ETV Bharat / state

ନବୀନଙ୍କ 'ଏଜେଣ୍ଡା' ବୟାନ ପରେ ବିରୋଧୀଙ୍କ ଶାଣିତ ଜବାବ, '୨୪ ପାଇଁ ରୂପାନ୍ତରୀକରଣ କାର୍ଡ ଖେଳୁଛି ବିଜେଡି'

Odisha Politics gears up after Naveen statement on Agenda: ବିଜେଡି କାର୍ଯ୍ୟକାରିଣୀରେ ନବୀନଙ୍କ 'ଏଜେଣ୍ଡା' ବୟାନ ରାଜ୍ୟ ରାଜନୀତିରେ ଆଣିଛି ତାତି । ମୁଖ୍ୟମନ୍ତ୍ରୀଙ୍କ ଷ୍ଟେଟମେଣ୍ଟ ଉପରେ ଶାଣିତ ଜବାବ ରଖିଛନ୍ତି ବିରୋଧୀ। ବିଜେଡିର ରୂପାନ୍ତରୀକରଣ କାର୍ଡ, ଭୋଟ୍ ରାଜନୀତି ବୋଲି ମତ ରଖିଛନ୍ତି ରାଜନୀତି ସମୀକ୍ଷକ। ଅଧିକ ପଢ଼ନ୍ତୁ,

author img

By ETV Bharat Odisha Team

Published : Dec 16, 2023, 6:57 PM IST

ନବୀନଙ୍କ 'ଏଜେଣ୍ଡା' ବୟାନ ପରେ ବିରୋଧୀଙ୍କ ଶାଣିତ ଜବାବ
ନବୀନଙ୍କ 'ଏଜେଣ୍ଡା' ବୟାନ ପରେ ବିରୋଧୀଙ୍କ ଶାଣିତ ଜବାବ
ନବୀନଙ୍କ 'ଏଜେଣ୍ଡା' ବୟାନ ପରେ ବିରୋଧୀଙ୍କ ଶାଣିତ ଜବାବ, '୨୪ ପାଇଁ ରୂପାନ୍ତରୀକରଣ କାର୍ଡ ଖେଳୁଛି ବିଜେଡି'

ଭୁବନେଶ୍ବର: ବିଜେଡି ରାଜ୍ୟ କାର୍ଯ୍ୟକାରିଣୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବୟାନକୁ ନେଇ ରାଜନୀତି ଘନେଇବାରେ ଲାଗିଛି । ଗତକାଲି ଦଳର କାର୍ଯ୍ୟକାରିଣୀରେ ନବୀନ କହିଥିଲେ ବିରୋଧୀଙ୍କ ପାଖରେ ପ୍ରସଙ୍ଗ ନାହିଁ । ନବୀନଙ୍କ ଏହି ଷ୍ଟେଟମେଣ୍ଟ ପରେ ତାତିଛନ୍ତି ବିରୋଧୀ କଂଗ୍ରେସ ଏବଂ ବିଜେପି । କଂଗ୍ରେସ ଏହାକୁ ଲୋକ ଚରିତ୍ରରେ ପରିବର୍ତ୍ତନ କହିଥିବା ବେଳେ, ବିଜେପି କହିଛି, ଆମ ପାଖରେ ରହିଛି ପ୍ରସଙ୍ଗର ପାହାଡ଼ । ରାଜନୀତି ସମୀକ୍ଷକଙ୍କ ଆକଳନ, ୨୦୨୪ ନିର୍ବାଚନରେ ଭୋଟ୍ ବ୍ୟାଙ୍କ ପାଇଁ ବିଜେଡି ଖେଳୁଛି ରୂପାନ୍ତରୀକରଣ କାର୍ଡ ।

କଂଗ୍ରେସ କହିଲା, ଲୋକ ଚରିତ୍ରରେ ପରିବର୍ତ୍ତନ: ଗତକାଲି ଭୁବନେଶ୍ବରରେ ଅନୁଷ୍ଠିତ ହୋଇଯାଇଛି ବିଜୁ ଜନତା ଦଳର କାଜ୍ୟ କାର୍ଯ୍ୟକାରିଣୀ । ଏଥିରେ ଦଳର ସର୍ବୋଚ୍ଚ ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିରୋଧୀଙ୍କୁ ପରୋକ୍ଷ ଆକ୍ଷେପ କରି କହିଥିଲେ ଯେ, ବିରୋଧୀମାନଙ୍କ ନିକଟରେ କୌଣସି ପ୍ରସଙ୍ଗ ନାହିଁ । ନବୀନଙ୍କ ଏହି ବୟାନକୁ ନେଇ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି । ଶାସକ ଦଳକୁ ପାଲଟା ଆକ୍ରମଣ କରିଛନ୍ତି ବିରୋଧୀ । ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ କହିଛନ୍ତି, ଲୋକ ଚରିତ୍ରରେ ପରିବର୍ତ୍ତନ କାରଣରୁ କାର୍ଯ୍ୟକାରିଣୀରେ ଏପରି କହିଛନ୍ତି ନବୀନ। ସ୍କୁଲ କ୍ୟାମ୍ପସରେ ନବୀନଙ୍କ ହୋର୍ଡିଂ ଲାଗୁଛି, ଗାଁ ଗାଁରେ ମଦଭାଟି ଖୋଲୁଛି, ଏହା ସମସ୍ତେ ଦେଖୁଛନ୍ତି ଓ ଜାଣୁଛନ୍ତି । ହେଲେ ଇଏ କଣ ପ୍ରସଙ୍ଗ ନୁହେଁ ବୋଲି ପ୍ରଶ୍ନ କରିଛନ୍ତି ପଞ୍ଚାନନ ?

ଏହା ମଧ୍ଯ ପଢ଼ନ୍ତୁ: କଂଗ୍ରେସ ସାଂସଦ ଧୀରଜ ସାହୁ ଗାନ୍ଧୀ ପରିବାରର ଏଟିଏମ: ଧର୍ମେନ୍ଦ୍ର ପ୍ରଧାନ

ବିଜେପିର ପାଲଟା ପ୍ରଶ୍ନ: କଂଗ୍ରେସ ସ୍ବରରେ ସ୍ବର ମିଳାଇଛି ବିଜେପି । ବିଜେପି ମୁଖପାତ୍ର ଦିଲ୍ଲୀପ ମଲ୍ଲିକଙ୍କ କଟାକ୍ଷ, 2024 ନିର୍ବାଚନକୁ ଦୃଷ୍ଟିରେ ରଖି ନବୀନ ଏପରି ମନ୍ତବ୍ୟ ଦେଇଛନ୍ତି। ଆମେ ଲୋକଙ୍କ ପ୍ରସଙ୍ଗ ଉପସ୍ଥାପନ କରୁଛୁ । ବେକାରୀ କଣ ପ୍ରସଙ୍ଗ ନୁହେଁ, ନାରୀ ଆଜି ଅସୁରକ୍ଷିତ, ଏହା କଣ ପ୍ରସଙ୍ଗ ନୁହେଁ ବୋଲି ପାଲଟା ପ୍ରଶ୍ନ କରିଛି ବିଜେପି । ମହାନଦୀ ପ୍ରସଙ୍ଗରେ ସେ କହିଛନ୍ତି, କାମ୍ପା ଫଣ୍ଡ 500 କୋଟି ଟଙ୍କାରେ ମହାନଦୀ କୂଳରେ ଗଛ ଲଗାଇବା କାମ କେତେ ବାଟ ଗଲା ? ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, କେନ୍ଦ୍ରରେ ମୋଦି ସରକାର ବିଭିନ୍ନ ଯୋଜନାରେ ରାଜ୍ୟକୁ ଆର୍ଥିକ ଅନୁଦାନ ଦେଉଛନ୍ତି। ରାଜ୍ୟ ସରକାର ସେଥିରେ ଠପା ଲଗାଇ ବାହାବା ନେଉଛନ୍ତି । ତେବେ ଲୋକେ ଏହାକୁ ବୁଝିଗଲେଣି । ଏସବୁ ପ୍ରସଙ୍ଗ ନେଇ 2024 ନିର୍ବାଚନରେ ଆମେ ଲୋକଙ୍କ ପାଖକୁ ଯିବୁ ବୋଲି କହିଛନ୍ତି ବିଜେପି ମୁଖପାତ୍ର ଦିଲ୍ଲୀପ ମଲ୍ଲିକ।

ଏହା ମଧ୍ଯ ପଢ଼ନ୍ତୁ: ପୁରୀ ଜିଲ୍ଲାରେ ହେବ ୭ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ, ଖର୍ଚ୍ଚ ହେବ ୧୪ କୋଟି

ବିଜେଡିର ଜବାବ: ବିରୋଧୀଙ୍କ ଅଭିଯୋଗର ଜବାବ ରଖିଛି ଶାସକ ଦଳ । ବିଜେଡି ନେତା ସଞ୍ଜୟ ଦାସ ବର୍ମା କହିଛନ୍ତି, ବିଜେଡି ନିରନ୍ତର ଭାବେ ଓଡିଶାବାସୀଙ୍କ ସେବା କରି ଚାଲିଛି। ଓଡିଶାବାସୀଙ୍କ ଆସ୍ଥା ବିଶ୍ବାସ ଭାବେ ଛିଡ଼ା ହୋଇଛି । ବିଜେଡି ଏକ ରାଜନୈତିକ ଦଳ ନୁହେଁ ବରଂ ସାମାଜିକ ଆନ୍ଦୋଳନ । ଆମର ମୂଳ ଏଜେଣ୍ଡା ଓଡିଶା ଜନସାଧାରଣଙ୍କ ସ୍ବାର୍ଥ । ଦିଲ୍ଲୀରେ ଯିଏ ବି ଶାସନ ଗାଦିରେ ବସନ୍ତୁ ନା କାହିଁକି, ରାଜ୍ୟର ସ୍ବାର୍ଥ ପାଇଁ ଯାହା ନ୍ୟାୟପୂର୍ଣ୍ଣ ଦାବି, ଆମେ ରଖିଛୁ, ଆଗକୁ ବି ରଖିବୁ ।

ଏହା ମଧ୍ଯ ପଢ଼ନ୍ତୁ: ସଂସଦ ସ୍ମୋକ୍ ଆଟାକର ଚାଞ୍ଚଲ୍ୟକର ସୂଚନା: 'ଆତ୍ମାହୂତି ଯୋଜନା କରିଥିଲେ ଅଭିଯୁକ୍ତ'

୨୪ ପାଇଁ ରୂପାନ୍ତରୀକରଣ କାର୍ଡ: ନବୀନଙ୍କ ବୟାନକୁ ନେଇ ଶାସକ ଏବଂ ବିପକ୍ଷ ଟଣା ଓଟରା ଲାଗିଥିବା ବେଳେ ମତ ରଖିଛନ୍ତି ରାଜନୀତି ସମୀକ୍ଷକ ରବି ଦାସ । ତାଙ୍କ ମତରେ, ନବୀନଙ୍କୁ ଷଷ୍ଠଥର ମୁଖ୍ୟମନ୍ତ୍ରୀ କରିବା ପାଇଁ ବିଜେଡି ଖେଳିଛି ରୂପାନ୍ତରୀକରଣ କାର୍ଡ। ଶିକ୍ଷା, ସ୍ବାସ୍ଥ୍ୟ, ମଠ, ମନ୍ଦିର ସବୁଠି ଏହା ପ୍ରୟୋଗ ହେଉଛି ଏହି ଫର୍ମୂଲା । ନବୀନ ଭଲଭାବେ ଜାଣିଛନ୍ତି, ଲୋକେ ସନ୍ତୁଷ୍ଟ ହେଲେ ଯାଇ ଭୋଟ୍ ମିଳିବ । ତେଣୁ ୨୦୨୪ ନିର୍ବାଚନ ପାଇଁ ନୂଆ ଫର୍ମୂଲା ପ୍ରସ୍ତୁତ କରିଛନ୍ତି ନବୀନ ।

ବିଜେଡି ରାଜ୍ୟ କାର୍ଯ୍ୟକାରିଣୀରେ ନବୀନ କହିଥିଲେ ଯେ, ବିରୋଧୀଙ୍କ ପାଖରେ ପ୍ରସଙ୍ଗ ନାହିଁ । ମିଥ୍ୟା ଅପପ୍ରଚାରରେ ସେମାନେ ଲିପ୍ତ ରହୁଛନ୍ତି । ରାଜ୍ୟ ପ୍ରତି କେନ୍ଦ୍ରର ଅବହେଳାକୁ ପ୍ରସଙ୍ଗ କରିବୁ ବୋଲି କହିଥିଲେ ନବୀନ। ଆଗକୁ ସାଧାରଣ ନିର୍ବାଚନ । ଷଷ୍ଠ ଇନିଂସ ପାଇଁ ପୂରା ଦମ୍ ଲଗାଇ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଭଳି ସମୟରେ ନବୀନଙ୍କ ଏଜେଣ୍ଡା ଫର୍ମୂଲା, ରାଜ୍ୟ ରାଜନୀତିକୁ ତତଲା କରିଥିବା ବେଳେ, ସରକାରୀ ଦଳକକୁ ଷଣ୍ଢୁଆସୀ ଆକ୍ରମଣ କରିଛନ୍ତି କଂଗ୍ରେସ ଓ ବିଜେପି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.