ETV Bharat / state

ରାସ୍ତାରେ ଧାନ ଗଛ ପୋତି ପ୍ରତିବାଦ ଜଣାଇଲେ ଗ୍ରାମବାସୀ - ଅଭିନବ ଉପାୟରେ ପ୍ରତିବାଦ

ଅଭିନବ ଉପାୟରେ ପ୍ରତିବାଦ । ରାସ୍ତାରେ ଧାନ ଗଛ ପୋତି ପ୍ରତିବାଦ ଜଣାଇଲେ ଗ୍ରାମବାସୀ । ଅଧିକ ପଢନ୍ତୁ...

road problems villagers protest on new way in khurdha
ରାସ୍ତାରେ ଧାନ ଗଛ ପୋତି ପ୍ରତିବାଦ ଜଣାଇଲେ ଗ୍ରାମବାସୀ
author img

By

Published : Jul 4, 2021, 8:35 PM IST

ଖୋର୍ଦ୍ଧା: ରାସ୍ତାରେ ଧାନ ଗଛ ପୋତି ପ୍ରତିବାଦ ଜଣାଇଲେ ଗ୍ରାମବାସୀ । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅନ୍ତର୍ଗତ ଦୁର୍ଗାପୁର ପଞ୍ଚାୟତର ଗଡଗୁଡୁମ ଗ୍ରାମରେ ଦେଖିବାକୁ ମିଳିଛି ଏହିପରି ଏକ ଅଭିନବ ପ୍ରତିବାଦ।

ରାସ୍ତାରେ ଧାନ ଗଛ ପୋତି ପ୍ରତିବାଦ ଜଣାଇଲେ ଗ୍ରାମବାସୀ

ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ ସାହିକୁ ଯିବା ଆସିବା ରାସ୍ତା ଅଟ୍ରି ମୁଖ୍ୟପିଚୁ ରାସ୍ତା ଠାରୁ ସାହିକୁ ଥିବା ଏକ ମାତ୍ର ମାଟି ରାସ୍ତା ଶୋଚନୀୟ ଅବସ୍ଥାରେ ଦୀର୍ଘ ଦିନ ଧରି ପଡିରହିଛି । ଯେଉଁଥି ପାଇଁ ଗ୍ରାମବାସୀଙ୍କୁ ବର୍ଷା ଦିନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏମିତି କି ଆମ୍ବୁଲାନ୍ସ ଟିଏ ସାହି ଭିତରକୁ ଯିବାରେ ସମସ୍ୟା ଉପୁଜୁଛି । ତେଣୁ ଏନେଇ ସେମାନେ ଏକ ସ୍ଥାୟୀ କଂଙ୍କ୍ରିଟ ରାସ୍ତା ନିର୍ମାଣ ପାଇଁ ବାରମ୍ବାର ବ୍ଲକ ଉନ୍ନୟନ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଅଭିଯୋଗ କରିଥିଲେ । ତଥାପି କିଛି ସୁଫଳ ପାଇନାହାନ୍ତି । ଯେଉଁଥିପାଇଁ ବାଧ୍ୟ ହୋଇ ଆଜି ଏହିପରି ଏକ ଅନୁରୂପ ଭାବେ କାଦୁଅ ତଥା ପାଣି ଜମା ରାସ୍ତାରେ ଗ୍ରାମବାସୀ ଧାନ ଗଛ ପୋତି ଜିଲ୍ଲା ପ୍ରଶାସନଙ୍କୁ ପ୍ରତିବାଦ ଜଣାଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.