ETV Bharat / state

ଡିସେମ୍ବର 24ରେ ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି - ସମ୍ବଲପୁର ଆସିବେ ପ୍ରଧାନମନ୍ତ୍ରୀ

Prime Minister may visit Odisha: ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚଳିତ ମାସରେ ପଶ୍ଚିମ ଓଡିଶାର କିଛି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିପାରନ୍ତି । ଅଧିକ ପଢନ୍ତୁ

PM Narendra Modi may visit Odisha
ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
author img

By ETV Bharat Odisha Team

Published : Dec 12, 2023, 11:20 AM IST

Updated : Dec 12, 2023, 3:37 PM IST

ଡିସେମ୍ବର 24ରେ ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଭୁବନେଶ୍ବର: ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ! ଚଳିତ ମାସ 24 ତାରିଖରେ ତାଙ୍କର ଓଡ଼ିଶା ଗସ୍ତ ସମ୍ଭାବନା ରହିଛି । ପଶ୍ଚିମ ଓଡ଼ିଶାର କିଛି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିପାରନ୍ତି ପ୍ରଧାନମନ୍ତ୍ରୀ । ଏନେଇ ଆଜି(ମଙ୍ଗଳବାର) ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ସୂଚନା ଦେଇଛନ୍ତି । ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ରାଜ୍ୟ ବିଜେପିକୁ ଆହୁରି ବଳ ଦେବ ବୋଲି କୁହାଯାଉଛି । ତାଙ୍କର ଓଡ଼ିଶା ଗସ୍ତ ସୂଚନା ପରେ ବିଜେପି ଶିବିର ଚଳଚଞ୍ଚଳ ହୋଇଉଠିଛି ।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିରୋଧି ଦଳ ମୁଖ୍ୟ ସଚେତକ ମୋହନ ମାଝି କହିଛନ୍ତି, "ଚଳିତ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସିପାରନ୍ତି । ସମ୍ବଲପୁରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି । ମୋଦିଙ୍କ ପରେ ଅନ୍ୟ କେନ୍ଦ୍ରୀୟ ନେତୃତ୍ୱ ମଧ୍ୟ ଡିସେମ୍ବରରୁ ଜାନୁଆରୀ ମଧ୍ୟରେ ଓଡ଼ିଶା ଗସ୍ତରେ ଆସିପାରନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଓଡିଶା ଆସିବା ନେଇ କାର୍ଯ୍ୟକ୍ରମ ରହିଛି । ସେମାନେ ପଶ୍ଚିମ ଓଡ଼ିଶାର କିଛି ସରକାରୀ ଯୋଜନା କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି । ସମ୍ବଲପୁରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ନେଇ ସୂଚନା ରହିଛି ।" ସେ ଆହୁରିମଧ୍ୟ କହିଛନ୍ତି ଯେ, ରାଜ୍ୟରେ ଦଳକୁ ଆହୁରି ସୁଦୃଢ କରି ସରକାର ଗଠନ କରିବା ଆମର ମୁଖ୍ୟ ଫୋକସ ଅଟେ ।

ଏହାମଧ୍ୟ ପଢନ୍ତୁ: ବିକଶିତ ଭାରତ@୨୦୪୭: ଯୁବବର୍ଗଙ୍କ ସ୍ବର କାର୍ଯ୍ୟକ୍ରମ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ତେବେ ପ୍ରଧାନମନ୍ତ୍ରୀ କେଉଁ ତାରିଖରେ ଓଡ଼ିଶା ଆସିବେ ସେନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ । ତଥାପି ଡିସେମ୍ବର 24ରେ ଆସିପାରନ୍ତି ବୋଲି କୁହାଯାଉଛି । ଆସନ୍ତା 24 ତାରିଖରେ ସମ୍ବଲପୁରରେ ଆଇଆଇଏମର ଏକ କାର୍ଯ୍ୟକ୍ରମ ରହିଥିବା ବେଳେ ଏଥିରେ ପ୍ରଧାନମନ୍ତ୍ରୀ ମୋଦି ଯୋଗ ଦେଇପାରନ୍ତି । ତେବେ ପ୍ରଧାନମନ୍ତ୍ରୀଙ୍କ ଗସ୍ତସୂଚୀ ନେଇ ଏବେସୁଦ୍ଧା କୌଣସି ବିଧିବଦ୍ଧ କାର୍ଯ୍ୟସୂଚୀ ପ୍ରକାଶ ପାଇନାହିଁ । ତେବେ ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତ ରାଜ୍ୟ ବିଜେପି ପାଇଁ ବେଶ୍ ଗୁରୁତ୍ବବହନ କରିବ । ସଦ୍ୟସମାପ୍ତ 5 ରାଜ୍ୟର ବିଧାନସଭା ନିର୍ବାଚନରୁ 3 ରାଜ୍ୟରେ ବିଜେପି ବାଜିମାତ କରିବା ପରେ ଏବେ ଓଡ଼ିଶାରେ ସରକାର ଗଢିବା ପାଇଁ ରଣନୀତି ପ୍ରସ୍ତୁତ ଆରମ୍ଭ କରିଦେଇଛି । ବିରୋଧି ଦଳ ମୁଖ୍ୟ ସଚେତକଙ୍କ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସୂଚନା ପରେ ରାଜ୍ୟରେ ବିଜେପି ଶିବିରରେ ଉତ୍ସାହ ଖେଳିଯାଇଛି ।

ପ୍ରକାଶ ଯୋଗ୍ୟ, ଏହାପୂର୍ବରୁ ବାଲେଶ୍ବର ବାହାନଗାଠାରେ ଘଟିଥିବା ହୃଦୟ ବିଦାରକ ଟ୍ରେନ ଦୁର୍ଘଟଣା ସମୟରେ ଓଡ଼ିଶା ଆସିଥିଲେ ମୋଦି । ଦୁର୍ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଯାଞ୍ଚ କରିବା ପରେ ହସ୍ପିଟାଲ ଯାଇ ଆହତ ଓ ମୃତକଙ୍କ ସମ୍ପର୍କୀୟମାନଙ୍କ ସହ କଥା ହୋଇଥିଲେ ।

ଇଟିିଭି ଭାରତ, ଭୁବନେଶ୍ବର

Last Updated : Dec 12, 2023, 3:37 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.