ETV Bharat / state

ଥମୁନି ଜାଗା ମିଶନ ଝଡ଼, ବିଏମସି ଜୋନ୍ କାର୍ଯ୍ୟାଳୟ ଘେରିଲେ ବସ୍ତିବାସିନ୍ଦା

author img

By

Published : Mar 30, 2023, 10:38 AM IST

Updated : Mar 30, 2023, 10:51 AM IST

ଜାଗା ମିଶନରେ ପଟ୍ଟା ଆବଣ୍ଟନ ନେଇ ଅଭିଯୋଗ ହେଉଥିବା ବେଳେ ୨୦୦ରୁ ଊର୍ଦ୍ଧ୍ବ ବସ୍ତିବାସିନ୍ଦା ବିଏମସି ମୁଖ୍ୟାଳୟରେ ନିଜ ଅଭିଯୋଗ ଶୁଣାଇଛନ୍ତି । ଅଧିକ ପଢନ୍ତୁ

slum dwellers protest
slum dwellers protest

slum dwellers protest

ଭୁବନେଶ୍ବର: ଭୂମିହୀନଙ୍କୁ ଭୂମି ପ୍ରଦାନ ପାଇଁ ଏପ୍ରିଲ ପହିଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାଗା ମିଶନ ଅଧୀନରେ ପଟ୍ଟା ବାଣ୍ଟିବେ । ହାତରେ ଆଉ ୨ ଦିନ ଥିବାବେଳେ ଦିନକୁ ଦିନ ଜାଗା ମିଶନରେ ପଟ୍ଟା ଆବଣ୍ଟନ ନେଇ ଅଭିଯୋଗର ଫର୍ଦ୍ଦ ବଢ଼ିବାରେ ଲାଗିଛି । ଏନେଇ ୨୦୦ରୁ ଊର୍ଦ୍ଧ୍ବ ବସ୍ତିବାସିନ୍ଦା ବିଏମସି ମୁଖ୍ୟାଳୟରେ ନିଜ ଅଭିଯୋଗ ଶୁଣାଇଛନ୍ତି । ଏଥିସହ ବୁଧବାର ୱାର୍ଡ ୨୪ର ମହାବୀର ବିଜୁ ଆଦର୍ଶ କଲୋନୀର ୩୦୦ରୁ ଊର୍ଦ୍ଧ୍ବ ବସ୍ତିବାସିନ୍ଦା ବିଏମସି ଦକ୍ଷିଣ ପଶ୍ଚିମ ଜୋନ ଅଫିସ୍ ଘେରିଛନ୍ତି ।

ପଟ୍ଟା ଆବଣ୍ଟନ ଲାଗି କଲୋନୀରେ ଉଷା ସର୍ଭେ ସମୟରେ ମୋଟ ୪୧୬ ହିତାଧିକାରୀଙ୍କୁ ସାମିଲ କରାଯାଇଥିଲା । ହେଲେ ନିକଟରେ ବିଏମସି ଦେଇଥିବା ତାଲିକାରେ ମାତ୍ର ୩୫ ଜଣଙ୍କ ନାମ ରହିଛି । ଯାହାକୁ ନେଇ ବସ୍ତିବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ଏନେଇ ୱାର୍ଡ ୨୪ର କର୍ପୋରେଟର ଦିଲ୍ଲୀପ ମିଶ୍ରଙ୍କ ସମେତ ମହାବୀର ବିଜୁ ଆଦର୍ଶ କଲୋନୀର ବସ୍ତିବାସିନ୍ଦା ମାନେ ଜୋନ୍ କାର୍ଯ୍ୟାଳୟ ଘେରାଉ କରିଥିବା ନଜରକୁ ଆସିଛି । ପରେ ବିଏମସି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ ଓ ଅତିରିକ୍ତ କମିଶନର ଶୁଭେନ୍ଦୁ ସାହୁ ଘଟଣାସ୍ଥଳରେ ପହଞ୍ଚି ବସ୍ତିବାସିନ୍ଦାଙ୍କୁ ପ୍ରତିଶ୍ରୁତି ଦେବା ପରେ ଜୋନ୍ କାର୍ଯ୍ୟାଳୟରୁ ବସ୍ତିବାସିନ୍ଦା ଉଠିଥିବା ସୂଚନା ମିଳିଛି ।

ମିଳିଥିବା ସୂଚନା ମୂତାବକ, ୱାର୍ଡର ଅଧିକାଂଶ ଜମି ଜଙ୍ଗଲ ହୋଇଥିବା ବେଳେ ଅଧିକାଂଶ ବସ୍ତିବାସିନ୍ଦାଙ୍କ ଭୂମି ଅଧିକାର ଏଥିପାଇଁ ଛଡ଼ାଇ ନିଆଯାଇଥିବା ବିଏମସି କର୍ତ୍ତୃପକ୍ଷ ସଫେଇ ଦେଇଛନ୍ତି । ଯଦି ଜଙ୍ଗଲ ଜମିଲାଗି ଜାଗା ମିଶନରେ ନାଁ କଟିଛି, ତେବେ ୩୫ ଜଣ ବସ୍ତିବାସିନ୍ଦାଙ୍କୁ କିପରି ତାଲିକା ଅନ୍ତର୍ଭୁକ୍ତ କରାଗଲା ସେନେଇ ବସ୍ତିବାସିନ୍ଦା ପ୍ରଶ୍ନ କରିଛନ୍ତି । ସେହିପରି ୨ ଦିନ ହେବ ସ୍ଥାନୀୟ କର୍ପୋରେଟର ବିଏମସି ଅଫିସକୁ ଦୌଡ଼ି ଦୌଡ଼ି ତାଙ୍କୁ କିଛି ସନ୍ତୋଷଜନକ ଉତ୍ତର ମିଳିନଥିବା କହିଛନ୍ତି । ତେଣୁ ଏହାର ସମାଧାନକୁ ନେଇ ସେମାନେ ବିଏମସି କାର୍ଯ୍ୟାଳୟ ଘେରିଛନ୍ତି ।

ସେପଟେ ଏନେଇ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯିବ ଏଥିସହ ଜାଗା ମିଶନ ଦେଇ ଆସିଥିବା ସମସ୍ତ ଅଭିଯୋଗର ଶୁଣିବା ସହ ବିହିତ କାର୍ଯ୍ୟାନୁଷ୍ଠାନ ନେବ ବୋଲି ବିଏମସି ଅଧିକାରୀ ପ୍ରତିଶ୍ରୁତି ଦେଇଛନ୍ତି । ଯଦି ଏଥିରେ ଆସନ୍ତା ଦିନରେ କିଛି ଅନିୟମିତତା ନଜରକୁ ଆସେ ତେବେ ପୁନର୍ବାର ବସ୍ତିବାସିନ୍ଦା ବିଏମସି ଅଧିକାରୀଙ୍କୁ ପ୍ରଶ୍ନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ତେବେ ଜାଗା ମିଶନ ଅଧୀନରେ ପଟ୍ଟା ଆବଣ୍ଟନ ନେଇ ଅନିୟମିତା ହୋଇଥିବା ବିଏମସିରେ ଅଭିଯୋଗ ହୋଇଛି । ୨୦ରୁ ଊର୍ଦ୍ଧ୍ବ ବସ୍ତି ଉନ୍ନୟନ କର୍ତ୍ତୃପକ୍ଷ (ଏସଡିଏ) ବିରୋଧରେ ଅଭିଯୋଗ ହୋଇଥିବା ବିଏମସି ସୂଚନା ଦେଇଛି । ଏହାକୁ ନେଇ ଜାଗା ମିଶନର ଅଭିଯୋଗ ଫର୍ଦ୍ଦ ବଢିଚାଲିଥିବା ବେଳେ ଏ ଦିଗରେ ଖୁବଶୀଘ୍ର ଯଦି ସମାଧାନ ହୁଅନ୍ତା ତେବେ ସଠିକ ହିତାଧିକାରୀ ପଟ୍ଟା ପାଆନ୍ତେ ବୋଲି କହିଛନ୍ତି କର୍ପୋରେଟର ଦୀପକ ମିଶ୍ର ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Mar 30, 2023, 10:51 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.