ETV Bharat / state

ସ୍କୁଲ ଶିକ୍ଷାକୁ ଫୋକସ, କାଲିଠୁ ଦୁଇଦିନିଆ STARS ସମୀକ୍ଷା - ଷ୍ଟାର୍ସ ସମୀକ୍ଷା କାର୍ଯ୍ୟକ୍ରମ

ଆସନ୍ତାକାଲିଠୁ ଭୁବନେଶ୍ବରରେ ଦୁଇଦିନିଆ ଷ୍ଟାର୍ସ ସମୀକ୍ଷା । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଥିରେ ଯୋଗ ଦେବେ । ଅଧିକ ପଢନ୍ତୁ

Stars review program for school education
union education minister dharmendra pradhan
author img

By

Published : Feb 15, 2023, 10:08 AM IST

ଭୁବନେଶ୍ବର: ବିଦ୍ୟାଳୟ ଶିକ୍ଷାକୁ ମଜଭୁତ କରିବା ଦିଗରେ ଅଧିକ ଗୁରୁତ୍ବ ଦେଉଛି ଶିକ୍ଷା ବିଭାଗ । ସ୍କୁଲ ଶିକ୍ଷାର ବିକାଶ ପାଇଁ ଆସନ୍ତାକାଲିଠୁ ଭୁବନେଶ୍ବରରେ ଦୁଇଦିନିଆ ଷ୍ଟାର୍ସ ସମୀକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେବେ । ଏହା ସହିତ ୬ଟି ରାଜ୍ୟର ଶିକ୍ଷା ସଚିବ ମଧ୍ୟ ଯୋଗ ଦେବା ନେଇ ସୂଚନା ମିଳିଛି ।

ସ୍କୁଲ ଶିକ୍ଷାର ବିକାଶ ପାଇଁ ଦୁଇଦିନିଆ STARSର ମଧ୍ୟବର୍ତ୍ତୀକାଳୀନ ସମୀକ୍ଷା କରାଯିବ । ସମୀକ୍ଷା ବୈଠକରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେବେ । ବୈଠକରେ ଓଡ଼ିଶା ସମେତ ୬ଟି ରାଜ୍ୟର ଶିକ୍ଷା ସଚିବ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଦୁଇ ଦିନ ଧରି ସମଗ୍ର ଶିକ୍ଷା ଏବଂ ସ୍କୁଲ ଶିକ୍ଷାର ଯୋଜନା ଉପରେ ହେବ ଆଲୋଚନା ହେବ । ଭୁବନେଶ୍ବରରେ ଏଭଳି ବୈଠକ ପ୍ରଥମ ଥର ପାଇଁ ହେବାକୁ ଯାଉଛି । ବିଦ୍ୟାଳୟ ଶିକ୍ଷାକୁ ମଜଭୁତ କରିବା, ସମାଜର ଆର୍ଥିକ ଦୃଷ୍ଟିରୁ ପଛୁଆ ଛାତ୍ରଛାତ୍ରୀଙ୍କୁ ସଶକ୍ତ କରିବା ଏବଂ ଶିକ୍ଷକଙ୍କୁ ଉତ୍ତମ ତାଲିମ ପ୍ରଦାନ କରିବା ଦିଗରେ ଆସନ୍ତା ୧୬ ଓ ୧୭ ତାରିଖରେ ରାଜଧାନୀରେ ଷ୍ଟାର୍ସ (ଷ୍ଟ୍ରେନ୍ଦେନିଂ ଟିଚିଂ-ଲର୍ଣ୍ଣିଂ- ଆଣ୍ଡ୍ ରେଜଲ୍ଟ ଫର୍ ଷ୍ଟେଟ୍ସ) କାର୍ଯ୍ୟକ୍ରମର ଏକ ଦୁଇଦିନିଆ ମଧ୍ୟବର୍ତ୍ତୀକାଳୀନ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ ।

ଏହା ବି ପଢନ୍ତୁ...ରାଜଧାନୀରେ ମିଳିବ ନିରବଚ୍ଛିନ୍ନ ଜଳ ଯୋଗାଣ, ମୁଣ୍ଡୁଳିରେ ନିର୍ମାଣ ହେବ ଜଳ ବିଶୋଧନାଗାର

କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଷ୍ଟାର୍ସ ସମୀକ୍ଷା ବୈଠକର ପ୍ରଥମ ଦିନରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେବେ । ଷ୍ଟାର୍ସ ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବା ୬ଟି ରାଜ୍ୟ ଯଥା ଓଡ଼ିଶା, ରାଜସ୍ଥାନ, ମହାରାଷ୍ଟ୍ର, କେରଳ, ମଧ୍ୟପ୍ରଦେଶ ଏବଂ ହିମାଚଳ ପ୍ରଦେଶର ଶିକ୍ଷା ସଚିବମାନେ ଏହି ବୈଠକରେ ଯୋଗଦେବେ । ଏହାସହ କେନ୍ଦ୍ର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗର ସଚିବ, ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗର ବରିଷ୍ଠ ଅଧିକାରୀ ଓ ଏନସିଇଆରଟିର ଅଧିକାରୀମାନେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ମୋଟ ଦୁଇ ଦିନିଆ ସମୀକ୍ଷା ବୈଠକରେ ଉପରୋକ୍ତ ରାଜ୍ୟର ସ୍କୁଲ ଶିକ୍ଷାର ଅଗ୍ରଗତି ଉପରେ ଆଲୋଚନା ହେବ । ସ୍କୁଲ ଶିକ୍ଷା ନେଇ ଥିବା ରାଜ୍ୟଗୁଡିକର ବାର୍ଷିକ ଯୋଜନା, ବଜେଟ୍, ସମଗ୍ର ଶିକ୍ଷା ଉପରେ ଚର୍ଚ୍ଚା ସହ ରାଜ୍ୟଗୁଡିକଠାରୁ ବିଭିନ୍ନ ପରାମର୍ଶ ନିଆଯିବ ।

ଗୁଣବତ୍ତା ଆଧାରିତ ଶିକ୍ଷା ପରିଣାମ ହାସଲ କରିବା ପାଇଁ ରାଷ୍ଟ୍ରୀୟ ଶିକ୍ଷା ନୀତି (ଏନଇପି) ୨୦୨୦ରେ ଥିବା ଉଦ୍ଦେଶ୍ୟ ସହିତ ଷ୍ଟାର୍ସ ପ୍ରକଳ୍ପର ଯୋଜନାଗୁଡିକ ଯୋଡ଼ି ହୋଇଛି । 2020 ଅକ୍ଟୋବର କ୍ୟାବିନେଟରେ ଷ୍ଟାର୍ସ ପ୍ରକଳ୍ପକୁ ଅନୁମୋଦନ ଦେଇଥିଲେ ପ୍ରଧାନମନ୍ତ୍ରୀ । ଏହି ପ୍ରକଳ୍ପ ଉନ୍ନତ ମାନବ ସମ୍ବଳ ପ୍ରସ୍ତୁତ କରିବା ପାଇଁ ଉତ୍ତମ ଉନ୍ନତ ଶିକ୍ଷା ପରିଣାମ ଓ ସ୍କୁଲ ଦ୍ବାରା ପ୍ରସ୍ତୁତ ରଣନୀତି ସହ କାର୍ଯ୍ୟ କରିବା ପାଇଁ ବିଭିନ୍ନ ଉପକ୍ରମ ବିକଶିତ କରିବା ସହ ତାହାକୁ ଲାଗୁ କରିବା, ଆକଳନ କରିବା ଓ ସଂସ୍କାର ଆଣିବା ପାଇଁ ରାଜ୍ୟ ଗୁଡିକୁ ସହାୟତା କରିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.