ETV Bharat / state

ଦୁର୍ବୃତ୍ତଙ୍କ ଟାର୍ଗେଟରେ ଜିମ୍‌ ମହିଳା, ନୀରିହତାର ସୁଯୋଗ ନେଇ କରୁଛନ୍ତି ଶିକାର

author img

By ETV Bharat Odisha Team

Published : Oct 21, 2023, 9:47 PM IST

ଭଦ୍ର ଚେହେରାରେ ମାତିଛନ୍ତି ଅସାମାଜିକ ଯୁବକ । ନୂଆ ନୂଆ ତରିକା ଆପଣେଇ କରୁଛନ୍ତି ବ୍ଲାକମେଲ । ଘରଭଡା ଦେବା ଆଳରେ ଶିକ୍ଷୟତ୍ରୀଙ୍କୁ ଦୁଷ୍କର୍ମ କରାଯାଇଥିବା ଆସିଛି ଅଭିଯୋଗ । ଅଧିକ ପଢ଼ନ୍ତୁ

ଘରଭଡା଼ ଦେବା ଆଳରେ ଶିକ୍ଷୟତ୍ରୀଙ୍କୁ ଦୁଷ୍କର୍ମ ଓ ଲୁଟ୍ ଅଭିଯୋଗ

ଦୁର୍ବୃତ୍ତଙ୍କ ଟାର୍ଗେଟରେ ଜିମ୍‌ ମହିଳା

ଭୁବନେଶ୍ବର: ଭଦ୍ର ଚେହେରାରେ ମାତିଛନ୍ତି ଅସାମାଜିକ ଯୁବକ । ନୂଆ ନୂଆ ତରିକା ଆପଣେଇ କରୁଛନ୍ତି ବ୍ଲାକମେଲ । ଏକୁଟିଆ ରହୁଥିବା ମହିଳା ଓ ବିବାହିତ ମହିଳାଙ୍କୁ କରୁଛନ୍ତି ନିଜର ଶିକାର । ନୀରିହତାର ସୁଯୋଗ ନେଇ ସମ୍ପର୍କ ବଢ଼ାଇ ବ୍ଲାକମେଲିଂ କରିବା ସହ ତାଙ୍କ ଠାରୁ ଟଙ୍କା ଡିମାଣ୍ଡ କରୁଛନ୍ତି । ସେମାନଙ୍କଠୁ ବିଭିନ୍ନ ବାହାନାରେ‌ ଠକେଇ କରୁଛନ୍ତି । ଏମିତି କିଛି ନୂଆ ଅପରାଧ ଏବେ ଟ୍ରେଣ୍ଡ ପାଲଟିଛି । ଅନେକ ଲୋକ ଲଜ୍ଜା ଭୟରେ ସାମ୍ନାକୁ ଆସୁନଥିବା ବେଳେ ଏନେଇ ଜଣେ ଶିକ୍ଷୟତ୍ରୀ ମଞ୍ଚେଶ୍ବର ଥାନାରେ ଅଭିଯୋଗ ପରେ ଏଭଳି ଏକ ସଂଘାତିକ ଘଟଣା ସାମ୍ନାକୁ ଆସିଛି ।

ମଞ୍ଚେଶ୍ବର ଥାନାରେ ଅଭିଯୋଗ ଆଣିଥିବା ମହିଳା ଜଣକ ହେଉଛନ୍ତି ଏକ ଘରୋଇ ଶିକ୍ଷାନୁଷ୍ଠାନର ଜଣେ ଗଣିତ ଶିକ୍ଷୟତ୍ରୀ । ଏକ ଜିମରେ ଗତ ତିନିମାସ ତଳେ ସତ୍ୟବିହାରର ଜଣେ ଯୁବକ ସହ ତାଙ୍କର ଦେଖା ହୋଇଥିଲା । ଯେଉଁଠି ସେ ବନ୍ଧୁତା ତିଆରି କରି ତାଙ୍କ ସହ ସଂସ୍ପର୍ଶରେ ଆସିଥିଲା । ରହିବା ପାଇଁ ଘର ଖୋଜିଦେବା ଆଳରେ ବନ୍ଧୁତା ନିବିଡ଼ ହେବା ସହ ପ୍ରତାରଣା କରି ତାଙ୍କୁ ଦୁଷ୍କର୍ମ କରିଥିଲା ବୋଲି ଯୁବତୀ ଜଣକ ଅଭିଯୋଗ ଆଣିଛନ୍ତି । ଏହାସହ ତାଙ୍କ ଠାରୁ ଘରଭଡ଼ା ବାବଦକୁ ଟଙ୍କା ନେଇ ଛୁ ମାରିଥିବା କହିଛନ୍ତି ସେ ।

ଏହା ମଧ୍ୟ ପଢ଼ନ୍ତୁ...ଦୁଇ ନିର୍ବସ୍ତ୍ର ମହିଳା ଉଦ୍ଧାର ଘଟଣା: ଛାତିଥରା କାହାଣୀ ବଖାଣିଲେ ପୀଡିତା, ମା’-ଝିଅ ସହ ହୋଇଛି ଦୁଷ୍କର୍ମ

ଏନେଇ‌ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରିଥିବା ବେଳେ ଏପର୍ଯ୍ୟନ୍ତ ଅଭିଯୁକ୍ତ ଗିରଫ ନହୋଇ ଖୁଲମ ଖୁଲା ବାହାରେ ବୁଲୁଥିବା ବେଳେ ବାଧ୍ୟ ହୋଇ ମହିଳା ଜଣଙ୍କ ପୋଲିସର ଅବହେଳା ନେଇ ଡିସିପି ଅଫିସରଙ୍କ ଦ୍ବାରସ୍ଥ ହୋଇଛନ୍ତି । ତେବେ ଅଭିଯୋଗକାରୀ ମହିଳା ଜଣଙ୍କ କହିଛନ୍ତି,"ତିନି ମାସ ତଳେ ଏକ ଜିମରେ ବିଭୂତି ଭୂଷଣ ନାମକ ଜଣେ ଯୁବକଙ୍କ ସହ ତାଙ୍କର ଦେଖା ହୋଇଥିଲା । ଘରଭଡ଼ା ଦେବା ଆଳରେ ମୋ ସହ ପରିଚିତ ହୋଇଥିଲା । ଏହାପରେ ମୋ ସହ ଦୁଷ୍କର୍ମ କରିଥିଲା । ଜିମରେ ଭଦ୍ରମୁଖା ଚେହେରା ଭିତରେ ଏଭଳି ଅନେକ ମହିଳାଙ୍କୁ ନିଜ ଶିକାର ଜାଲରେ ଫସାଉଛି । ପ୍ରେମ ପ୍ରତାରଣା ସହ‌ ବ୍ଲାକମେଲି ମଧ୍ୟ କରୁଛନ୍ତି । ଏଭଳି ମିଥ୍ୟା ପ୍ରତିଶୃତିରେ ଅନେକ ବିବାହିତ ଲେଡି ଏପରିକି ସିଙ୍ଗଲ ଲେଡି ଏବଂ ଓ୍ବିଡୋ ଲେଡି ମଧ୍ୟ ଏହାର ଶିକାର ହେଉଛନ୍ତି । ଥାନାରେ ଅଭିଯୋଗପରେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଫଳରେ ବାଧ୍ୟ ହୋଇ ଅଭିଯୋଗ ଜଣାଇବା ପାଇଁ ଡିସିପିଙ୍କ ଅଫିସକୁ ଆସିଛି । "

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.