ETV Bharat / state

ଭାରତୀୟ ସାମ୍ବାଦିକତା ଦୋଛକିରେ: ବିଶିଷ୍ଟ ସାମ୍ବାଦିକ ପି.ସାଇନାଥ

author img

By

Published : Mar 7, 2022, 10:40 PM IST

ଭାରତୀୟ ସାମ୍ବାଦିକତା ଦୋଛକିରେ ଛନ୍ଦି ହୋଇପଡିଛି ବୋଲି ମାଗାସେସେ ଆନ୍ତର୍ଜାତୀୟ ସମ୍ମାନ ପାଇଥିବା ବିଶିଷ୍ଟ ସାମ୍ବାଦିକ ପି.ସାଇନାଥ ନିଜ ମତ ରଖିଛନ୍ତି । ଅଧିକ ପଢନ୍ତୁ

ବିଶିଷ୍ଟ ସାମ୍ବାଦିକ ପି.ସାଇନାଥ
ବିଶିଷ୍ଟ ସାମ୍ବାଦିକ ପି.ସାଇନାଥ

କୋରାପୁଟ: ଭାରତୀୟ ସାମ୍ବାଦିକତା ଦୋଛକିରେ ଛନ୍ଦି ହୋଇପଡିଛି ବୋଲି ମାଗାସେସେ ଅନ୍ତର୍ଜାତୀୟ ସମ୍ମାନ ପାଇଥିବା ବିଶିଷ୍ଟ ସାମ୍ବାଦିକ ପି.ସାଇନାଥ ନିଜ ମତ ରଖିଛନ୍ତି । ସ୍ବାଧୀନତା ସଂଗ୍ରାମୀଙ୍କ ଜୀବନୀ ଓ ତାଙ୍କ ପରିବାରର ସ୍ଥିତିକୁ ନେଇ ସେ ପ୍ରସ୍ତୁତ କରୁଥିବା ନୂତନ ପୁସ୍ତକ 'The Last Heros' ପାଇଁ ତଥ୍ୟ ସଂଗ୍ରହ କରିବା ପାଇଁ କୋରାପୁଟ ଜୟପୁର ଆସିଥିବା ସମୟରେ ସେ ଏହି ମତ ରଖିଛନ୍ତି ।

ଭାରତୀୟ ସାମ୍ବାଦିକତା ଦୋଛକିରେ : ବିଶିଷ୍ଟ ସାମ୍ବାଦିକ ପି.ସାଇନାଥ

ବ୍ୟବସାୟୀକରଣ ପ୍ରକ୍ରିୟା ମଧ୍ୟରେ ଅଧିକାଂଶ ମିଡିଆ ସଂସ୍ଥା କର୍ପୋରେଟ ହାଉସର ଅନୁଗ୍ରହ ଓ ରାଜନୈତିକ ଲାଭ ପାଇବା ପାଇଁ ବ୍ୟାକୁଳ ହୋଇଉଠୁଥିବା ଅଭିଯୋଗ କରିଛନ୍ତି ପି.ସାଇନାଥ। ଜୟପୁର ଆଇଏନଏରେ ନେତାଜୀ ସୁବାଶ ଚନ୍ଦ୍ର ବୋଷଙ୍କ ସହ ସ୍ଵାଧୀନତା ସଂଗ୍ରାମରେ କାର୍ଯ୍ୟ କରିଥିବା ସ୍ବର୍ଗତ ଲକ୍ଷ୍ମୀ ପଣ୍ଡା ଓ ନବରଙ୍ଗପୁରରେ ବିଶିଷ୍ଟ ଗାନ୍ଧୀବାଦୀ ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ମହମ୍ମଦ ବାଜୀଙ୍କ ପରିବାର ସଦସ୍ୟଙ୍କୁ ସାଇନାଥ ସାକ୍ଷାତ କରିଛନ୍ତି । ଏହି ଗସ୍ତ ବେଳେ ତାଙ୍କ ସହ ଥିଲେ ଜୟପୁରର ବିଶିଷ୍ଟ ଗବେଷକ ପରେଶ ରଥ ।

ପରେଶ କହିଛନ୍ତି ସ୍ଵାଧୀନତା ସଂଗ୍ରାମୀଙ୍କ ପରିବାର ବର୍ଗଙ୍କୁ ଯେତିକି ପରିମାଣରେ ଗୁରୁତ୍ଵ ମିଳିବା କଥା ସେତିକି ମିଳିନଥିବା ନେଇ ପି. ସାଇନାଥ କ୍ଷୋଭ ପ୍ରକାଶ କରିଥିବା କହିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.