ETV Bharat / state

ହୋଟେଲରୁ ଯୁବତୀଙ୍କ ମୃତଦେହ ଠାବ, ହତ୍ୟା ସନ୍ଦେହ - ହୋଟେଲରୁ ଯୁବତୀଙ୍କ ମୃତଦେହ ଉଦ୍ଧାର

ହୋଟେଲରୁ ଯୁବତୀଙ୍କ ମୃତଦେହ ଉଦ୍ଧାର କଲା ପୋଲିସ । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଅଧିକ ପଢନ୍ତୁ

young woman found dead from bar
young woman found dead from bar
author img

By

Published : Aug 6, 2023, 10:30 AM IST

Updated : Aug 6, 2023, 1:51 PM IST

Girl Found Hanging

ଭୁବନେଶ୍ବର: ହୋଟେଲରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ରାଜଧାନୀ କଳ୍ପନା ଛକରେ ଥିବା ଦୀପାଲି ନାମକ ହୋଟେଲରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ମୃତ ଯୁବତୀ ହେଉଛନ୍ତି ଭଦ୍ରକ କୁଆ ବାଗସାହିର ଶୁଭଲକ୍ଷ୍ମୀ ସାହୁ । ସେ ରମାଦେବୀ କଲେଜର ଛାତ୍ରୀ । ରୁମ ନମ୍ବର 205ରେ ମୃତଦେହ ଠାବ କରିଛି ପୋଲିସ । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଲକ୍ଷ୍ମୀସାଗର ଥାନା ପୋଲିସ ମୃତଦେହକୁ ଜବତ କରି ଆଜି ପୋଷ୍ଟମର୍ଟମ ପାଇଁ ପଠାଇବ ।

ହୋଟେଲର ମ୍ୟାନେଜର ଭାସ୍କର ପଟ୍ଟନାୟକଙ୍କ କହିବା ଅନୁଯାୟୀ, ଶୁକ୍ରବାର ଭୋର 3ଟା 20 ମିନିଟରେ ଗେଷ୍ଟ ହାଉସରେ କଷ୍ଟମର ହିସାବରେ ଯୁବତୀ ଜଣଙ୍କ ପ୍ରବେଶ କରିଥିଲେ । ଶନିବାର ଦିନ ବାର ଷ୍ଟାଫ୍ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ । ଏନେଇ ହୋଟେଲ ଷ୍ଟାଫ୍ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ସେ ହୋଟେଲ ରେଜିଷ୍ଟରରେ ସଠିକ ଡକ୍ୟୁମେଣ୍ଟ ଆଧାରକାର୍ଡ ଦେଇ ଏଣ୍ଟ୍ରି କରିଥିଲେ‌ । ସାଥିରେ ତାଙ୍କର ଲଗେଜ ମଧ୍ୟ ରହିଥିଲା । ତେବେ ତାଙ୍କର ମୃତ୍ୟୁ କିପରି ହେଲା ତାହା ଜଣାନାହିଁ । ଏହା ପଛରେ କାରଣ କଣ ରହିଛି ତାହା ପୋଲିସର ତଦନ୍ତ ପରେ ସାମ୍ନାକୁ ଆସିବ।

ଜଣେ 18 ବର୍ଷର ଝିଅ ହୋଟେଲରେ ସକାଳ ସମୟରେ ଚେକ୍ ଇନ ହେବା ଓ ପରେ ହୋଟେଲରେ ମୃତ୍ୟୁ ହେବା ପୋଲିସର ସନ୍ଦେହ ବଢାଇଛି । ତେବେ ଯୁବତୀ ଜଣଙ୍କ ଏକା ଆସିଥିଲେ ନା ତାଙ୍କ ସହ ଆଉ କିଏ ଥିଲେ । ସେ ହୋଟେଲକୁ କେଉଁ ଉଦ୍ଦେଶ୍ୟରେ ଆସିଥିଲେ । ଏପରି ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରଖିଛି ପୋଲିସ । ଯୁବତୀଙ୍କ ଭ୍ୟାନିଟ ଓ ମୋବାଇଲ ଜବତ ହୋଇଛି । ମୃତ୍ୟୁ ପୂର୍ବରୁ ସେ କିଛି ଲୋକଙ୍କୁ ମୋବାଇଲରୁ କଲ କରିଥିଲେ । ଯାହାକି ପୋଲିସ ରାଡାରରେ ରହିଛି । ଯୁବତୀଙ୍କ ଭ୍ୟାନିଟରୁ ଏକ ଆଇଡି କାର୍ଡ ମଧ୍ୟ ମିଳିଛି । ହୋଟେଲର ସିସିଟିଭି ଫୁଟେଜ ଯାଞ୍ଚ ପରେ ସତ ସାମ୍ନାକୁ ଆସିପାରେ । ଏହି ଘଟଣାର ରହସ୍ୟ ଉପରୁ ପରଦା ହଟାଇବା ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ହୋଇଛି । ଅନ୍ୟପଟେ ଯୁବତୀଙ୍କ ବାପା ଝିଅକୁ ହତ୍ୟା କରାଯାଇଥିବା ସନ୍ଦେହ କରୁଥିବା କହିଛନ୍ତି।

ଏହା ମଧ୍ୟ ପଢନ୍ତୁ-ନଦୀରୁ ଅଜଣା ମୃତଦେହ ଉଦ୍ଧାର: ମିଳୁନି କୂଳଶ୍ରୀ ଗ୍ରାମର ଗଦାଧର ଜେନାଙ୍କ ପତ୍ତା

କିଛି ଦିନ ତଳେ ଲକ୍ଷ୍ମୀସାଗର ଥାନାରେ ଦୀପାଲି ହୋଟେଲ ମ୍ୟାନେଜରଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଥିଲା । ପରେ ସେ କହିଥିଲେ କିଛି ବାର ଗାର୍ଲ୍ସଙ୍କୁ ଅତ୍ୟାଚାର କରାଯାଉଛି । ଏହାକୁ ବିରୋଧ କରିବାରୁ ତାଙ୍କୁ ମାଡ଼ ମରାଯାଇଥିଲା ବୋଲି ସେ ଅଭିଯୋଗ ଆଣିଥିଲେ । ଏବେ ସେହି ହୋଟେଲ ରୁମରୁ ମୃତଦେହ ମିଳିବା ପୋଲିସ ସାମ୍ନାରେ ଅନେକ ପ୍ରଶ୍ନବାଚୀ ଛିଡା କରିଛି । ସେଠାରେ ଲାଗିଥିବା ସିସିଟିଭି ହିଁ ସତ କହିବ । ଯାହା ତଦନ୍ତ ପରେ ସାମ୍ନାକୁ ଆସିବ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 6, 2023, 1:51 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.