ETV Bharat / state

ମୋ ଘର ଏକ ନୂଆ ଥିଓରୀ, ବ୍ୟାଙ୍କ ଋଣ ନୁହେଁ ଲୋକଙ୍କୁ ମାଗଣା ଘର ଦିଅ: ବିଜେପି - ଓଡିଶା ବିଜେପି ପ୍ରେସମିଟ

ବିଜେପି ନେତା ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଗତକାଲି ରାଜ୍ୟ ସରକାର ଗୋଟେ ନୂଆ ଥିଓରୀ ସୃଷ୍ଟି କରିଛନ୍ତି ମୋ ଘର ଯୋଜନା ନାରେ । ଏହା ଏକ ସମ୍ପୂର୍ଣ୍ଣ ପ୍ରହେଳିକା। ଯାହା ଦ୍ବାରା ଲୋକଙ୍କୁ ଠକି ହେବ । ଅଧିକ ପଢନ୍ତୁ

ବ୍ୟାଙ୍କ ଋଣ ନୁହେଁ ଲୋକଙ୍କୁ ମାଗଣା ଘର ଦିଅ:ବିଜେପି

author img

By

Published : May 30, 2023, 10:38 PM IST

ଭୁବନେଶ୍ବର: ‘ମୋ ଘର’ ଯୋଜନାକୁ ନେଇ ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ । ମୋ ଘର ଏକ ନୂଆ ଥିଓରୀ ଏବଂ ପ୍ରହେଳିକା। ବ୍ୟାଙ୍କ ଋଣ ନୁହେଁ ଲୋକଙ୍କୁ ମାଗଣା ଘର ଦିଅନ୍ତୁ ରାଜ୍ୟ ସରକାର ବୋଲି ଦାବି କରିଛି ରାଜ୍ୟ ବିଜେପି।

ବିଜେପି ନେତା ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଗତକାଲି ରାଜ୍ୟ ସରକାର ଗୋଟେ ନୂଆ ଥିଓରୀ ସୃଷ୍ଟି କରିଛନ୍ତି ମୋ ଘର ଯୋଜନା ନାରେ । ଏହା ଏକ ସମ୍ପୂର୍ଣ୍ଣ ପ୍ରହେଳିକା। ଯାହା ଦ୍ବାରା ଲୋକଙ୍କୁ ଠକି ହେବ । 5 ବର୍ଷ ମଧ୍ୟରେ ମାତ୍ର 480 ବିଜୁ ପକ୍କା ଘର ଦେଇଛନ୍ତି ରାଜ୍ୟ ସରକାର। ଆଜି ମୋ ଘର ନାଁ ରେ ନୂଆ ଯୋଜନା କେବଳ ନୂଆ ବୋତଲ ରେ ପୁରୁଣା ମଦ ଭଳି। ନିମ୍ନ ମଧ୍ୟବିତ୍ତଙ୍କୁ ଠକିବା ଏବଂ ପ୍ରତାରିତ କରିବା ପାଇଁ ଯୋଜନା କରିଛନ୍ତି।

ପୃଥ୍ବୀରାଜ କହିଛନ୍ତି କେନ୍ଦ୍ର ସରକାରଙ୍କ ଘର ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ରାଜ୍ୟ ସରକାର ବାଧକ ସାଜିଛନ୍ତି । ମୋ ଘର ଯୋଜନାରେ ଭ୍ରଷ୍ଟାଚାର ମୂଳ ମଞ୍ଜି ପୋତିଛନ୍ତି ରାଜ୍ୟ ସରକାର । ମୋ ଘର ଯୋଜନାରେ ଋଣ ତ ରାଜ୍ୟ ସରକାର ଦେବେନି ରାଷ୍ଟ୍ରାୟତ ବ୍ୟାଙ୍କ ଦିଏ ନ ହେଲେ ଘରୋଇ ବ୍ୟାଙ୍କ ଦିଏ । ରାଜ୍ୟ ସରକାର ସବସିଡି ନାଁ ରେ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି । ତେଣୁ 25 ହଜାର ଯିଏ ମାସିକ ଆୟ କରୁଥିବ ତାହାର ବାର୍ଷିକ ଆୟ ହେଉଛି 3 ଲକ୍ଷ ଟଙ୍କା, ନିୟମ ଅନୁଯାୟୀ ସେ ବ୍ୟାଙ୍କରୁ 15 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଘର ଲୋନ ପାଇ ପାରିବ, ସେ ତୁମ ଟଙ୍କା କାହିଁକି ନେବ । ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁ ଗରିବ ଲୋକ କୃଷି ଋଣ ସୁଝି ପାରୁନି ସେ ଘର ଲୋନ କେମିତି ସୁଝିବ । ଯଦି ସେ ସୁଝି ନ ପାରିବ ତାର ବାପା ଅଜା ଅମଳର ଜାଗା ଖଣ୍ଡକ ବି ଚାଲିଯିବ। ତାକୁ ବ୍ୟାଙ୍କ ନେଇଯିବ। ସେଥିପାଇଁ ଆମେ କହୁଛୁ, ଏହି ଯୋଜନାକୁ ରାଜ୍ୟ ସରକାର ପୁର୍ନବିଚାର କରି ପ୍ରତ୍ୟାହାର କରନ୍ତୁ । ନିମ୍ନ ମଧ୍ୟବିତ୍ତଙ୍କୁ ଠକିବା ଏବଂ ପ୍ରତାରିତ କରିବା ପାଇଁ ଯୋଜନା ବନ୍ଦ କରନ୍ତୁ।

ସେପଟେ ରାଜ୍ୟର ପଞ୍ଚାୟତିରାଜ ମନ୍ତ୍ରୀ କହୁଛନ୍ତି, କେନ୍ଦ୍ର ସରକାର କମ ଘର ଦେଇଥିବା ରୁ ସେଥିପାଇଁ ଆମେ ମୋ ଘର ଯୋଜନା ଆରମ୍ଭ କରିଛୁ ବୋଲି କହୁଛନ୍ତି। କେନ୍ଦ୍ର ସରକାର 26 ଲକ୍ଷ 95 ହଜାର ଘର ଦେଇଛନ୍ତି ସେ ମଧ୍ୟରେ କିଛି ନିର୍ମାଣ ସରିଛି ଆଉ କିଛି ଚାଲିଛି । ସେହିପରି 9 ଲକ୍ଷ 50 ହଜାର ଆସିଥିଲେ ବି ତାକୁ ବାଣ୍ଟୁ ନାହାନ୍ତି ରାଜ୍ୟ ସରକାର। 34 ହଜାର 63 କୋଟି ଟଙ୍କା ଦେଇ ସାରିଛନ୍ତି କେନ୍ଦ୍ର ସରକାର । ରାଜ୍ୟ ସରକାର ଯେତିକି ଘର ମାଗିଥିଲେ ସେତିକି ଘର ଦିଆସରିଛି । ରାଜ୍ୟ ସରକାରଙ୍କ ଆଯୋଗ୍ୟତା କାରଣରୁ ଗରିବ ଲୋକ ଝୁମ୍ପୁଡି ଘରେ ପଡିଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଯୋଗ୍ୟ ହିତାଧିକାରୀଙ୍କୁ ଦିଆଯାଉଛି, ଦଳୀୟ ଭିତ୍ତିରେ ଘର ଦିଆଯାଉଛି ବୋଲି ବିଜେପି ଅଭିଯୋଗ କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.