ETV Bharat / state

୨୦୨୩ ଚର୍ଚ୍ଚାରେ ଚର୍ଚ୍ଚିତ ସେଲିବ୍ରେଟି, ପୋଲିସ ଫାଇଲରେ ଓଲିଉଡ ଠୁ ବଲିଉଡ କେସ୍

author img

By ETV Bharat Odisha Team

Published : Dec 28, 2023, 4:23 PM IST

Updated : Dec 28, 2023, 4:54 PM IST

Celebrities Police File In 2023: କେଇଟା ଦିନ ପରେ ସରିଯିବ ୨୦୨୩ ବର୍ଷ । ଏହି ବର୍ଷ ମନୋରଞ୍ଜନ ଜଗତ ପାଇଁ ବେଶ ଖାସ୍ ରହିଥିବା ବେଳେ ଅନେକ ବିବାଦର ମଧ୍ୟ ସମ୍ମୁଖୀନ ହୋଇଛି ଇଣ୍ଡଷ୍ଟ୍ରି । ଓଡ଼ିଶା ପୋଲିସ ସ୍କାନରରେ ଆସିଥିଲେ ଅନେକ ସେଲିବ୍ରିଟି । ବଲିଉଡ ଅଭିନେତା ଗୋବିନ୍ଦାଙ୍କ ଠାରୁ ଆରମ୍ଭ କରି ଓଲିଉଡର ଅନେକ କଳାକାର ପୋଲିସ ସ୍କାନରରେ ଆସିଛନ୍ତି । ସେଲିବ୍ରିଟିଙ୍କ ଉପରେ ଆମର ସ୍ବତନ୍ତ୍ର ପୋଲିସ ଫାଇଲ ଉପସ୍ଥାପନାର ଫର୍ଦ୍ଦ ୨୦୨୩....

୨୦୨୩ ଚର୍ଚ୍ଚାରେ ଚର୍ଚ୍ଚିତ ସେଲିବ୍ରେଟି, ପୋଲିସ ଫାଇଲରେ ଓଲିଉଡ ଠୁ ବଲିଉଡ କେସ୍
୨୦୨୩ ଚର୍ଚ୍ଚାରେ ଚର୍ଚ୍ଚିତ ସେଲିବ୍ରେଟି, ପୋଲିସ ଫାଇଲରେ ଓଲିଉଡ ଠୁ ବଲିଉଡ କେସ୍

ଭୁବନେଶ୍ବର: ଆଉ ମାତ୍ର ୨ ଦିନ ପରେ ବିଦାୟ ନେବ ୨୦୨୩ ବର୍ଷ । ପୁଣି ନୂଆ ବର୍ଷ ୨୦୨୪କୁ ସ୍ବାଗତ କରିବ ବିଶ୍ବ । ତେବେ ଏଭଳି ପରିସ୍ଥିତିରେ ଏହି ବର୍ଷ ଅନେକ ଲୋକଙ୍କୁ ଖୁସୀ ଦେଇଥିବା ବେଳେ ଅନେକଙ୍କ ପାଇଁ ଖରାପ ସମୟ ମଧ୍ୟ ହୋଇଛି । କିଛି ସେଲିବ୍ରିଟିଙ୍କ ସହ ଏପରି ସମାନ ଘଟଣା ଘଟିଛି । ତେବେ ଚଳିତ ବର୍ଷ ଅନେକ ସେଲିବ୍ରିଟି ବିବାଦରେ ଛନ୍ଦି ହେବା ସହ ଓଡ଼ିଶା ପୋଲିସ ସ୍କାନରରେ ଆସିଛନ୍ତି । ଓଲିଉଡରୁ ଆରମ୍ଭ କରି ବଲିଉଡ ଯାଏଁ ଲୋକପ୍ରିୟ କଳାକାରଙ୍କ ନାଁ ଏଥିରେ ସାମିଲ ହୋଇଛି । ଓଲିଉଡ ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ଠାରୁ ଆରମ୍ଭ କରି ବଲିଉଡ ଅଭିନେତା ଗୋବିନ୍ଦାଙ୍କ ନାଁ ଏଥିରେ ଅନ୍ତର୍ଭୁକ୍ତ ହୋଇଛି ।

କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ନାଁରେ ଘରୋଇ ହିଂସା ଅଭିଯୋଗ

ବିବାଦରେ ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗର । ଗାୟକଙ୍କ ନାଁରେ ନିର୍ଯାତନା ଅଭିଯୋଗ ଆଣିଥିଲେ ତାଙ୍କ ପତ୍ନୀ ଶ୍ରୀୟା । ଜାନୁଆରୀ ୧୮, ୨୦୨୩ରେ କଟକ ମହିଳା ଥାନାରେ ପତ୍ନୀ ଶ୍ରେୟା ଗାୟକଙ୍କ ନାଁରେ ଲିଖିତ ଅଭିଯୋଗ କରିଥିଲେ । ସେ ପତ୍ନୀଙ୍କୁ ଶାରିରୀକ ଏବଂ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ କରି ଡିସିପିଙ୍କ ଦ୍ବାରସ୍ଥ ହୋଇଥିଲେ ହ୍ୟୁମାନ ସାଗରଙ୍କ ପତ୍ନୀ । ଏହି ଅଭିଯୋଗ ପରେ ଉଭୟଙ୍କୁ ମହିଳା ଥାନାରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଉଭୟ ପତିପତ୍ନୀ ଥାନାରେ ହାଜର ହେବା ପରେ କାଉନସେଲିଂ କରାଯିବ ବୋଲି କଟକ ଡିସିପି ପିନାକ ମିଶ୍ର କହିଥିଲେ । ନିର୍ଦ୍ଦେଶକ୍ରମେ ଜାନୁଆରୀ ୧୯, ୨୦୨୩ରେ କଣ୍ଠଶିଳ୍ପୀ ଓ ତାଙ୍କର ପତ୍ନୀ ଥାନାରେ ହାଜର ହୋଇଥିଲେ । ପରେ ଦୁଇ ଦୁଇ ଥର କାଉନସିଲିଂ ପରେ ପତିପତ୍ନୀଙ୍କ ପାରିବାରିକ କଳି ତୁଟିଥିଲା । ହ୍ୟୁମାନ ସାଗର ଓ ଶ୍ରୀୟାଙ୍କ ମଧ୍ୟରେ ଆପୋଷ ବୁଝାମଣା ହୋଇଥିଲା । ଘଟଣାର ମାସ ଭିତରେ ଶ୍ରୀୟା ନିଜ ଶାଶୁଘରକୁ ଫେରିବେ ବୋଲି ରାଜି ହୋଇଥିଲେ । ଏବଂ ସ୍ବାମୀ-ସ୍ତ୍ରୀଙ୍କ ଭିତରେ ଥିବା ମନମାଳିନ୍ୟ ସେମାନେ ମିଶି ସମାଧାନ କରିବେ ବୋଲି ଉଭୟ ରାଜି ହୋଇଥିଲେ । ହ୍ୟୁମାନଙ୍କ ମାଆ ମଧ୍ୟ ଦୁହେଁ ଏକାଠି ରହିବେ ବୋଲି ଜଣାଇଥିଲେ ।

ଏହା ମଧ୍ୟ ପଢନ୍ତୁ: ଷ୍ଟାର ଦମ୍ପତିଙ୍କ କଳିରେ ପୂର୍ଣ୍ଣଚ୍ଛେଦ, ହ୍ୟୁମାନଙ୍କ ଘରକୁ ଫେରିବେ ଶ୍ରୀୟା

  • ଗିରଫ ହୋଇଥିଲେ ପ୍ରଯୋଜକ ପବିତ୍ର ନାୟକ

୧୮ ମାର୍ଚ୍ଚ, ୨୦୨୩ରେ ଗୀତ ଚୋରି କରି‌ ଗିରଫ ହୋଇଥିଲେ ପ୍ରଯୋଜକ ପବିତ୍ର ନାୟକ । 'ଆଉ କେତେ ଥର ଭାଙ୍ଗିବୁ ହୃଦୟ ଭଳି‌....' ମନଛୁଆଁ ଗୀତ ଗାଇଥିବା ଅସଲ ବ୍ୟକ୍ତିଙ୍କୁ ମୃତ ବୋଲି ଘୋଷଣା କରି ତାଙ୍କରି ଗୀତକୁ କିଛି ଖଳ ବ୍ୟବସାୟୀ ନିଜ ନାଁରେ ଗ୍ଲୋବାଲ ମାର୍କେଟରେ ବିକ୍ରି କରି କୋଟି କୋଟି ଟଙ୍କା ରୋଜଗାର କରୁଥିଲେ । ଏନେଇ ଏହି ଗୀତର ପ୍ରକୃତ କଣ୍ଠଶିଳ୍ପୀ ଆଇନର ଦ୍ବାରସ୍ଥ ହେବାପରେ ଏହା ପଛର ମୁଖ୍ୟ କାର୍ପଟଦାର ତଥା ଗୀତ ଚୋରି କରିଥିବା ଅଭିଯୁକ୍ତ ପବିତ୍ର ଏଣ୍ଟରଟେନମେଣ୍ଟ୍‌ସ୍‌ର ମାଲିକ ପବିତ୍ର ନାୟକଙ୍କୁ ଗିରଫ କରିଥିଲା ବଡଗଡ ଥାନା ପୋଲିସ । ସୂଚନା ଥାଉ କି, କଣ୍ଠଶିଳ୍ପୀ ରଞ୍ଜନ କୁମାର ଗାହାଣ ଏହିପରି ଅନେକ ଗୀତ ଗାଇଛନ୍ତି । ଯାହାଙ୍କ ଗୀତକୁ କିଛି ଟେଲିକମ ଅପରେଟରଙ୍କ ହେଲୋଟ୍ୟୁନ୍ସଠାରୁ ଆରମ୍ଭ କରି ବିଭିନ୍ନ ସଂଗୀତ ଆପ୍‌ର ପ୍ଲାଟଫର୍ମରେ ମଧ୍ୟ ଅପଲୋଡ଼ କରି ଓ ଗୀତ ପାଇଁ ପରମିସନ ଦେଇ କୋଟି କୋଟି ଟଙ୍କା ଇନକମ କରି ମାଲମାଲ ହେଉଥିଲେ ଏଣ୍ଟରଟେନମେଣ୍ଟ୍‌ସ୍‌ ଦୁନିଆର କିଛି ଖଳ ବ୍ୟବସାୟୀ । ଏନେଇ ଏହି ଗୀତର ଅସଲ ସଂଗୀତକାର ତଥା କଣ୍ଠଶିଳ୍ପୀ ରଞ୍ଜନ ଗାହାଣ ଏହି ଗୀତକୁ ନେଇ ଆଇନର ଦ୍ବାରସ୍ଥ ହୋଇଥିଲେ । ଏପରିକି ତାଙ୍କ ଗୀତକୁ ଚୋରି କରିବା ବା କପିରାଇଟ ନନେଇ ଏହାକୁ ବିକ୍ରି କରିବା ଏବଂ ଫର୍ଜରୀ ଡକ୍ୟୁମେଣ୍ଟ ତିଆରି କରି ଏହାକୁ ଗ୍ଲୋବାଲ ପ୍ଲାଟଫର୍ମରେ ବିକ୍ରି କରିବା ଆଦି ନେଇ କୋର୍ଟର ଆଶ୍ରୟନେଇଥିଲେ । ଏନେଇ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏହା ପଛର ମୁଖ୍ୟ କାର୍ପଟଦାର ତଥା ଗୀତ ଚୋରି କରିଥିବା ଅଭିଯୁକ୍ତ ପବିତ୍ର ଏଣ୍ଟରଟେନମେଣ୍ଟ୍‌ସ୍‌ର ମାଲିକ ପବିତ୍ର ନାୟକକୁ ଗିରଫ କରିଥିଲା ପୋଲିସ ।

ଏହା ମଧ୍ୟ ପଢନ୍ତୁ: ଗୀତ ଚୋରି କରି ଗୀତ ବ୍ୟବସାୟୀ ଗିରଫ, ସାମ୍ନାକୁ ଆସିଲେ ଚର୍ଚ୍ଚିତ ଗୀତର ଅସଲ ଗୀତିକାର

  • ଠକେଇ ଅଭିଯୋଗରେ ପ୍ରଯୋଜକ ଅଜିତାଭ ମଲ୍ଲିକ ଗିରଫ

ଘର ଦେବା ଆଳରେ ଟଙ୍କା ନେଇ ମହିଳା ଅଧ୍ୟାପିକାଙ୍କୁ ଠକୁଥିଲେ ଓଡ଼ିଆ ଚଳଚ୍ଚିତ୍ର ଜଗତର ପ୍ରଯୋଜକ ଅଜିତାଭ ମଲ୍ଲିକ। ଲକ୍ଷ ଲକ୍ଷ ଟଙ୍କା ନେଉଥିଲେ କିନ୍ତୁ ଘର ଦେଉନଥିଲେ ।୨୭ମାର୍ଚ୍ଚ, ୨୦୨୩ରେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ ଅଧ୍ୟାପିକା । ଅଭିଯୋଗ ପରେ ପ୍ରଯୋଜକ ଅଜିତାଭ ମଲ୍ଲିକଙ୍କୁ ଗିରଫ କରିଥିଲା କମିଶନରେଟ ପୋଲିସ । ଘର ଦେବା ଆଳରେ ପ୍ରଯୋଜକ ଅଜିତାଭ ୭୫ ଲକ୍ଷ ଠକି ନେଇଥିବା ଅଭିଯୋଗ ଆଧାରରେ ପୋଲିସ ତାଙ୍କୁ ଗିରଫ କରି ଆଇପିସିର ଧାରା ୪୨୦,୫୦୬,୩୪ରେ କୋର୍ଟ ଚାଲାଣ କରିଥିଲା । ଅଜିତାଭ ମଲ୍ଲିକ ଓଡ଼ିଆ ଫିଲ୍ମ ଅରୁନ୍ଧତୀର ପ୍ରଯୋଜକ ଅଟନ୍ତି ।

ଏହା ମଧ୍ୟ ପଢନ୍ତୁ: ଠକେଇ ଅଭିଯୋଗରେ ଫିଲ୍ମ ପ୍ରଯୋଜକ ଅଜିତାଭ ଗିରଫ, ମାଆ କହିଲେ ପୁଅକୁ ମିଛରେ ଫସାଇ ଦିଆଯାଇଛି

  • ଅନଲାଇନ୍ ପଞ୍ଜି ସ୍କାମ ମାମଲାରେ ଗୋବିନ୍ଦା
    ଜୁଲାଇ ୮ତାରିଖରେ STA କ୍ରିପ୍ଟୋ ଟୋକେନ୍ ନାଁରେ‌ ଠକେଇ କରି ଗିରଫ ହୋଇଥିଲେ ଠକ ଗୁରୁତେଜ ସିଂ। ଏହି ଘଟଣାରେ ଜଡିତ ଥିବା ନେଇ ବଲିଉଡ ଅଭିନେତା ଗୋବିନ୍ଦାଙ୍କ ନାଁ ସାମ୍ନାକୁ ଆସିଥିଲା । କାରଣ ବଲିଉଡ୍ କଳାକାର ଗୋବିନ୍ଦାଙ୍କୁ ନେଇ କ୍ରିପ୍ଟୋ ଇନଭେଷ୍ଟମେଣ୍ଟର ଗୋଆ ଠାରେ ଏହାର ଶୁଭାରମ୍ଭ କରିଥିଲା। ସେଠାରେ ଅଭିନେତା ଏହି ପଞ୍ଜି ସ୍କିମ୍ ରେ ବିନିଯୋଗ କରିବାକୁ ଉପସ୍ଥିତ ଲୋକଙ୍କୁ କହିବା ସହ ଏହାର ପ୍ରମୋସନ କରିଥିଲେ। ତେବେ ଏହି ଠକ କମ୍ପାନୀର ପ୍ରମୋସନ କରିଥିବା ନେଇ ବଲିଉଡ ଅଭିନେତା ଗୋବିନ୍ଦାଙ୍କୁ ପଚରାଉଚରା କରିବାକୁ ପ୍ରସ୍ତୁତି ଚଳାଇଥିଲା ଓଡ଼ିଶା ଇଓଡବ୍ଲୁ ଟିମ । ଏନେଇ ଖୁବଶୀଘ୍ର ତାଙ୍କୁ ନୋଟିସ ସହ ମୁମ୍ବାଇ ଯାଇ ପଚରାଉଚରା କରିବ ବୋଲି‌ ସୂଚନା ବି ଦେଇଥିଲା ଇଓଡବ୍ଲୁ ଟିମ । ସୂଚନା ଥାଉ କି, ସୋଲାର ଟେକ୍ନୋ ଆଲାଇନ୍ସ (STA-Token) ଏକ କମ୍ପାନୀ ଯାହା କ୍ରିପ୍ଟୋକରେନ୍ସି ବିନିଯୋଗ ଆଳରେ ବେଆଇନ ଅନଲାଇନ ପଞ୍ଜି ସ୍କାମ ଚଳାଉଥିବା ଅଭିଯୋଗ ହୋଇଥିଲା। ଏହି କମ୍ପାନୀର ଦୁନିଆର ଅନେକ ଦେଶରେ ରହିଛି। ଅଭିଯୋଗ ହୋଇଥିଲା ଯେ ଏହି ଯୋଜନା ମାଧ୍ୟମରେ କମ୍ପାନୀ ଭାରତର ଅନେକ ସହରରେ ୧୦୦୦କୋଟି ଟଙ୍କା ଠକେଇ କରିଛି । ଏହି ଠକ କମ୍ପାନୀ ଲୋକଙ୍କୁ ଟଙ୍କା ନିବେଶ କରିବାକୁ କହୁଥିଲା ଏବଂ ନିବେଶକମାନଙ୍କୁ ସେମାନଙ୍କ ସହ ଅନ୍ୟ ଲୋକଙ୍କୁ ଯୋଡିବାକୁ ମଧ୍ୟ କହିଥଲା। ଯଦି ଲୋକମାନେ ଯୋଡି ହୁଅନ୍ତି, ତେବେ ସେ କମିଶନ ମଧ୍ୟ ଦେବେ ବୋଲି ପ୍ରତିଶୃତି ଦେଇଥିଲା। ତେବେ ଏହାକୁ ଗୋବିନ୍ଦା ପ୍ରମୋସନ କରିଥିବା ନେଇ ପୋଲିସ ସ୍କାନରକୁ ଆସିଥିଲେ ଗୋବିନ୍ଦା ।

ଏହା ମଧ୍ୟ ପଢନ୍ତୁ: 1 ହଜାର କୋଟି ସ୍କାମ୍ ମାମଲା, ଗୋବିନ୍ଦାଙ୍କୁ ଜେରା କରିବ EOW

  • ଓଲିଉଡ ଅଭିନେତ୍ରୀଙ୍କ ଅନ୍ତରଙ୍ଗ ଭିଡିଓ ଭାଇରାଲ

୨୮ଜୁଲାଇରେ ଓଲିଉଡର ଜଣେ ଆଗଧାଡିର ଅଭିନେତ୍ରୀଙ୍କ ଅନ୍ତରଙ୍ଗ ଭିଡିଓ ଭାଇରାଲ ହୋଇଥିବା ଅଭିଯୋଗ ହୋଇଥିଲା । ପୁରୁଷବନ୍ଧୁ ଦୟାନିଧି ଦୟିମା ଙ୍କ ନାଁରେ ଅଭିଯୋଗ ଆଣିଥିଲେ ଅଭିନେତ୍ରୀ । ଅଭିନେତ୍ରୀଙ୍କ ଉପରେ ପୁରୁଷ ବନ୍ଧୁଙ୍କ ମାନସିକ ଏବଂ ଶାରିରୀକ ନିର୍ଯାତନା ବଢିବାରେ ଲାଗିଥିଲା। ଅଭିନେତ୍ରୀ ତାଙ୍କ ସହ ମିଳାମିଶା ବନ୍ଦ କରିବାରୁ ସେ ପ୍ରତିଶୋଧ ପରାୟଣ ହୋଇ ତାଙ୍କ ଫଟୋ ଓ ଭିଡ଼ିଓ ଭାଇରାଲ କରିବାକୁ ଧମକ ଦେଇଥିଲେ । ଏଭଳି ସାଙ୍ଘାତିକ ଅଭିଯୋଗ ଆଣି ଲକ୍ଷ୍ମୀସାଗର ଥାନାର ଦ୍ବାରସ୍ଥ ହୋଇଥିଲେ ଅଭିନେତ୍ରୀ । ପୁରୁଷ ବନ୍ଧୁ ତାଙ୍କୁ ସୁଟିଂ ସେଟରେ ହଙ୍ଗାମା ସହ ଧମକଚମକ ମଧ୍ୟ ଦେଉଥିବା ଅଭିଯୋଗ କରିଥିଲେ ଅଭିନେତ୍ରୀ । ଏହି ଅଭିଯୋଗ ପରେ ପୋଲିସ ଏହାକୁ ଗ୍ରହଣ କରିନଥିଲା। ଏହା ପରେ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଅଭିନେତ୍ରୀ। କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏବେ ଲକ୍ଷ୍ମୀସାଗର ଥାନା ପୋଲିସ କେଶ ରୁଜୁ କରିଥିଲା । ଦଫା ୨୬୮, ୨୯୪, ୩୪୯, ୩୫୦ , ୩୫୪ , ୩୫୪ ଏ , ୩୫୪ ସି, ୩୮୩, ୪୨୦, ୪୬୮, ୪୯୯, ୫୦୩ , ୫୦୬ ରେ ମାମଲା ରୁଜୁ କରିଥିଲା ପୋଲିସ । ଆଇଟି ଆକ୍ଟ ୨୦୦୦ ର ୬୬ ଏ, ୬୬ ଇ, ୬୭, ୬୭ ଏ ଅଭିଯୁକ୍ତଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ: ଓଲିଉଡ ଅଭିନେତ୍ରୀଙ୍କ ଅନ୍ତରଙ୍ଗ ଭିଡିଓ ଭାଇରାଲ, ପୁରୁଷ ବନ୍ଧୁଙ୍କ ନାଁରେ ଦେଲେ ଏତଲା

  • ସୌରିନ ଭଟ୍ଟଙ୍କ ନାଁରେ ମାମଲା

ସୌରିନ ଭଟ୍ଟ ଜଣେ ଲୋକପ୍ରିୟ ଗାୟକ । ଯିଏ ବଲିଉଡ ଏବଂ ଓଲିଉଡରେ ଅନେକ ଗୀତ ଗାଇ ଦର୍ଶକଙ୍କ ମନ ଜିଣିପାରିଛନ୍ତି । ଜୁନ ୧୨, ୨୦୨୩ରେ ଲୋକପ୍ରିୟ କଣ୍ଠଶିଳ୍ପୀଙ୍କ ନାଁରେ ଏବେ ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆସିଥିଲା । କଟକ ମହିଳା ଥାନାରେ ଜଣେ ଯୁବତୀ କଣ୍ଠଶିଳ୍ପୀଙ୍କ ନାଁରେ ଅଭିଯୋଗ କରିଥିଲେ । କଣ୍ଠଶିଳ୍ପୀ ଯୁବତୀଙ୍କୁ ଶାରିରୀକ ନିର୍ଯାତନା ଦେବା ସହ ତାଙ୍କ ଠାରୁ ୯ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗ କରିଥିଲେ ଯୁବତୀ । କଟକ ମହିଳା ଥାନା ପୋଲିସ ଏହି ଘଟଣାର ତଦନ୍ତ କରିଥିଲା । ଏହି ଅଭିଯୋଗ ପରଠୁ ଫେରାର ଥିଲେ ସୌରିନ ଭଟ୍ଟ । ତାଙ୍କୁ ଠାବ କରିବା ପାଇଁ ରାଜ୍ୟ ବାହାରକୁ(କୋଲକାତା) ଯାଇଥିଲା କମିଶନରେଟ ପୋଲିସର ଏକ ସ୍ବତନ୍ତ୍ର ଟିମ୍‌ । ସୌରିନ ନିଜ ମୋବାଇଲ ସୁଇଚ୍‌ ଅଫ କରିଥିବାରୁ ତାଙ୍କ ସହ ଯୋଗାଯୋଗ ହୋଇ ପାରିନଥିଲା । ତେବେ ପୋଲିସ ପ୍ରଥମେ କଲିକତା ସ୍ଥିତ ବାସଭବନକୁ ଯାଇ ସେଠାରେ ଖୋଜାଖୋଜି କରିଥିଲା । ମାତ୍ର ସେଠାରୁ ନିରାଶ ହୋଇ ଫେରିଥିଲା । ସେପଟେ ଅଭିଯୋଗ ପରେ ଆଗୁଆ ଜାମିନ ପାଇଁ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ ସୌରିନ । ଅଗଷ୍ଟ ୧ ତାରିଖରେ ସୌରିନ ଭଟ୍ଟଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଥିଲେ ହାଇକୋର୍ଟ । ଅନ୍ତରୀଣ ସୁରକ୍ଷା ସହ ତଦନ୍ତରେ ସହଯୋଗ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏଥିସହ ଥାନାରେ ହାଜର ହେବା ପାଇଁ ମଧ୍ୟ କଣ୍ଠଶିଳ୍ପୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପୀଡ଼ିତାଙ୍କ CRPCର ଧାରା ୧୬୪ରେ ବୟାନ ରେକର୍ଡ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଅଗଷ୍ଟ ୭ରେ ମହିଳା ଥାନାରେ ହାଜର ହୋଇଛନ୍ତି ସୌରିନ । ଥାନାରେ ହାଜର ସମୟରେ ସେ ସମ୍ପୃକ୍ତ ଅଭିଯୋଗକାରିଣୀଙ୍କୁ ଚିହ୍ନି ନଥିବା ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଥିଲେ । ଏହା ପରେ ସୌରିନଙ୍କ ଆଗୁଆ ଜାମିନ ଆବେଦନ ଖାରଜ କଲେ ଓଡ଼ିଶା ହାଇକୋର୍ଟ । ହାଇକୋର୍ଟ ଜାମିନ ଖାରଜ କରିବା ପରେ ତଦନ୍ତରେ ସହଯୋଗ କରୁ ନାହାନ୍ତି କି ଧରାଛୁଆଁ ଦେଇନାହାନ୍ତି ସୌରିନ। ତେବେ ତାଙ୍କ ବିରୋଧରେ NBW ଇସ୍ୟୁ କରାଯିବ ବୋଲି କଟକ ଡିସିପି ଚେତାବନୀ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ: ଧରାଛୁଆଁ ଦେଉନାହାନ୍ତି ସୌରିନ ଭଟ୍ଟ: ଲୁଚକାଳି ଖେଳ ବଢାଇବ କି ଅଡୁଆ ? ଶୁଣନ୍ତୁ କ'ଣ କହୁଛନ୍ତି ଆଇନଜୀବୀ

  • ଦେବେଶ ପତି ଗିରଫ

ଓଲିଉଡର ଲୋକପ୍ରିୟ ସିଙ୍ଗର ଦେବେଶ ପତି ଗିରଫ ହୋଇଥିଲେ। ଗାୟକଙ୍କ ନାଁରେ ଲଭ, ସେକ୍ସ, ଧୋକାର ଅଭିଯୋଗ ଆଣିଥିଲେ ଜଣେ ଯୁବତୀ । ବିବାହର ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିବା ଓ ଟଙ୍କା ଠକିବା ଅଭିଯୋଗରେ ନୟାପଲ୍ଲୀ ଥାନା ପୋଲିସ ଜଣାଶୁଣା ଓଡ଼ିଆ ସିଙ୍ଗର ଦେବେଶ ପତିଙ୍କୁ ଗିରଫ କରିଥିଲା । ନଭେମ୍ବର ୩, ୨୦୨୩ରେ ପୋଲିସ ତାଙ୍କୁ ଗିରଫ କରିଥିବା ନେଇ ସୂଚନା।

ଏହା ମଧ୍ୟ ପଢନ୍ତୁ: ଲଭ-ସେକ୍ସ-ଧୋକା: ଓଡ଼ିଆ କଣ୍ଠଶିଳ୍ପୀ ଦେବେଶ ପତି ଗିରଫ

  • ଜେଲ ଯାଇଥିଲେ ପ୍ରଯୋଜକ ଟୁଟୁ ନାୟକ

ମହିଳା ସାମ୍ବାଦିକାଙ୍କୁ ଚାପୁଡା ମାରିବା ପଡିଲା ମହଙ୍ଗା । ଜେଲ ଗଲେ ପ୍ରଯୋଜକ ଟୁଟୁ ନାୟକ । ନଭେମ୍ବର ୪, ୨୦୨୩ରେ ଖାରବେଳନଗର ଥାନାରେ ହାଜର ହୋଇଥିଲେ ପ୍ରଯୋଜକ ଟୁଟୁ ନାୟକ । ଦୀର୍ଘ ସମୟର ଜେରା ପରେ ତାଙ୍କୁ ଝାରପଡ଼ା ଜେଲ୍ ପଠାଯାଇଥିଲା । ମହିଳା ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର ଘଟଣାରେ ଟୁଟୁଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । ନଭେମ୍ବର ୩, ୨୦୨୩ରେ ଟୁଟୁଙ୍କ ନାଁରେ ଅଭିଯୋଗ ଆଣିଥିଲେ ‘ଇଟିଭି ଭାରତ’ର ମହିଳା ସାମ୍ବାଦିକା ଦେବସ୍ମିତା ରାଉତ । ସିନେ ରିପୋର୍ଟର ଦେବସ୍ମିତାଙ୍କ ଅଭିଯୋଗ ଅନୁସାରେ, ଭୁବନେଶ୍ବର ଏସ କମ୍ପ୍ଲେକ୍ସରେ ଏକ ଫିଲ୍ମର ପ୍ରିମିୟର ସୋ ପାଇଁ ଖବର ପରିବେଷଣ ପାଇଁ ଯାଇଥିଲେ। ସେଠାରେ ଦେବସ୍ମିତା ଖବର‌ ପାଇଁ ଛିଡ଼ା ହୋଇଥିବା ସମୟରେ ପ୍ରଯୋଜକ ସଞ୍ଜୟ ନାୟକ ଓରଫ ଟୁଟୁ ହଠାତ୍ ତାଙ୍କୁ ଏକ ଚାପୁଡ଼ା ମାରିଥିଲେ । ଏନେଇ ଦେବସ୍ମିତା କିଛି ଜାଣିବା ପୁର୍ବରୁ ପୁଣି ତାଙ୍କ ପିଠିକୁ ଆକ୍ରମଣ ସହ ତାଙ୍କୁ କିଛି ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ଏହାପରେ ତାଙ୍କର ମୋବାଇଲ ସହ ତାଙ୍କର ବୁମ ତଳେ ପଡି ଯାଇଥିଲା । "ତେବେ କାହିଁକି ଏଭଳି ଆଚରଣ କରୁଛନ୍ତି ?" ବୋଲି ଟୁଟୁ ନାୟକଙ୍କୁ ପ୍ରଶ୍ନ କରିଥିଲେ ସାମ୍ବାଦିକା । ହେଲେ ସେହି ସମୟରେ ଟୁଟୁ କୌଣସି ଉତ୍ତର ଦେଇନଥିଲେ । ପରେ ଥାନାର ଦ୍ବାରସ୍ଥ ହୋଇଥିଲେ ସାମ୍ବାଦିକା ଏବଂ ତାଙ୍କ ବୟାନ ଆଧାରରେ ଅଭିଯୁକ୍ତ ଟୁଟୁ ନାୟକଙ୍କୁ ଗିରଫ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: ମହିଳା ସାମ୍ବାଦିକଙ୍କୁ ମାଡ଼ ମାରି ଜେଲ ଗଲେ ଟୁଟୁ ନାୟକ

  • ମୌସୁମୀ ନାୟକ ଗିରଫ
    ନଭେମ୍ବର ୧୩ତାରିଖ, ୨୦୨୩ରେ ଓଲିଉଡ ଅଭିନେତ୍ରୀ ମୌସୁମୀ ନାୟକ ଗିରଫ ହୋଇଥିଲେ । ଦାଦାବଟି ଓ ଠକେଇ ଅଭିଯୋଗରେ ଗିରଫ କରିଥିଲା ଇନଫୋସିଟି ଥାନା ପୋଲିସ । ଅଭିଯୋଗ ଆଣିଥିଲେ ଲେଖିକା ବନସ୍ମିତା ପତି । ମୌସୁମୀଙ୍କ ବିରୋଧରେ ଆଇପିସିର ଦଫା ୩୮୫ ଦାଦାବଟି, ୨୯୪ ଗାଳିଗୁଲଜ କରିବା, ୫୦୬ ଅପରାଧିକ ଉଦ୍ଦେଶ୍ୟରେ ଧମକାଇବା, ୫୦୭ ଧମକ ଦେବା ଆଦି ଅଭିଯୋଗରେ ଗିରଫ କରିଥିଲା ପୋଲିସ । ଗିରଫ ପରେ କୋର୍ଟ ଚାଲାଣ କରିଥିଲା ପୋଲିସ ।

ଏହା ମଧ୍ୟ ପଢନ୍ତୁ: ଅଭିନେତ୍ରୀ ମୌସୁମୀ ନାୟକ ଗିରଫ, ଲେଖିକା ଆଣିଥିଲେ ଟଙ୍କା ମାଗିବା ଅଭିଯୋଗ

  • ବିରଞ୍ଚି ନାରାୟଣ ନାୟକ ଗିରଫ
    ଡିସେମ୍ବର ୨୫ ତାରିଖ, ୨୦୨୩ରେ ଓଡ଼ିଆ ଅଭିନେତା ବିରଞ୍ଚି ନାରାୟଣ ନାୟକ ବନ୍ଧା ହୋଇଥିଲେ । ପୋଲିସକୁ ଦୁର୍ବ୍ୟବହାର କରିବା ପଡିଥିଲା ମହଙ୍ଗା । ପୋଲିସର ନାଇଟ ବ୍ଲକି ଚେକିଂ ବେଳେ ପୋଲିସକୁ ଦୁର୍ବ୍ୟବହାର ଅଭିଯୋଗରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା କମିଶନରେଟ ପୋଲିସ । ସୂଚନା ମୁତାବକ, ବଡଦିନ ସୁରକ୍ଷା ନେଇ ସହରରେ ଚାଲିଥିଲା ନାଇଟ ବ୍ଲକିଂ ଓ ଚେକିଂ। ଏନେଇ ଭରତପୁର ଥାନା ଅଞ୍ଚଳର କଳିଙ୍ଗ ଷ୍ଟୁଡିଓର ଛକରେ ପୋଲିସ ଚେକିଂ କରୁଥିଲା । ଏହି ସମୟରେ ରାତି ପ୍ରାୟ ୧ଟା ୩୦ମିନିଟ ସମୟରେ ଅଭିନେତା ବିରଞ୍ଚି ନାରାୟଣ ନିଜ କାର ଯୋଗେ ରେଣ୍ଟାଲ ଛକ ପାର୍ଶ୍ଵରୁ କଳିଙ୍ଗ ଷ୍ଟୁଡିଓ ଛକ ଆଡ଼କୁ ଆସିଥିଲେ । ଡ୍ୟୁଟିରେ ଥିବା ପୋଲିସ କର୍ମଚାରୀ ତାଙ୍କୁ ଅଟକାଇ ଯାଞ୍ଚ କରିବାକୁ କହିଥିଲେ। ହେଲେ ଗାଡିରେ ଥାଇ ଅଭିନେତା ଜଣଙ୍କ ବ୍ୟାରିକେଡ୍ ହଟା କହି ଅନେକ ଅସଭ୍ୟ ଭାଷାରେ ଗାଳି ଗୁଲଜ ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା। ଫଳରେ ପୋଲିସ ଅଭିନେତାଙ୍କୁ ଗିରଫ କରିଥିଲା । ସୂଚନା ଥାଉ କି, ଅଭିନେତା ଅନେକ ଫିଲ୍ମ ଏବଂ ସିରିଏଲରେ ଅଭିନୟ କରିଛନ୍ତି । ନିକଟରେ ଓଡ଼ିଆ ଓ୍ବେବ ସିରିଜ୍ SIX (6 )ରେ ପୋଲିସ ଭୂମିକାରେ ଅଭିନୟ କରି ଚର୍ଚ୍ଚାରେ ଥିଲେ ଏହି ନାୟକ ।

ତାପସ ପରିଡା, ଭୁବନେଶ୍ବର

Last Updated : Dec 28, 2023, 4:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.