ଖୋର୍ଦ୍ଧା: ବେପରୁଆ ଗାଡ଼ି ଚାଳନା ପାଇଁ ବୃଦ୍ଧି ପାଉଛି ସଡ଼କ ଦୁର୍ଘଟଣା । ଟିକିଏ ଅସାବଧାନତା ପାଇଁ ଅକାଳରେ ଯାଉଛି ଜୀବନ । ସେହିପରି ରାସ୍ତାରେ ଦୁର୍ଘଟଣା ହ୍ରାସ ପାଇଁ ସରକାର ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ହାତକୁ ନେଉଥିବା ବେଳେ ତାହା କୌଣସି ପ୍ରଭାବ ପକାଉ ନ ଥିବା ଦେଖିବାକୁ ମିଳୁଛି । ତେବେ ଗତକାଲି ରାତିରେ ଖୋର୍ଦ୍ଧା-ବଲାଙ୍ଗୀର 57ନଂ ଜାତୀୟ ରାଜପଥ ବୋଲଗଡ ଥାନା କପାସିଆ ନିକଟରେ ଦୁଇଟି କାର ମୁହାଁ ମୁହିଁ ଧକ୍କା ହୋଇଛି । ଏଥିରେ ନୟାଗଡ ଉପଜିଲ୍ଲପାଳ ଶକ୍ତିକାନ୍ତ ରାୟ ଆହତ ହୋଇ ହୋଇଥିବା ଜଣାପଡିଛି ।
ଏହା ମଧ୍ୟ ପଢନ୍ତୁ - ଭାରସାମ୍ୟ ହରାଇ ରେଲୱେ ଟ୍ରାକକୁ ଖସିଲା ବସ୍; 4 ମୃତ, 28 ଆହତ
ସୂଚନା ମୁତାବକ, ଉପ ଜିଲ୍ଲାପାଳ ଶକ୍ତିକାନ୍ତ ରାୟ କାର ଯୋଗେ ଭୁବନଶ୍ୱର ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଅନ୍ୟ ଏକ କାର ସହ ମୁହାଁ ମୁହିଁ ଧକ୍କା ହୋଇଥିଲା । ଫଳରେ ଉପଜିଲ୍ଲାପାଳ ଯାଉଥିବା କାରଟି ରାସ୍ତା ଉପରେ ଓଲଟି ପଡି ଥିଲା । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ବୋଲଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ । ତେବେ ସେ ସାମାନ୍ୟ ଆହତ ହୋଇଥିବା ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଉପ ଜିଲ୍ଲାପାଳ ନିଜେ ଗାଡି ଚଳାଇ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକ କହିଛନ୍ତି ।
ଏହା ମଧ୍ୟ ପଢନ୍ତୁ - ଅଧାରେ ରହିଲା ଗଜଲକ୍ଷ୍ମୀ ପୂଜା ବୁଲା : ସଡ଼କ ଦୁର୍ଘଟଣାରେ ଜଣେ ମୃତ, ୬ ଗୁରୁତର
ପ୍ରକାଶ ଥାଉକି, ଗତକାଲି ଢେଙ୍କାନାଳ ଜିଲ୍ଲା ସଦର ଥାନା ମହୁଲ ପାଳ ନିକଟରେ ସଡକ ଦୁର୍ଘଟଣା ହୋଇଛି । ଗଜଳଷ୍ମୀ ପୂଜା ଦେଖିବାକୁ ଢେଙ୍କାନାଳ ସହରକୁ ଏକ ଯାତ୍ରୀବାହୀ ଅଟୋ ଯାଉଥିଲା । ମହୁଲପାଳ ନିକଟରେ ଅଟୋଟି ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଏକ ଗଛକୁ ଧକ୍କା ଦେଇଥିଲା । ଯାହା ଫଳରେ ଘଟଣାସ୍ଥଳରେ ହିଁ ଅଟୋ ରିକ୍ସାରେ ଥିବା ଜଣେ ମହିଳାଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା । ସେହିପରି ଅନ୍ୟ ୬ଜଣଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଇଟିଭି ଭାରତ, ଖୋର୍ଦ୍ଧା