ETV Bharat / state

20 ବର୍ଷ ଧରି କାକିରୀଗୁମ୍ମା ଜମିରେ ଫଳାଉଛନ୍ତି ସୁନା, ପୁରସ୍କାର ଜିଣିଲେ ଆଦିବାସୀ ମହିଳା

ଗତ 20 ବର୍ଷ ତଳେ ମହିଳା ସଂଗଠନ ନେଇଥିଲେ ଦୃଢ ସଂକଳ୍ପ । ମାଟିରେ 15 ଜଣ ମହିଳା ଫଳାଇଛନ୍ତି ବିଭିନ୍ନ ପ୍ରକାର ଫସଲ ।

author img

By

Published : Jul 16, 2021, 4:54 PM IST

Koraput Kakirigumma Gold has been growing on  land for 20 years
20 ବର୍ଷ ଧରି କାକିରୀଗୁମ୍ମା ଜମିରେ ଫଳୁଛି ସୁନା

କୋରାପୁଟ: କ୍ଷେତରେ ଫଳିଛି ଭଳିକି ଭଳି ପନିପରିବା । ଟମାଟୋ, ପତ୍ର କୋବି, ପିଆଜ ସାଙ୍ଗକୁ ରସୁଣ ମଧ୍ୟ ଲଗାଯାଇଛି । ଦେଖିଲେ ଆଖି ଲାଖି ଯାଉଛି । ଏସବୁକୁ ସମ୍ଭବ କରି ଦେଖାଇଛନ୍ତି କୋରାପୁଟ କାକୀରିଗୁମ୍ମାର ଦିଗବିଜୟୀ ମହିଳା ସଂଗଠନର ମହିଳା ମାନେ । ହାତରେ ହାତ ମିଶାଇ ମାଟିରେ ଫଳାଇଛନ୍ତି ସୁନାର ଫସଲ । କେବଳ ପରିବା ଚାଷ ନୁହେଁ ଛେଳି ଚାଷ ମଧ୍ୟ କରୁଛନ୍ତି । ଏଥିରୁ ଭଲ ଦୁଇ ପଇସା ରୋଜଗାର କରି ଏମାନେ ସ୍ବାବଲମ୍ବୀ ହୋଇପାରିଛନ୍ତି ।

20 ବର୍ଷ ଧରି କାକିରୀଗୁମ୍ମା ଜମିରେ ଫଳାଉଛନ୍ତି ସୁନା
କିଛି କରି ଦେଖେଇବାର ଇଚ୍ଛା ନେଇ ଗତ 20 ବର୍ଷ ତଳେ ଏମାନେ ଦୃଢ ସଂକଳ୍ପ ନେଇଥିଲେ । ପ୍ରଥମେ 3 ଏକର ଜମିକୁ ଲିଜରେ ନେଇଥିଲେ । ଆଉ ଆରମ୍ଭ କରିଥିଲେ ଚାଷକାର୍ଯ୍ୟ । ଟମାଟୋ, ପତ୍ର କୋବି ସାଙ୍ଗକୁ ପିଆଜ ସହ ରସୁଣ ଲଗାଇଥିଲେ । ବ୍ୟାଙ୍କ ଓ କିଛି ସଂଗଠନରୁ ଋଣ ନେଇ ଚାଷ କାର୍ଯ୍ୟରେ ବିନିଯୋଗ କରିଥିଲେ । ଚାଷରୁ ଆଶାନୁରୂପକ ଫଳ ମଧ୍ୟ ମିଳିଥିଲା । ଫଳରେ ଉପଯୁକ୍ତ ସମୟରେ ଆଣିଥିବା ଋଣକୁ ମଧ୍ୟ ଠିକ ସମୟରେ ସୁଝି ଦେଇଥିଲେ । ଋଣରେ ଖିଲାପ ନ କରିବା ସହ ନୂତନ କ୍ରୀୟାଶୀଳ ପଦ୍ଧତିରେ ଚାଷ କାର୍ଯ୍ୟକୁ ଆଗକୁ ନେଇଥିଲେ । ଏଥିପାଇଁ ରାଜ୍ୟ ସ୍ତରରେ ସଂଗଠନକୁ ସମ୍ମାନିତ କରାଯାଇଛି । ସଂଗଠନ ଏଭଳି ସଫଳତାକୁ ଦେଖି ଜୀବିକା ମିଶନ ,ଓଏଲଏମ ତରଫରୁ ଏକ ପଲିହାଉସ ଯୋଗାଇ ଦିଆଯାଇଛି । ପଲି ହାଉସରେ ଚାରା ରୋପଣ କରିଛନ୍ତି ମହିଳାମାନେ । ଫଳରେ ଆଖାପାଖ ଅଞ୍ଚଳର ଚାଷୀଙ୍କୁ ଚାରା ଦେଉଛନ୍ତି । ଯାହା ଅନ୍ୟମାନଙ୍କୁ ମଧ୍ୟ ସ୍ବାବଲମ୍ବୀ କରିବାରେ ସହାୟକ ହେବ ନିଶ୍ଚୟ ।

କୋରାପୁଟରୁ ସି.ଏଚ. ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.