ETV Bharat / state

ଜୟପୁର ବିମାନବନ୍ଦରକୁ ଉଡିବ ବିମାନ, DGCA ପକ୍ଷରୁ ମିଳିଲା ଲାଇସେନ୍ସ

ଓଡିଶା ପାଇଁ ବିଶେଷ କରି କୋରାପୁଟ ଜିଲ୍ଲା ପାଇଁ ଖୁସି ଖବର । ଜୟପୁର ବିମାନବନ୍ଦର (Jeypore Airport) କୁ ବିମାନ ଉଡାଣ ନେଇ ଆଜି ମିଳିଛି ଅନୁମତି । କେନ୍ଦ୍ର ସରକାରଙ୍କ ‘ଉଡାନ’ ‌‌ଯୋଜନାରେ ବିମାନ ଚଳାଚଳ ଲାଇସେନ୍ସ ମିଳିଛି । ଏନେଇ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (Directorate General of Civil Aviation) ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ

author img

By

Published : Oct 20, 2022, 6:34 PM IST

Updated : Oct 20, 2022, 9:41 PM IST

ଜୟପୁର ବିମାନବନ୍ଦରକୁ ଉଡିବ ବିମାନ,  DGCA ପକ୍ଷରୁ ମିଳିଲା ଲାଇସେନ୍ସ
ଜୟପୁର ବିମାନବନ୍ଦରକୁ ଉଡିବ ବିମାନ, DGCA ପକ୍ଷରୁ ମିଳିଲା ଲାଇସେନ୍ସ

ନୂଆଦିଲ୍ଲୀ: ଓଡିଶା ପାଇଁ ବିଶେଷ କରି କୋରାପୁଟ ଜିଲ୍ଲା ପାଇଁ ଖୁସି ଖବର । ଜୟପୁର ବିମାନବନ୍ଦର (Jeypore Airport) କୁ ବିମାନ ଉଡାଣ ନେଇ ଆଜି ମିଳିଛି ଅନୁମତି । କେନ୍ଦ୍ର ସରକାରଙ୍କ ‘ଉଡାନ’ ‌‌ଯୋଜନାରେ ବିମାନ ଚଳାଚଳ ଲାଇସେନ୍ସ ମିଳିଛି । ଏନେଇ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (Directorate General of Civil Aviation) ପକ୍ଷରୁ ସୂଚନା ଦିଆଯାଇଛି । ଏହି ସୂଚନା ମିଳିବା ପରେ ଖୁବଶୀଘ୍ର ଜୟପୁରକୁ ବିମାନ ଉଡିବ ବୋଲି ଆଶା ସଞ୍ଚାର ହୋଇଛି ।

ସୂଚନା ଅନୁସାରେ ଗତ ଜୁଲାଇ ମାସରେ ଜୟପୁର ବିମାନବନ୍ଦରରୁ ବିମାନ ଉଡାଣ ପାଇଁ ଆବଶ୍ୟକୀୟ ବୈଷୟିକ, ଭୌଗଳିକ ଭିତ୍ତିଭୂମିର ସମୀକ୍ଷା ହୋଇଥିଲା । ଡିଜିସିଏର ଅଧିକାରୀ ଏହି ଅନୁଧ୍ୟାନ କରି ତୃଟି ଚିହ୍ନଟ କରିଥିଲେ । ଏହା ପରେ ଚିହ୍ନଟ ହୋଇଥିବା ତୃଟି ସୁଧାରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସମସ୍ତ ତୃଟିକୁ ଯାଞ୍ଚ କରିବା ସହ ପଦକ୍ଷେପ ନିଆଯାଇଥିଲା । ଏହାପରେ ରିପୋର୍ଟ ଦାଖଲ ହୋଇଥିଲା ।

ପୁଣି ଥରେ ଡିଜିସିଏ ରିପୋର୍ଟ ପାଇବା ପରେ ଗତ ୧୩ ତାରିଖରେ ପୁଣି ଡିଜିସିଏ ଅଧିକାରୀ ଧୁଷର କୁମାର ମଣ୍ଡଳ, ମନିଷ ଠାକୁର ଓ ଭୁବେନଶ୍ବର ବିମାନ ବନ୍ଦର ଅଧିକାରୀ ଜୟପୁର ଆସି ସମୀକ୍ଷା କରିଥିଲେ । ସମୀକ୍ଷା ପରେ ଆଜି ବି’ କ୍ୟାଟାଗୋରୀ ବିମାନ ଚଳାଚଳ ପାଇଁ ଅନୁମତି ମିଳିଛି । ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଉଷା ପାଢୀ ମଧ୍ୟ ଟୁଇଟ କରି ଖୁସି ପ୍ରକାଶ କରିଛନ୍ତି ।

Last Updated : Oct 20, 2022, 9:41 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.