠୀ ଏହି ସୁଯୋଗର ଲାଭ ଉଠାଇବା ପାଇଁ ପ୍ରସ୍ତୁତ ହେବାର ଆବଶ୍ୟକତା ରହିଛି । ଉତ୍ପାଦର ଗୁଣାତ୍ମକ ମାନ ବୃଦ୍ଧି କରି ଅନ୍ୟ ରାଜ୍ୟ ତଥା ଦେଶକୁ ଏକ ବ୍ୟବସ୍ଥିତ ଉପାୟରେ ରପ୍ତାନି କରାଯାଇପାରିଲେ ମଧ୍ୟସ୍ଥିଙ୍କ ଆବଶ୍ୟକତାକୁ ହ୍ରାସ କରି ଚାଷୀ ସିଧାସଳଖ ଲାଭ ପାଇ ପାରିବ ବୋଲି ମତ ରଖିଥିଲେ ଆପେଡାର ପୂର୍ବାଞ୍ଚଳ ଆଞ୍ଚଳିକ ମୁଖ୍ୟ ସନ୍ଦୀପ ସାହା ।

ଏହା ମଧ୍ୟ ପଢନ୍ତୁ-ବିନାୟକ ଆଚାର୍ଯ୍ୟ କଲେଜରେ ରାଗିଂ ଘଟଣା, ଅଭିଯୁକ୍ତଙ୍କ ମଧ୍ୟରେ BJDର ଛାତ୍ର ନେତା

ରାଜ୍ୟ ସରକାରଙ୍କ ସହାୟତାରେ ମିଲେଟ୍ ଉତ୍ପାଦନ ଓ ରପ୍ତାନିକୁ ୪ ଗୁଣ ବୃଦ୍ଧି କରିବା ନିମନ୍ତେ ଯୋଜନା ରହିଥିବା କୃଷି ଅଧିକାରୀ ତଥା ମିଲେଟ୍ ମିଶନର ସଦସ୍ୟ ତାପସ ଚନ୍ଦ୍ର ରାଏ ବୈଠକରେ କହିଥିଲେ । ଅପରପକ୍ଷରେ ବଢୁଥିବା ଆନ୍ତର୍ଜାତିକ ଚାହିଦା ଅନୁସାରେ ଗୁଣାତ୍ମକ କ୍ଷୁଦ୍ର ଶସ୍ୟ ଓ ତାର ଉତ୍ପାଦ ଯୋଗାଇଦେବା ପାଇଁ କୃଷକ ଉତ୍ପାଦକ ଗୋଷ୍ଠୀ ଓ କୃଷକ ଉତ୍ପାଦକ କମ୍ପାନୀ ତଥା ଚାଷୀଙ୍କୁ ସଚେତନ ଓ ପ୍ରସ୍ତୁତ ରହିବା ଆବଶ୍ୟକ । ଏଥିପାଇଁ ଏପରି ମିଳିତ ପଦକ୍ଷେପ ଚାଷୀଙ୍କ ପାଇଁ ଅଧିକ ସୁଯୋଗ ଆଣିଦେବ ବୋଲି ପ୍ରଗତିର ସମ୍ପାଦକ ପ୍ରଭାକର ଅଧିକାରୀ ଆଶାପୋଷଣ କରିଥିଲେ ।

ଇଟିଭି ଭାରତ, କୋରାପୁଟ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.