ETV Bharat / state

Teachers Recruitment: ଖୁବଶୀଘ୍ର ନିଯୁକ୍ତି ପାଇବେ ନୂତନ ୩୩୫ ଶିକ୍ଷକ - ଶିକ୍ଷକ ନିଯୁକ୍ତି

ରାଜ୍ୟରେ ଖୁବଶୀଘ୍ର ୩୩୫ ନୂତନ ଶିକ୍ଷକ ନିଯୁକ୍ତି ଦିଆଯିବ । ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ଅଧିକ ପଢନ୍ତୁ

teacher recruitment
ଖୁବଶୀଘ୍ର ୩୩୫ ନୂତନ ଶିକ୍ଷକ ନିଯୁକ୍ତି
author img

By

Published : Jun 9, 2023, 10:22 AM IST

teacher recruitment

ଭୁବନେଶ୍ବର: ରାଜ୍ୟରେ ଖୁବଶୀଘ୍ର ଆରମ୍ଭ ହେବ ଶିକ୍ଷକ ନିଯୁକ୍ତି । ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ରାଜ୍ୟରେ ଅଧିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖୋଲିବା ପାଇଁ ବିଭିନ୍ନ ପ୍ରସ୍ତାବ ଆସୁଛି । ତେଣୁ ଖୁବଶୀଘ୍ର ୩୩୫ ନୂତନ ଶିକ୍ଷକଙ୍କୁ ନିଯୁକ୍ତି ହେବ ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷା ବିଭାଗ ସଚିବ ଏସ ଅଶ୍ବଥୀ ।

ଚଳିତ ବର୍ଷ ୧୦୬ଟି ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି । ଅଧିକ ବିଦ୍ୟାଳୟ ଖୋଲିବା, ଶିକ୍ଷକ ନିଯୁକ୍ତି ଏବଂ ସେମାନଙ୍କର ନିୟମିତ ଦକ୍ଷତା ବୃଦ୍ଧିକୁ ବିଭାଗ ଗୁରୁତ୍ବ ଦିଆଯାଇଛି । ରାଜ୍ୟରେ ଅଧିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖୋଲିବା ପାଇଁ ବିଭିନ୍ନ ପ୍ରସ୍ତାବ ଆସୁଛି । ଏଗୁଡ଼ିକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତର୍ଜମା କରୁଛି । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଖୁବଶୀଘ୍ର ୩୩୫ ନୂତନ ଶିକ୍ଷକ ନିଯୁକ୍ତି ପାଇବେ । ପରବର୍ତ୍ତୀ ପର୍ଯ୍ୟାୟରେ ୩୬୪ ଶିକ୍ଷକ ନିଯୁକ୍ତି ପାଇବେ । ଏଥିପାଇଁ ଓପିଏସସି ଖୁବଶୀଘ୍ର ପ୍ରକ୍ରିୟ‌ା ଆରମ୍ଭ କରିବ । ସେହିପରି ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ପାଇଁ ସରକାର ନିଷ୍ପତ୍ତି ନେଇ ସାରିଛନ୍ତି । ୫୫୫ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରାଯାଇଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଏସ୍ ଅଶ୍ବଥୀ ସୂଚନା ପ୍ରଦାନ କରିଛନ୍ତି ।

ଏହା ବି ପଢନ୍ତୁ...ନୂତନ ମୃତ୍ତିକା ନମୁନା ସଂଗ୍ରହ ଆପ ସଂଶୋଧନ ପାଇଁ ରାଜ୍ୟ ସରକାରଙ୍କ ଦାବି

ଏହା ବି ପଢନ୍ତୁ...Plus 2 Arts Results: ପ୍ରକାଶ ପାଇଲା ଫଳ, କଳାରେ ପାସ ହାର 78.88 ପ୍ରତିଶତ

ଏହା ସହ ଧନ୍ଦାମୂଳକ ଶିକ୍ଷାରେ କରିକୁଲମ ଏବଂ ଢାଞ୍ଚା ପରିବର୍ତ୍ତନ କରାଯିବ । ସେଥିପାଇଁ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଧନ୍ଦାମୂଳକ ଶିକ୍ଷା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ, ଅଧ୍ୟାପକଙ୍କୁ ଗୋଟିଏ ରାଉଣ୍ଡ ତାଲିମ ଦିଆସରିଥିବା ସୂଚନା ଦେଇଛନ୍ତି ବିଭାଗୀୟ ସଚିବ । ଆବଶ୍ୟକତା ଅନୁସାରେ ଶିକ୍ଷକ ନିଯୁକ୍ତି କରାଯିବ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ଭଳି କଳା ଏବଂ ଧନ୍ଦାମୂଳକ ଶିକ୍ଷାରେ ମଧ୍ୟ ପାସହାର ଚଳିତ ବର୍ଷ ହ୍ରାସ ପାଇଛି । ଗତ ବର୍ଷ କଳାରେ 82.10 ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଥିବା ବେଳେ ଚଳିତ ବର୍ଷ ଏଥିରେ 78.88 ପ୍ରତିଶତ ପିଲାପାସ କରିଛନ୍ତି । ସେହିପରି ଧନ୍ଦାମୂଳକ ଶିକ୍ଷାରେ ଗତ ବର୍ଷ 70.35 ପ୍ରତିଶତ ପାସ ହାର ରହିଥିବା ବେଳେ ଚଳିତ ବର୍ଷ ଏହା 67.48 ପ୍ରତିଶତ ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.