ETV Bharat / state

ଭୁବନେଶ୍ଵର ଏମ୍ସ ପକ୍ଷରୁ ଅଙ୍ଗ ଦାନ ସଚେତନତା ୱାକାଥନ, ଭାଗନେଲେ ହକି ତାରକା ଦିଲ୍ଲୀପ ତିର୍କୀ

author img

By

Published : Nov 27, 2022, 7:46 PM IST

ଏମ୍ସ ଭୁବନେଶ୍ୱର ପକ୍ଷରୁ “ଅଙ୍ଗ ଦାନ ସଚେତନତା” ସୃଷ୍ଟି ନେଇ ୱାକାଥନ୍ । ଏହି ରାଲିରେ ଯୋଗ ଦେଇଛନ୍ତି ହକି ଇଣ୍ଡିଆ ଅଧ୍ୟକ୍ଷ ତଥା ବିଶିଷ୍ଟ ହକି ତାରକା ଦିଲ୍ଲୀପ ତିର୍କୀ । ଅଧିକ ପଢନ୍ତୁ

ଭୁବନେଶ୍ଵର ଏମ୍ସ ପକ୍ଷରୁ ଅଙ୍ଗ ଦାନ ସଚେତନତା ୱାକାଥନ, ଭାଗନେଲେ ହକି ତାରକା ଦିଲ୍ଲୀପ ତିର୍କୀ
ଭୁବନେଶ୍ଵର ଏମ୍ସ ପକ୍ଷରୁ ଅଙ୍ଗ ଦାନ ସଚେତନତା ୱାକାଥନ, ଭାଗନେଲେ ହକି ତାରକା ଦିଲ୍ଲୀପ ତିର୍କୀ

ଭୁବନେଶ୍ବର: ଏମ୍ସ ଭୁବନେଶ୍ୱରରେ ସର୍ଜିକାଲ୍ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଭାଗ ପକ୍ଷରୁ “ଅଙ୍ଗ ଦାନ ସଚେତନତା” ସୃଷ୍ଟି ନେଇ ୱାକାଥନ୍ ଅନୁଷ୍ଠିତ ହୋଇଯାଇଛି । ଏହି ରାଲିରେ ହକି ଇଣ୍ଡିଆ ଅଧ୍ୟକ୍ଷ ତଥା ବିଶିଷ୍ଟ ହକି ତାରକା ଦିଲ୍ଲୀପ ତିର୍କୀ ଯୋଗ ଦେଇଥିଲେ । ୱାକାଥନକୁ ଶୁଭାରମ୍ଭ କରିବା ସହିତ ଅଙ୍ଗ ଦାନ ଭଳି ମହତ କାର୍ଯ୍ୟ ନିମନ୍ତେ ଏମ୍ସ ପ୍ରୟାସ କରିଥିବାରୁ ଅଭିନନ୍ଦନ ଜଣାଇଥିଲେ ।

ଅଙ୍ଗ ଦାନ ବର୍ତ୍ତମାନ ସମୟର ବିରାଟ ଆବଶ୍ୟକତା । ଏନେଇ ରହିଥିବା ନାନା ଅନ୍ଧ ବିଶ୍ୱାସକୁ ଦୂର କରିବାରେ ଏମ୍ସ ଭୁବନେଶ୍ବର ଛାତ୍ରଛାତ୍ରୀ କାର୍ଯ୍ୟ କରିବେ ବୋଲି ଦିଲ୍ଲୀପ ତିର୍କୀ ଆହ୍ୱାନ କରିଛନ୍ତି । ଅନ୍ୟପଟେ ଏହି ୱାକାଥନ୍ ରେ ମେଡିକାଲ୍ ଛାତ୍ରଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା, ଏମ୍ସ କର୍ମଚାରୀ ଅଂଶ୍ରହଣ କରିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଏମ୍ସ ଭୁବନେଶ୍ୱରରେ ସର୍ଜିକାଲ୍ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଭାଗ ପକ୍ଷରୁ ଗତକାଲି ଆୟୋଜିତ “ଅଙ୍ଗ ଦାନ ସଚେତନତା” କର୍ମଶାଳା ଏବଂ ନିରନ୍ତର ମେଡିକାଲ୍ ଏଜୁକେସନ୍ କାର୍ଯ୍ୟକ୍ରମରେ ଜାତୀୟ ଖ୍ୟାତିସମ୍ପନ୍ନ ବିଶେଷଜ୍ଞମାନେ ଯୋଗ ଦେଇଥିଲେ। ଅଙ୍ଗ ଦାନ ନିମନ୍ତେ ଜନସାଧାରଣଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା ସହିତ ଉପଯୁକ୍ତ ଦାତା ତଥା ପ୍ରାପ୍ତକର୍ତ୍ତା ବାଛିବା, ଅଙ୍ଗ ଆବଣ୍ଟନ, ଦୁଃଖରେ ଥିବା ପରିବାରକୁ ପରାମର୍ଶ ଏବଂ ବ୍ୟାପକ ଗୁଣାତ୍ମକ କ୍ଲିନିକାଲ୍ ଯତ୍ନ ଉପରେ ବିସ୍ତୃତ ଆଲୋଚନା ହୋଇଛି ।

ତେବେ ଏହି କାର୍ଯ୍ୟକ୍ରମରେ ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର ଆଶୁତୋଷ ବିଶ୍ୱାସ, ମେଡିକାଲ୍ ଅଧୀକ୍ଷକ ପ୍ରଫେସର ଏସ୍ ଏନ ମହାନ୍ତି, ଡିନ୍ ଡକ୍ଟର ପି ଆର ମହାପାତ୍ର, କୁଳସଚିବ ବି ବି ମିଶ୍ର, ଡ. ପ୍ରଭାସ ରଂଜନ ତ୍ରିପାଠୀ, ଡ. ସଞ୍ଜୟ ଗିରି, ଡିଡିଏ ରଶ୍ମି ରଂଜନ ସେଠୀ, ନର୍ସିଂ କଲେଜ ଅଧ୍ୟକ୍ଷା ଆଶା ପି ସେଟ୍ଟି, ଡ. ପ୍ରଶାନ୍ତ ନାୟକ, ଡ. ସୁବ୍ରତ ସାହୁ, ଡ. ହେମନ୍ତ ନାୟକଙ୍କ ସମେତ ଅନେକ ଅଧ୍ୟାପକ ଅଧ୍ୟାପିକା ଓ ଆନାନ୍ୟ କର୍ମଚାରୀ ମାନେ ଅଂଶ ଗ୍ରହଣ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.