ETV Bharat / state

ମାଲବାହୀ ଟ୍ରେନ ଦୁର୍ଘଟଣା: ଜାରି ହେଲା ହେଲ୍ପଲାଇନ ନମ୍ବର

ଯାଜପୁର ଟ୍ରେନ ଟ୍ରାଜେଡି । ମୃତକ ତଥା ଗୁରୁତରଙ୍କ ସମ୍ପର୍କରେ ପରିବାର ଲୋକଙ୍କୁ ସୂଚନା ଦେବାକୁ ରେଳବାଇ ପକ୍ଷରୁ ହେଲପ୍ ଲାଇନ୍ ନମ୍ବର ଜାରି କରାଯାଇଛି । ଅଧିକ ପଢନ୍ତୁ

author img

By

Published : Nov 21, 2022, 11:52 AM IST

Updated : Nov 21, 2022, 12:28 PM IST

ହେଲ୍ପଲାଇନ ନମ୍ବର
ହେଲ୍ପଲାଇନ ନମ୍ବର

ଭୁବନେଶ୍ବର: ଯାଜପୁର କୋରେଇ ଷ୍ଟେସନରେ ଟ୍ରେନ ଦୁର୍ଘଟଣାରେ 3ଜଣଙ୍କ ମୃତ୍ୟୁ ହୋଇଥିବା ଅନେକ ଲୋକ ଗୁରୁତର ହୋଇଥିବା ମଧ୍ୟ ସୂଚନା ରହିଛି । ତେବେ ବର୍ତ୍ତମାନ ସୁଦ୍ଧା ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ମୃତକଙ୍କ ସଂଖ୍ୟା ବୃଦ୍ଧି ହେବା ନେଇ ମଧ୍ୟ ଆଶଙ୍କା କରାଯାଉଛି । ମୃତକ ତଥା ଗୁରୁତରଙ୍କ ସମ୍ପର୍କରେ ପରିବାର ଲୋକଙ୍କୁ ସୂଚନା ଦେବାକୁ ରେଳବାଇ ପକ୍ଷରୁ ହେଲପ୍ ଲାଇନ୍ ନମ୍ବର ଜାରି କରାଯାଇଛି ।

ହେଲ୍ପଲାଇନ ନମ୍ବର

କୋରେଇ ଷ୍ଟେସନ ପାଇଁ ୮୪୫୫୮୮୯୯୦୫ ଏବଂ ଭୁବନେଶ୍ୱର ପାଇଁ ୦୬୭୪-୨୫୩୪୦୨୦ ନମ୍ବର ଜାରି ହୋଇଛି । ସେହିଭଳି ଖୋର୍ଦ୍ଧା ରୋଡ୍ କଣ୍ଟ୍ରୋଲ ରୁମ୍ ପାଇଁ ୦୬୭୪-୨୪୯୨୨୪୫ ନଂ ଜାରି ହୋଇଛି ।

ଏନେଇ ପୂର୍ବତଟ ରେଳ ବିଭାପିର PRO ବିଶ୍ବଜିତ ସାହୁ କହିଛନ୍ତି," ସକାଳ 6ଟା 44 ମିନିଟ ସମୟରେ ଏହି ଟ୍ରେନ ଦୁର୍ଘଟଣା ହୋଇଛି। ମାଲବାହୀ ଟ୍ରେନଟି ଖଡଗପୁରରୁ ଛତ୍ରପୁର ଅଭିମୁଖେ ଯାଉଥିବା ବେଳେ କରେଇରେ 8ଟି ବଗି ଲାଇନଚ୍ୟୁତ ହୋଇଛି । ତଦନ୍ତ ଆରମ୍ଭ ହୋଇଛି । କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନାହିଁ । 16ଟି ଟ୍ରେନର ଦିଗ ପରିବର୍ତ୍ତନ କରାଯାଇଛି । ଏହାସହ ହେଲ୍ପ ଲାଇନ ନମ୍ବର ଜାରି କରାଯାଇଛି । ଘଟଣାସ୍ଥଳରେ ମେଡିକାସ ଟିମ ମଧ୍ୟ ଉପସ୍ଥିତ ରହିଛନ୍ତି । 12ଟି ଟ୍ରେନକୁ ବାତିଲ କରାଯାଇଛି ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 21, 2022, 12:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.