ଭୁବନେଶ୍ବର: ରାଜ୍ୟରେ ମାର୍ଚ୍ଚ 2021 ରୁ ଜାନୁଆରୀ 2023 ମସିହା ମାର୍ଚ୍ଚ ମାସ ମଧ୍ୟରେ ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ମନ୍ତ୍ରୀମାନେ ହେଲିକପ୍ଟରରେ ମୋଟ 76 ଟି ଗସ୍ତ କରିଛନ୍ତି । ଯେଉଁଥିପାଇଁ ରାଜ୍ୟ ରାଜକୋଷରୁ ଖର୍ଚ୍ଚ ହୋଇଛି 17 କୋଟି 89 ଲକ୍ଷ 13 ହଜାର 713 ଟଙ୍କା । 10 ମାର୍ଚ୍ଚ 2021 ରୁ 14 ଜାନୁୟାରୀ 2023 ମଧ୍ୟରେ ବିମାନ ଯୋଗେ ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ମନ୍ତ୍ରୀମାନଙ୍କ ଗସ୍ତ ବାବଦକୁ 7 କୋଟି 93 ଲକ୍ଷ 06 ହଜାର 451 ଟଙ୍କା ଖର୍ଚ୍ଚ ହୋଇଛି । ଏହି ସମୟରେ ମୋଟ 22ଥର ବିମାନ ଯୋଗେ ଯାତାୟାତ କରାଯାଇଛି । ଆଜି ବିଧାନସଭାରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହି ସୂଚନା ଦେଇଛନ୍ତି ।
ବିଧାୟକ ତାରା ପ୍ରସାଦ ବାହିନୀପତି ପ୍ରଶ୍ନକାଳରେ ପ୍ରଶ୍ନ କରିଥିଲେ, ଗତ ଦୁଇବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀମାନଙ୍କ ରାଜ୍ୟ ମଧ୍ଯରେ କିମ୍ବା ରାଜ୍ୟ ବାହାରକୁ କେତେ ଥର ବିମାନ ଗସ୍ତ କରିଛନ୍ତି । ଏଥିପାଇଁ ରାଜ୍ୟ ସରକାର ରାଜକୋଷରୁ କେତେ ଅର୍ଥ ଖର୍ଚ୍ଚ କରିଛନ୍ତି । ବିଧାୟକ ସମ୍ପୂର୍ଣ୍ଣ ଉତ୍ତର ଚାହିଁଥିଲେ ।
ଜବାବରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି ‘‘ ମାର୍ଚ୍ଚ 2021 ରୁ ଜାନୁଆରୀ 2023 ମସିହା ମାର୍ଚ୍ଚ ମାସ ମଧ୍ୟରେ ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ମନ୍ତ୍ରୀମାନେ ହେଲିକପ୍ଟରରେ ମୋଟ 76ଟି ଗସ୍ତ କରିଛନ୍ତି । ଯେଉଁଥିପାଇଁ ରାଜ୍ୟ ରାଜକୋଷରୁ ଖର୍ଚ୍ଚ ହୋଇଛି 17 କୋଟି 89 ଲକ୍ଷ 13 ହଜାର 713 ଟଙ୍କା । 10 ମାର୍ଚ୍ଚ 2021 ରୁ 14 ଜାନୁୟାରୀ 2023 ମଧ୍ୟରେ ବିମାନ ଯୋଗେ ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ମନ୍ତ୍ରୀମାନଙ୍କ ଗସ୍ତ ବାବଦକୁ 7 କୋଟି 93 ଲକ୍ଷ 06 ହଜାର 451 ଟଙ୍କା ଖର୍ଚ୍ଚ ହୋଇଛି । ଏହି ସମୟରେ ମୋଟ 22ଥର ବିମାନ ଯୋଗେ ଯାତାୟାତ କରାଯାଇଛି । ’’
ସେହିଭଳି ରାଜ୍ୟରୁ ରାଜ୍ୟ ବାହାରକୁ 28 ମାର୍ଚ୍ଚ 2022 ରୁ 06 ଡିସେମ୍ବପର 2022 ମଧ୍ୟରେ ବିମାନ ଯୋଗେ ମୁଖ୍ୟମନ୍ତ୍ରୀ 16 ଥର ଗସ୍ତ କରିଛନ୍ତି । ଏଥିଲାଗି ରାଜ୍ୟ ରାଜକୋଷରୁ ଖର୍ଚ୍ଚ ହୋଇଛି 4 କୋଟି 48 ଲକ୍ଷ 90 ହଜାର ଟଙ୍କା । ଏହାବାଦ 01 ମାର୍ଚ୍ଚ 2021ରୁ 28 ଫେବୃୟାରୀ 2023 ମଧ୍ୟରେ ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ମନ୍ତ୍ରୀମାନେ ରାଜ୍ୟ ଭିତରେ ଏବଂ ରାଜ୍ୟ ବାହାରକୁ ବିମାନ ଯୋଗେ 73 ଥର ଯାତ୍ରା କରିଛନ୍ତି। ସେଥିଲାଗି ଖର୍ଚ୍ଚ ହୋଇଛି 1 କୋଟି 07 ଲକ୍ଷ 68 ହଜାର 111ଟଙ୍କା ।
ମନ୍ତ୍ରୀ ଆହୁରି ସୂଚନା ଦେଇ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗତବର୍ଷ ବହୁ ଚର୍ଚ୍ଚିତ ବିଦେଶ ଗସ୍ତ (ରୋମ-ଇଟାଲୀ-ଦୁବାଇ) ଖର୍ଚ୍ଚ ହୋଇଛି 82 ଲକ୍ଷ 92 ହଜାର 449 ଟଙ୍କା । ସେହିପରି ୨୦୨୨ ମାର୍ଚ୍ଚ ୨୮ ରୁ ଡିସେମ୍ବର ୬ ତାରିଖ ମଧ୍ୟରେ ମୁଖ୍ୟମନ୍ତ୍ରୀ ଦିଲ୍ଲୀକୁ ୧୨ ଥର, ମୁମ୍ବାଇକୁ ୨ ଥର, ବାଙ୍ଗାଲୋର ଓ ହାଇଦ୍ରାବାଦକୁ ଥରେ ଲେଖାଏଁ ମୋଟ ୧୬ ଥର ସ୍ୱତନ୍ତ୍ର ବିମାନ ଯୋଗେ ଯାତାୟାତ କରିଛନ୍ତି । ଏଥିପାଇଁ ଖର୍ଚ୍ଚ ହୋଇଛି ୪.୪୯ କୋଟି ଟଙ୍କା । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ୨୦୨୧ ମାର୍ଚ୍ଚ ରୁ ୨୦୨୩ ଫେବୃୟାରୀ ମଧ୍ୟରେ ମୁଖ୍ୟମନ୍ତ୍ରୀ ରାଜ୍ୟ ଭିତରେ ମୋଟ ୧୨ ଥର ହେଲିକେପ୍ଟରରେ ଯିବା ଆସିବା କରିଛନ୍ତି ବା ବ୍ୟବହାର କରିଛନ୍ତି ।
ଏହାବାଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀ ମଣ୍ଡଳର ଅନ୍ୟ ସଦସ୍ୟ ମାନେ ମଧ୍ୟ ବିଭିନ୍ନ ସରକାରୀ କାମ ପାଇଁ ସରକାରୀ ଭଡା ହେଲିକେପ୍ଟର ବ୍ୟବହାର କରିଛନ୍ତି । ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ୨୧ ଥର ହେଲିକେପ୍ଟରରେ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଗସ୍ତ କରିଛନ୍ତି । ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ୪ଥର, ମନ୍ତ୍ରୀ ଅଶୋକ ପଣ୍ଡା ୩ ଥର, ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ୨ ଥର ମନ୍ତ୍ରୀ ଟୁକୁନି ସାହୁ ଥରେ ପୂର୍ବତନ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର, ପଦ୍ମନାଭ ବେହେରା ହେଲିକପ୍ଟର ବ୍ୟବହାର କରିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର