ଖୋର୍ଦ୍ଧା: ଆଜି ହେଉଛି ଅଗ୍ରପୂଜ୍ୟ ଗଜାନନଙ୍କ ପୂଜା । ପ୍ରତିବର୍ଷ ଗଣେଶ ପୂଜା ଖୋର୍ଦ୍ଧା ଜିଲ୍ଲା ଜଟଣୀ ସହର ବେଶ ଧୁମଧାମରେ ପାଳନ ହୁଏ । କିନ୍ତୁ କୋରୋନା ପାଇଁ ଏଥର ସାର୍ବଜନୀନ ପୂଜା କରିବାରେ ରୋକ ଲଗାଇଛି ଜିଲ୍ଲା ପ୍ରଶାସନ ।
ପ୍ରଶାସନର ବାରଣକୁ ମାନି ବିଭିନ୍ନ ପୂଜା ମଣ୍ଡପରେ ପୂଜା ବନ୍ଦ ରହିଥିବାବେଳେ ଲୋକମାନେ ନିଜ ଘରେ ଗଣେଶ ପୂଜା କରୁଥିବା ଦେଖିବାକୁ ମିଳିଛି । ସେହିଭଳି ପ୍ରତିବର୍ଷ ଗଣେଶ ପୂଜା ସାଙ୍ଗକୁ ସୁସଜ୍ଜିତ ତୋରଣ, ଆଲୋକମାଳା ଏବଂ ମୀନାବଜାରକୁ ବେଶ ଉପଭୋଗ କରୁଥିବା ସହରବାସୀ ଏଥର ନିରାଶ ହୋଇଛନ୍ତି । ଗଣେଶ ପୂଜାରେ ଚଳଚଞ୍ଚଳ ହୋଇଉଠୁଥିବା ଜଟଣୀ ସହର କୋରୋନା ପାଇଁ ଏବେ ଖାଁ ଖାଁ । ପ୍ରତିବର୍ଷ ଜଟଣୀ ସହରରେ 16ଟି ପ୍ରମୁଖ ବଜାରରେ ପୂଜା ବନ୍ଦ ରହିଛି । କେବଳ ଘରେ ପୂଜା କରି ପାଳନ କରୁଛନ୍ତି ଶ୍ରଦ୍ଧାଳୁ । ବମ୍ବେ ଷ୍ଟାଇଲ ଗଣେଶ ସାଙ୍ଗକୁ ମୀନବଜାର ଓ ବିଭିନ ଜିନିଷ କିନାକିଣିରୁ ବଞ୍ଚିତ ହୋଇଛନ୍ତି ଶ୍ରଦ୍ଧାଳୁ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ