ETV Bharat / state

ଜଟଣୀରେ ହୋମି ଭାବା କ୍ୟାନସର୍ ହସ୍ପିଟାଲର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

author img

By

Published : May 12, 2023, 9:16 AM IST

Updated : May 12, 2023, 9:27 AM IST

ଜଟଣୀ ସ୍ଥିତ ନାଇଜର୍‌ କ୍ୟାମ୍ପସ୍‌ରେ ହୋମି ଭାବା କ୍ୟାନସର୍ ହସ୍ପିଟାଲକୁ ଭର୍ଚୁଆଲ୍‌ରେ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ । ବ୍ୟୟ ଅଟକଳ ୬୫୦ କୋଟି ।

ଜଟଣିରେ ହୋମି ଭାବା କ୍ୟାନସର୍ ହସ୍ପିଟାଲର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ଭାବା କ୍ୟାନସର୍ ହସ୍ପିଟାଲ

ଖୋର୍ଦ୍ଧା: ୨୫ତମ ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି(ଗୁରୁବାର) ଦିଲ୍ଲୀରୁ ଭର୍ଚୁଆଲ୍‌ରେ ଜଟଣୀ ସ୍ଥିତ ଭୁବନେଶ୍ବର ନାଇଜର କ୍ୟାମ୍ପସ୍‌ରେ ଏକ ବୃହତ କ୍ୟାନସର୍‌ ହସ୍ପିଟାଲର ଶିଳାନ୍ୟାସ କରିଛନ୍ତି । ବିଶିଷ୍ଟ ଆଣବିକ ଶକ୍ତି ବୈଜ୍ଞାନିକ ହୋମି ଭାବାଙ୍କ ନାମରେ ନାମିତ ଏହି କ୍ୟାନସର୍‌ ହସ୍ପିଟାଲ୍‌ରେ ୨୦୦ ଶଯ୍ୟା ରହିବ । ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ହେବାକୁ ଥିବା ଏହି ହସ୍ପିଟାଲ ପାଇଁ ୬୫୦ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ହସ୍ପିଟାଲ ନିର୍ମାଣ ପାଇଁ କେନ୍ଦ୍ର ଆଟମିକ୍ ଏନର୍ଜି ଓ ଟାଟା ପକ୍ଷରୁ ମିଳିତ ସହଯୋଗ ରହିବ । ପୂର୍ବରୁ ଏହି କ୍ୟାନସର ହସ୍ପିଟାଲ୍ ପାଇଁ ରାଜ୍ୟ ସରକାରଙ୍କ ସହ ଟାଟା ପକ୍ଷରୁ ମଧ୍ୟ ଚୁକ୍ତିପତ୍ର ସ୍ୱାକ୍ଷରିତ ହୋଇସାରିଛି ।

ହୋମି ଭାବା କ୍ୟାନସର ହସ୍ପିଟାଲ ପାଇଁ ରାଜ୍ୟ ସରକାର ଜମି, ଜଳ, ବିଦ୍ୟୁତ୍ ସମେତ ଅନ୍ୟାନ୍ୟ ଭିତ୍ତିଭୂମି ଯୋଗାଇ ଦେବାକୁ ସ୍ଥିର ହୋଇସାରିଛି । ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ଦେଶରେ ୫ ହଜାର ୮୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ବୈଜ୍ଞାନିକ ଏବଂ ବୈଷୟିକ ପ୍ରଗତି ସହ ଜଡ଼ିତ ଏକାଧିକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ କିଛି ପ୍ରକଳ୍ପକୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଏହି ଅବସରରେ ନୂଆଦିଲ୍ଲୀରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ପ୍ରମୁଖ ଉପସ୍ଥିତ ଥିଲେ । ଭିଡିଓ କନ୍‌ଫରେନସିଂ ଜରିଆରେ ଜଟଣୀରେ ଏହି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।

  • ଆଜି ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଅବସରରେ ପ୍ରଧାନମନ୍ତ୍ରୀ @narendramodi ଭିସି ଜରିଆରେ ଖୋର୍ଦ୍ଧା ଜିଲ୍ଲା ଜଟଣୀ ସ୍ଥିତ ହୋମି ଭାବା କର୍କଟ ରୋଗ ଚିକିତ୍ସାଳୟ ଏବଂ ଗବେଷଣା କେନ୍ଦ୍ରର ଶିଳାନ୍ୟାସ କରିଥିବାରୁ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ର ମନ୍ତ୍ରୀ @DrJitendraSingh ଙ୍କୁ ଧନ୍ୟବାଦ । pic.twitter.com/rSnfvV0AKU

    — Dharmendra Pradhan (@dpradhanbjp) May 11, 2023 " class="align-text-top noRightClick twitterSection" data=" ">

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭାରତ ଆଜି ବୈଷୟିକ ଜ୍ଞାନ କ୍ଷେତ୍ରରେ ବେଶ୍‌ ଆଗରେ ରହିଛି । ବୈଷୟିକ ଜ୍ଞାନକୁ ଭାରତ କେବେ ବି ପ୍ରଭୁତ୍ୱ ବିସ୍ତାର କରିବାର ମାଧ୍ୟମ ବୋଲି ବିବେଚନା କରିନାହିଁ । ଭାରତ ଏହାକୁ ମାନବ କଲ୍ୟାଣର ମାଧ୍ୟମ ବୋଲି ବିବେଚନା କରିଆସୁଛି । ବିଜ୍ଞାନ ଓ ବୈଷୟିକ ଜ୍ଞାନ କ୍ଷେତ୍ରରେ ବିଗତ ୯ ବର୍ଷ ମଧ୍ୟରେ ଭାରତ ଏକ ଦୃଢ଼ ଭିତ୍ତିଭୂମି ସ୍ଥାପନ କରିପାରିଛି ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ ୨୦୨୨ ଜୁଲାଇ ୨୬ ତାରିଖରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂଙ୍କୁ ଭେଟି ନାଇଜର୍‌ରେ କ୍ୟାନ୍‌ସର ହସ୍ପିଟାଲ ନିର୍ମାଣ ନେଇ ଆଲୋଚନା କରିଥିଲେ । ଧର୍ମେନ୍ଦ୍ର ଟ୍ବିଟ୍ କରି ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂଙ୍କୁ ଧନ୍ୟବାଦ ଦେଇଛନ୍ତି । ସେ ଉଲ୍ଲେଖ କରିଛନ୍ତି ଯେ, ଓଡ଼ିଶା ସମେତ ସମଗ୍ର ଭାରତର ସ୍ବାସ୍ଥ୍ୟସେବାକୁ ସୁଦୃଢ଼ କରିବାକୁ ମୋଦି ସରକାର ପ୍ରାଥମିକତା ଦେଇଆସୁଛନ୍ତି । ଏହି ଅତ୍ୟାଧୁନିକ ହସ୍ପିଟାଲ ନିର୍ମାଣ ହେଲେ ଓଡ଼ିଶା ତଥା ପୂର୍ବ ଭାରତର କର୍କଟ ରୋଗୀମାନେ ବିଶେଷ ଭାବରେ ଉପକୃତ ହୋଇପାରିବେ । ଏହି କ୍ଷେତ୍ରରେ ଅଧିକରୁ ଅଧିକ ଗବେଷଣା ହୋଇପାରିବ ।

ଇଟିଭି ଭାରତ, ଖୋର୍ଦ୍ଧା

Last Updated : May 12, 2023, 9:27 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.