ETV Bharat / state

ପ୍ରଥମ ପର୍ଯ୍ୟାୟ ନିର୍ବାଚନ: ମଧ୍ୟାହ୍ନ 1ଟା ପର୍ଯ୍ୟନ୍ତ 41 ପ୍ରତିଶତ ମତଦାନ - ନିର୍ବାଚନ 2019

କୋରାପୁଟର କୋଲାବରେ ରାସ୍ତା ନଥିବା ଅଭିଯୋଗରେ ଭୋଟ୍‌ ବର୍ଜନ କରିଛନ୍ତି ଭୋଟର । ସେହିପରି ଇଭିଏମ୍‌ ସମସ୍ୟା ଯୋଗୁଁ ନୂଆପଡାରେ ଏପର୍ଯ୍ୟନ୍ତ ଭୋଟ୍‌ ଗ୍ରହଣ ହୋଇପାରିନାହିଁ ।

ଫାଇଲ ଫଟୋ
author img

By

Published : Apr 11, 2019, 1:10 PM IST

Updated : Apr 11, 2019, 2:23 PM IST

ଭୁବନେଶ୍ବର: ସମଗ୍ର ଦେଶରେ 91ଟି ଲୋକସଭା ଆସନ ଏବଂ 4ଟି ରାଜ୍ୟର ବିଧାନସଭା ଆସନ ପାଇଁ ଆଜି ଭୋଟ୍‌ ଗ୍ରହଣ ହେଉଛି । ଉତ୍ସାହ ସହକାରେ ଦେଶବାସୀ ମତଦାନ କରୁଛନ୍ତି । ଓଡିଶାରେ 28ଟି ବିଧାନସଭା ଓ 4ଟି ଲୋକସଭା ଆସନ ଲାଗି ପ୍ରଥମ ପର୍ଯ୍ୟାୟରେ ଏହି ଭୋଟ୍‌ ଗ୍ରହଣ ହେଉଛି ।

ରିପୋର୍ଟ ଅନୁସାରେ ଦିନ 11ଟା ପର୍ଯ୍ୟନ୍ତ ରାଜ୍ୟରେ 22 ପ୍ରତିଶତ ମତଦାନ ହୋଇଛି । ବ୍ରହ୍ମପୁରରେ 43 ପ୍ରତିଶତ, ନବରଙ୍ଗପୁରରେ 45 ପ୍ରତିଶତ, କଳାହାଣ୍ଡିରେ 39 ପ୍ରତିଶତ ଏବଂ କୋରାପୁଟରେ 42 ପ୍ରତିଶତ ଭୋଟ୍‌ ଗ୍ରହଣ ହୋଇଥିବାର ସୂଚନା ରହିଛି । ତେବେ ଏପର୍ଯ୍ୟନ୍ତ କୋରାପୁଟ ଏବଂ ନୂଆପଡାରେ ମତଦାନ ଆରମ୍ଭ ହୋଇନଥିବା ସୂଚନା ରହିଛି ।

କୋରାପୁଟର କୋଲାବରେ ରାସ୍ତା ନଥିବା ଅଭିଯୋଗରେ ଭୋଟ୍‌ ବର୍ଜନ କରିଛନ୍ତି ଭୋଟର । ସେହିପରି ଇଭିଏମ୍‌ ସମସ୍ୟା ଯୋଗୁଁ ନୂଆପଡାରେ ଏପର୍ଯ୍ୟନ୍ତ ଭୋଟ୍‌ ଗ୍ରହଣ ହୋଇପାରିନାହିଁ । ଏହାଛଡା ମାଓ ପ୍ରବଣ ମାଲକାନଗିରିରେ ମଧ୍ୟ କେତେକ ଜାଗାରେ ମତଦାନ ହୋଇନଥିବା ଜଣାପଡିଛି । ତେବେ ମାଲକାନଗିରିର ସମ୍ପୂର୍ଣ୍ଣ ବିବରଣୀ ଏପର୍ଯ୍ୟନ୍ତ ହସ୍ତଗତ ହୋଇନାହିଁ ।

ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ସମଗ୍ର ଓଡିଶାରେ ଭୋଟରଙ୍କୁ ଅନେକ ଉତ୍ସାହ ସହକାରେ ଭୋଟ୍‌ ଦେଉଥିବା ଦେଖିବାକୁ ମିଳିଛି । ବିଶେଷ କରି ମାଲକାନଗିରି ଓ କୋରାପୁଟ ଭଳି ମାଓ ଅଞ୍ଚଳରେ ଲୋକେ ଅଧିକ ସଂଖ୍ୟାରେ ମତଦାନ ଦେଇଛନ୍ତି । ସୁରୁଖୁରୁରେ ମତଦାନ ପରିଚାଳନା ପାଇଁ ସମସ୍ତ ଜାଗାରେ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ନିର୍ବାଚନ କମିଶନଙ୍କ ସମସ୍ତ ନିର୍ଦ୍ଦେଶାବଳୀ କଡାକଡି ଭାବେ ପାଳନ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

aslkjalks

Conclusion:
Last Updated : Apr 11, 2019, 2:23 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.