ETV Bharat / state

କ୍ୟାନ୍ସର ରୋଗର ଚିକିତ୍ସା ପାଇଁ ଅନ୍ୟ ରାଜ୍ୟକୁ ଆଉ ଯିବେନି ଓଡ଼ିଶାବାସୀ: ମୁଖ୍ୟମନ୍ତ୍ରୀ - ଖୋର୍ଦ୍ଧା ଖବର

କ୍ୟାନ୍ସର୍‌ ରୋଗର ଚିକିତ୍ସା ପାଇଁ ଅନ୍ୟ ରାଜ୍ୟକୁ ଆଉ ଯିବେନି ଓଡ଼ିଶାବାସୀ । ଆଜି ଜଟଣୀ ନାଇଜର କ୍ୟାମ୍ପସରେ ଅତ୍ୟାଧୁନିକ କ୍ୟାନ୍ସର୍‌ ହସ୍ପିଟାଲ ଭୂମି ପୂଜନ ସମାରୋହରେ କହିଲେ ମୁଖ୍ୟମନ୍ତ୍ରୀ । ଅଧିକ ପଢ଼ନ୍ତୁ

Homi Bhabha Cancer Hospital and Research Centre

author img

By ETV Bharat Odisha Team

Published : Oct 3, 2023, 5:13 PM IST

Updated : Oct 3, 2023, 7:31 PM IST

କ୍ୟାନ୍ସର ରୋଗର ଚିକିତ୍ସା ପାଇଁ ଅନ୍ୟ ରାଜ୍ୟକୁ ଆଉ ଯିବେନି ଓଡ଼ିଶାବାସୀ: ମୁଖ୍ୟମନ୍ତ୍ରୀ

ଖୋର୍ଦ୍ଧା: ଓଡ଼ିଶାବାସୀଙ୍କୁ ଆଉ କ୍ୟାନ୍ସର ରୋଗର ଉନ୍ନତ ଚିକିତ୍ସା ପାଇଁ ଖର୍ଚ୍ଚାନ୍ତ ହୋଇ ମୁମ୍ବାଇ ଯିବାକୁ ପଡ଼ିବ ନାହିଁ । ଓଡ଼ିଶାର ଜଟଣୀ ନାଇଜର କ୍ୟାମ୍ପସରେ ଅତ୍ୟାଧୁନିକ କ୍ୟାନ୍ସର ହସ୍ପିଟାଲ ସହ ରିସର୍ଚ୍ଚ ସେଣ୍ଟରର ଭୂମି ପୂଜନ ସମାରୋହରେ ଯୋଗଦେଇ ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ହସ୍ପିଟାଲରେ ରାଜ୍ୟବାସୀ ଉନ୍ନତ ଧରଣର ଚିକିତ୍ସା ପାଇବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହା ବି ପଢନ୍ତୁ- କ୍ୟାନ୍ସର ହସ୍ପିଟାଲ ଓ କରୁଣାଶ୍ରୟ ପାଲିଏଟିଭ୍ କେୟାର ସେଣ୍ଟରର ଶିଳାନ୍ୟାସ କଲେ ନବୀନ

ଏହି 200 ଶଯ୍ୟା ବିଶିଷ୍ଟ କ୍ୟାନ୍ସର ହସ୍ପିଟାଲ ହେଲେ କେବଳ ଓଡିଶାବାସୀ ନୁହଁନ୍ତି, ବରଂ ପଡ଼ୋଶୀ ରାଜ୍ୟ ବିହାର, ଛତିଶଗଡ଼, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଆଦି ରାଜ୍ୟର କ୍ୟାନ୍ସର ରୋଗୀମାନେ ଉପକୃତ ହେବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସେହିଭଳି ଠିକ ସମୟରେ ଏହାର କାମ ସରିବା ସହ କର୍କଟ ରୋଗୀମାନେ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି । କେନ୍ଦ୍ର ସରକାରଙ୍କ ଭାବା ଆଟମିକ ରିସର୍ଚ୍ଚ ସେଣ୍ଟର ଏବଂ ଟାଟା ମେମୋରିଆଲ ସହାୟତାରେ ନାଇଜର କ୍ୟାମ୍ପସ ପରିସରରେ 650 କୋଟି ଟଙ୍କା ବ୍ୟୟରେ ଏହି ଅତ୍ୟାଧୁନିକ ହସ୍ପିଟାଲ ଓ ରିସର୍ଚ୍ଚ ସେଣ୍ଟର 2 ବର୍ଷ ମଧ୍ୟରେ ନିର୍ମାଣ ହେବ ।

ଏହା ବି ପଢନ୍ତୁ- ରୋଗଶଯ୍ୟାରେ ଘରର ଏକମାତ୍ର ରୋଜଗାରିଆ ମଣିଷ; ଚିକିତ୍ସା ପାଇଁ ସହାୟତା ଲୋଡୁଛନ୍ତି ପରିବାର

ସେହିପରି ହସ୍ପିଟାଲ ବିଲ୍ଡିଂ ନିର୍ମାଣ ପାଇଁ ଟାଟା ମେମୋରିଆଲ 250 କୋଟି ଟଙ୍କା ପ୍ରଦାନ କରିବାକୁ ଥିବା ବେଳେ କେନ୍ଦ୍ର ସରକାରଙ୍କ ଆଟମିକ ରିସର୍ଚ୍ଚ ସେଣ୍ଟର 400 କୋଟି ଖର୍ଚ୍ଚ କରିବ । ସେହିପରି ଏହି ହସ୍ପିଟାଲ 40 ଏକର ଜାଗାରେ ଏହାର ନିର୍ମାଣ କରାଯିବ । ସେହିପରି ନାଇଜରର ନିଜସ୍ବ 5 ଏକର ଜାଗାରେ ରାଜ୍ୟ ସରକାରଙ୍କ ଦ୍ବାରା 150 କୋଟି ଟଙ୍କା ବ୍ୟୟରେ ସାଇକ୍ଲୋଟ୍ରନ ସେଣ୍ଟର ଖୋଲାଯିବ । ଯେଉଁ ସେଣ୍ଟର ସାରା ଭାରତ ବର୍ଷରେ ପ୍ରଥମ ବୋଲି ଜଣାପଡ଼ିଛି ।

ଏହା ବି ପଢନ୍ତୁ- ବରଗଡରେ କ୍ୟାନ୍ସର ହସ୍ପିଟାଲ ଦାବିରେ ବିଭିନ୍ନ ସଂଗଠନ ପକ୍ଷରୁ ଅନଶନ

ଆଜି ଏହି ଅତ୍ୟାଧୁନିକ କ୍ୟାନ୍ସର ହସ୍ପିଟାଲ ଓ ରିସର୍ଚ୍ଚ ସେଣ୍ଟର ଭୂମି ପୂଜନ ସମାରୋହରେ ସ୍ବାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ, ଟାଟା ମେମୋରିଆଲ ନିର୍ଦେଶକ ରାଜେନ୍ଦ୍ର ବଡୱେ, ଟାଟା ଷ୍ଟିଲ ନିର୍ଦ୍ଦେଶକ ଚାଣକ୍ୟ ଚୌଧୁରୀ, ନାଇଜର ନିର୍ଦ୍ଦେଶକ ହିରେନ୍ଦ୍ର ନାଥ ଘୋଷ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଖୋର୍ଦ୍ଧା

Last Updated : Oct 3, 2023, 7:31 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.